Posted inଜାତୀୟ

ମୋଦିଙ୍କ ସହିତ ଗୁପ୍ତବୈଠକ: ମିଳିମିଶି କାମ କରିବାକୁ ମନା କରିଥିଲେ ଶରଦ ପାଓ୍ବାର !

ନୂଆଦିଲ୍ଲୀ,୩।୧୨: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସଙ୍କଟ ଦେଖାଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଭେଟିଥିଲେ। ଏହି ଗୁପ୍ତବୈଠକରେ କେଉଁ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ସେ ନେଇ ଶରଦ ପାଓ୍ବାର ସୂଚନା ଦେଇଛନ୍ତି। ଏକ ମରାଠି ଟିଭି ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ ପାଓ୍ବାର ଏହା କହିଛନ୍ତି। ମୋଦି ମିଳିମିଶି କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ସହିତ ପାଓ୍ବାରଙ୍କ କନ୍ୟା ସୁପ୍ରିୟା ସୁଲେଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ତେବେ ଏହାର ଉତ୍ତରରେ ପାଓ୍ବାର କହିଥିଲେ ଯେ, ବ୍ୟକ୍ତିଗତ ସମ୍ପର୍କ ଯେଭଳି ଭଲ ରହିଛି ସେହିିଭଳି ରହିଥାଉ। ମାତ୍ର ମିଳିମିଶି କାମ କରିବା ଅସମ୍ଭବ। କିନ୍ତୁ ବୈଠକରେ ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ନେଇ କୌଣସି ଆଲୋଚନା ହୋଇ ନ ଥିବା ପାଓ୍ବାର କହିଛନ୍ତି। ପାଓ୍ବାରଙ୍କ ଏହି ଟିଭି ସାକ୍ଷାତ୍‌କାର ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?