Posted inଜାତୀୟ

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ଦିଲ୍ଲୀ ପହଞ୍ଚିଲେ ମୃତ ୫୪ ଜଣ ଭାଜପା କର୍ମୀଙ୍କ ପରିବାର ସଦସ୍ୟ

ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନ ପ୍ରଚାର ହେଉ ଅବା ପ୍ରାର୍ଥିପତ୍ର ଦାଖଲ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ରାଜନୈତିକ ହିଂସା। ତେବେ ସବୁଠାରୁ ଅଧିକ ହିଂସା ଉପୁଜିଥିଲା ପଶ୍ଚିମବଙ୍ଗରେ। ଏଠାରେ ପାଖାପାଖି ୫୪ ଜଣ ଭାଜପା କର୍ମୀଙ୍କୁ ରାଜନୈତିକ ଆକ୍ରୋଶ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଲୋକ ସଭା ନିର୍ବାଚନରେ ଭାଜପା ଏବେ ଦ୍ୱିତୀୟଥର ଲାଗି ବିଜୟ ଲାଭ କରି ଶାସନ ଭାର ହାତକୁ ନେବାକୁ ଯାଉଛି। ଗୁରୁବାର ସନ୍ଧ୍ୟାରେ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏହି ଉତ୍ସବରେ ଯୋଗ ଦେବାକୁ ଦେଶ ବିଦେଶର ବହୁ ଅତିଥିଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ତେବେ ନିର୍ବାଚନୀ ହିଂସାରେ ପଶ୍ଚିମବଙ୍ଗରେ ପ୍ରାଣ ହରାଇଥିବା ପାଖାପାଖି ୫୪ ଜଣ ଭାଜପା କର୍ମୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ମୋଦିଙ୍କ ଶପଣ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଥିବା ବେଳେ ସେମାନେ ଗୁରୁବାର ସକାଳେ ଦିଲ୍ଲୀ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଆଇନ୍‌ ବିରୋଧରେ ବିଧାନସଭାରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୨୭।୧: ରାଜଧାନୀ ଦିଲ୍ଲୀରେ ନୂଆ କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିଧାନସଭାରେ କୃଷି...

ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ନିଖୋଜ ବିଧାୟକ

ମୁମ୍ବାଇ, ୧୮।୭: କର୍ନାଟକରେ ଏଚ୍‌ଡି କୁମାରସ୍ବାମୀ ସରକାର ଗୁରୁବାର ବିଧାନସଭାରେ ଫ୍ଲୋର୍‌ ଟେଷ୍ଟ ଦେଇଛନ୍ତି। ଏପଟେ କଂଗ୍ରେସ-ଜେଡି(ଏସ) ମେଣ୍ଟର କିଛି ବିଧାୟକ ଗୃହରେ ଅନୁପସ୍ଥିତ ଥିଲାବେଳେ...

ଅଭିନେତା ବିଜୟ ବାବୁଙ୍କ ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୬।୭ : ବଳାତ୍କାର ମାମଲାରେ ଅଭିନେତା ବିଜୟ ବାବୁଙ୍କୁ ଦିଆଯାଇଥିବା ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରି ଦେଇଛନ୍ତି। ତେବେ...

ଏଥର ଶିଲାଙ୍କ ବିନା ଭୋଟ ଦେଲେ ସୋନିଆ

ନୂଆଦିଲ୍ଲୀ,୮।୨: ଦିଲ୍ଲୀରେ ୭୦ ବିଧାସଭା ଆସନ ପାଇଁ ଶନିବାର ସକାଳ ୮ଟାରୁ ମତଦାନ ଜାରି ରହିଛି। ସକାଳ ୧୧ଟା ପର୍ଯ୍ୟନ୍ତ ୭ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।...

୨୪ ଘଣ୍ଟାରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ନେଇ ଦେଶ ଅତିକ୍ରମ କଲା ୧୬ ଲକ୍ଷ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶ କରୋନା ସଂକ୍ରମଣରେ ପ୍ରତିଦିନ ନୂଆ ନୂଆ ରେକର୍ଡ...

୧୦ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୫ ପ୍ରତିଶତ

ନୂଆଦିଲ୍ଲୀ, ୭।୬: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୯୪୬ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୭ ହଜାର ୪୦ ରହିଛି।...

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ,...

ଆସାମରେ କୁଆପଥର ମାଡ: ୧୩୨ ଗାଁର ୧୮ ହଜାର ଲୋକେ ପ୍ରଭାବିତ…

ଗୁଆହାଟୀ,୨୭।୧୨ : ଉପର ଆସାମର ତିନସୁକିଆ ଏବଂ ଦିବ୍ରୁଗଡ ଜିଲାର ଅନେକ ସ୍ଥାନରେ ପ୍ରବଳ କୁଆପଥର ମାଡରେ ୨୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ...

Advertisement
Archives

Model This Week