Posted inଜାତୀୟ

ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି କାମାଥ, ଦାସଗୁପ୍ତା

ନୂଆଦିଲ୍ଲୀ,୧୮ା୧(ଆଇଏଏନ୍‌ଏସ୍‌): ବ୍ରିକ୍ସ ବ୍ୟାଙ୍କ ଅଧ୍ୟକ୍ଷ କେ.ଭି. କାମାଥ ଏବଂ ଭାଜପାର ରାଜ୍ୟ ସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ ଖୁବ୍‌ଶୀଘ୍ର କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇପାରେ। ଏହି ଦୁଇ ଟେକ୍ନୋକ୍ରାଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ସୂତ୍ରରୁ ପ୍ରକାଶ। ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଦୀର୍ଘ ଅଭିଜ୍ଞତାସମ୍ପନ୍ନ ଭେଟେରେନ୍‌ ବ୍ୟାଙ୍କର କେ.ଭି. କାମାଥଙ୍କୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ କରାଯାଇପାରେ। ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ କାମାଥ ଏହାର ସମାଧାନ ଦିଗରେ ସହାୟକ ହୋଇପାରନ୍ତି ବୋଲି ଆଶା କରାଯାଉଛି। ସେହିପରି ପଦ୍ମବିଭୁଷଣ ସ୍ବପନ ଦାସଗୁପ୍ତାଙ୍କୁ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ। ଦେଶର ମର୍ଯ୍ୟାଦାଜନକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ଅଶାନ୍ତି ଲାଗି ରହିଥିବାବେଳେ ଏହି ହିନ୍ଦୁତ୍ୱବାଦୀ ବିଚାରକଙ୍କ ଅଭିଜ୍ଞତା ତାକୁ ପ୍ରଶମିତ କରିବାରେ ସହାୟକ ହେବ ବୋଲି ମୋଦି ସରକାର ଚିନ୍ତା କରୁଛନ୍ତି। ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ହେଉଛନ୍ତି ଅନ୍ୟତମ ଟେକ୍ନୋକ୍ରାଟ, ଯାହାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ପାଇଁ ବିଚାର ଚାଲିଛି। ଅନୁରୂପ ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ କ୍ୟାବିନେଟକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ୩ରୁ ଦେଶରେ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ବଡ଼ ଘୋଷଣା କରିଛନ୍ତି। ଜାନୁୟାରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ...

ଆଖଡା ପରିଷଦର ଅଧ୍ୟକ୍ଷ କରୋନା ପଜିଟିଭ୍‌

ହରିଦ୍ୱାର,୧୨।୪: ସୋମବତୀ ଅମାବାସ୍ୟାରେ  ଉତ୍ତରାଖଣ୍ଡର ହରିଦ୍ୱାରରେ ମହାକୁମ୍ଭ ମେଳାର ସାହି ସ୍ନାନ ଆୟୋଜିତ ହୋଇଛି। ହେଲେ ଏହି କାର୍ଯ୍ୟକ୍ରମ ପୂର୍ବରୁ ସାଧୁସନ୍ଥଙ୍କ ସଂସ୍ଥା ଅଖିଳ ଭାରତୀୟ...

ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରେ ଆଡ୍‌ମିଶନ ସଂଖ୍ୟା କମ୍‌ ରହୁଛି

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀରେ କୋଭିଡ୍‌ର ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ଲାଗିଛି। ତେବେ ଡାକ୍ତରଖାନାର ଆଡ୍‌ମିଶନ କମ ରହିଥିବା ବେଳେ ୯୯% ଶଯ୍ୟା ଖାଲି ରହିଥିବା ଲୋକ...

ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର: ଖଲିସ୍ତାନ ଆତଙ୍କବାଦୀ ସଂଗଠନକୁ ନେଇ କେକେଆର୍‌ଏଫ୍‌ ଗଠନ କଲା ଆଇଏସ୍‌ଆଇ

ଶ୍ରୀନଗର,୨୩।୧୦: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏବେ ଆଇଏସ୍‌ଆଇ କଶ୍ମୀର-ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର...

ଗଣବଳାତ୍କାର ପରେ ହାତଗୋଡ଼ ବାନ୍ଧି ଫିଙ୍ଗିଦେଲେ ଛାତରୁ

ଚୁରୁ,୧୩।୨: ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ ଦିଲ୍ଲୀର ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଗଣବଳାତ୍କାର କରି ହୋଟେଲ ଛାତରୁ ଫିଙ୍ଗିଦେବା ଘଟଣା ସାମ୍ନାକୁ ଆସିଛି...

ନିର୍ବାଚନରେ ଠାକ୍‌ରେ ପରିବାରର ଡେବ୍ୟୁ: ପ୍ରାର୍ଥୀପତ୍ର ଦାଖଲ କଲେ ଆଦିତ୍ୟ

ମୁମ୍ବାଇ,୩।୧୦: ମହାରାଷ୍ଟ୍ରରେ ବହୁ ବର୍ଷର ପରମ୍ପରା ଭାଙ୍ଗିଛି। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ତଥା ଯୁବାବର୍ଗର ଅଧ୍ୟକ୍ଷ ଆଦିତ୍ୟ ଠାକରେ ମହାରାଷ୍ଟ୍ର ବିଧାନସଭା ପାଇଁ...

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବଡ ନିଷ୍ପତ୍ତି: ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ,୧୮ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ବିହାରରେ ସବୁଠାରୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସାରା ଦେଶରେ ଏହି ଯୋଜନାକୁ ବିରୋଧ...

ନିଷ୍ପତ୍ତି ନେବ ନନ୍ଦିଗ୍ରାମ

କୋଲକାତା/ଗୁଆହାଟୀ,୧ା୪ : ପଶ୍ଚିମବଙ୍ଗ ଓ ଆସାମରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏଥିପାଇଁ ନିର୍ବାଚନ କମିଶନ (ଇସି) ଏବଂ ପୋଲିସ ପ୍ରଶାସନ ପକ୍ଷରୁ...

Advertisement
Archives

Model This Week