Posted inଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ: ଯୋଗଦେବେ ୮ ରାଷ୍ଟ୍ରର ନେତା

ନୂଆଦିଲ୍ଲୀ,୨୮ା୫: ଆସନ୍ତା ୩୦ ତାରିଖରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ ଏହି ଉତ୍ସବରେ ବାଂଲାଦେଶ, ମ୍ୟାନ୍‌ମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନର ନେତାମାନେ ଯୋଗଦେବେ। ଭାରତ ସରକାରଙ୍କ ପକ୍ଷରୁ ବିମ୍‌ଷ୍ଟେକ୍‌ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି। ପଡୋଶୀ ପ୍ରଥମ ନୀତିକୁ ସରକାର ପ୍ରାଧାନ୍ୟ ଦେଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଅଧ୍ୟକ୍ଷ ଥିବା କିର୍‌ଗିଜ ରିପବ୍ଲିକ୍‌ ଏବଂ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ହୋଇଥିବା ମରିସସ୍‌ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ସରକାରୀ ମୁଖପାତ୍ର କହିଛନ୍ତି। ୨୦୧୪ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ସମସ୍ତ ସାର୍କ ନେତାଙ୍କୁ ଆମନ୍ତ୍ରଣ କରାଯାଇଥିଲା।
ଗୁରୁବାର ରାତି ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ। ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଶନିବାର ମୋଦଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ଏବଂ ସରକାର ଗଠନ ଲାଗି ତାଙ୍କୁ ଆମନ୍ତ୍ରଣ କରିଥିଲେ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ୫୪୨ ଆସନ ଲାଗି ନିର୍ବାଚନ ହୋଇଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୫୩ ଆସନରେ ବିଜୟୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ କବର ଉପରେ ବସି ସିରିଏଲ୍‌ କିଲର ପ୍ରେମିକ ପିଉଥିଲେ ମଦ, ତାପରେ ଘଟିଲା ଏପରି…

ଭୋପାଳ, ୨୯।୮: ପ୍ରେମରୁ ସମ୍ପର୍କ ଏହା ପରେ ଅପରାଧ। ପ୍ରେମିକାଙ୍କୁ ହତ୍ୟା କରି ଘରେ କବର ଦେଇଥିଲେ ସିରିଏଲ୍‌ କିଲର ପ୍ରେମିକ। ପ୍ରେମିକାଙ୍କ କବର ଉପରେ...

ଭେଣ୍ଟିଲେଟରର ବିକଳ୍ପ ତିଆରି କଲେ ଭାରତୀୟ ଡାକ୍ତର: କରୋନା ସଂକ୍ରମିତଙ୍କ ଲାଗି ହେବ ଉପଯୋଗୀ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେତେକ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଗୁରୁତର କରୋନା ସଂକ୍ରମିତଙ୍କ ଲାଗି ଭେଣ୍ଟିଲେଟର ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଦେଶରେ ମାତ୍ର...

ପାର୍ଲାମେଣ୍ଟରେ ସିଏଏ ଝଡ଼

ନୂଆଦିଲ୍ଲୀ,୬ା୨(ପି.ଟି.):  କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବୁଧବାର ପାର୍ଲାମେଣ୍ଟର ଉଭୟ ଗୃହରେ ଝଡ଼ ସୃଷ୍ଟି ହୋଇଛି। ଲୋକ ସଭାରେ ପ୍ରଶ୍ନକାଳରେ କଂଗ୍ରେସ ନେତା...

ସିଏଏ ପ୍ରତ୍ୟାହାର କଲେ ମୋଦିଙ୍କ ସହ ଆଲୋଚନା: ସର୍ତ୍ତ ବାଢ଼ିଲେ ମମତା ବାନାର୍ଜୀ

କୋଲକାତା,୨୯ା୧: ସିଏଏକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ତା’ ପୂର୍ବରୁ ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର କରିବାକୁ...

ଉଦ୍ଧବଙ୍କ ଲୋଭନୀୟ ଯୋଜନା: ଟଙ୍କାଏରେ ଚିକିତ୍ସା; ଚାଷୀଙ୍କ ଋଣ ଛାଡ଼

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ଲୋକଙ୍କ ପାଇଁ ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ଶାସନ ଆରମ୍ଭ ହେବା ପୂର୍ବରୁ ମେଣ୍ଟ ସରକାରଙ୍କ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମ...

ନୋଏଡା ସ୍ପାଇସ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୬।୮: ରାଜଧାନୀ ଦିଲ୍ଲୀର ନୋଏଡା ସେକ୍ଟର ୨୫-ଏ ସ୍ଥିତ ସ୍ପାଇସ୍‌ ମଲ୍‌ରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ,...

ଡ୍ୟାନ୍ସିଂ ଡାକ୍ତରଙ୍କ ଭିଡିଓ ଭାଇରାଲ

ବିଶାଖାପଟନମ୍‌,୨୦।୮:ପ୍ରତିଭା ଆଗରେ ହାର୍‌ ମାନିଲା ବୟସ। ପରିଣତ ବୟସରେ ପହଞ୍ଚିି ମଧ୍ୟ ଏପରି ଡ୍ୟାନ୍ସ କରିଛନ୍ତି ଜଣେ ବ୍ୟକ୍ତି, ଯେ କି ରାତାରାତି ପାଲଟିଯାଇଛନ୍ତି ସୋସିଆଲ...

ରାହୁଲ-ରାଜ୍ୟପାଳ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୪ା୮: ଜମ୍ମୁ-କଶ୍ମୀର ଗସ୍ତ କରିବାକୁ ଚାହୁଁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବାକ୍‌ଯୁଦ୍ଧ ଜୋରଧରିବାରେ ଲାଗିଛି। ଜମ୍ମୁ-କଶ୍ମୀରରେ ଲୋକେ ମରୁଥିବାବେଳେ...

Coronavirus Update


Archives

Model This Week

Why Dharitri