ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ ଜଗତ ଓ ପ୍ରଶଂସକଙ୍କର ଶୁଭେଚ୍ଛାର ସୂଅ ଛୁଟିଛି। ୧୯୫୦ ସେପ୍ଟେମ୍ବର ୧୭ରେ ଭାଡନଗରରେ ନରେନ୍ଦ୍ର ମୋଦି ଜନ୍ମଗ୍ରହଣ କରିଥିଲେ। ନିଜର ଅଭିଭାଷଣ, କଡ଼ା ନିଷ୍ପତ୍ତି ଓ ସଫଳ ଯୋଜନା ପାଇଁ ଦେଶ ବିଦେଶରେ ପରିଚିତ ପ୍ରଧାନମନ୍ତ୍ରୀ ମୋଦି ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ତାଙ୍କର ଅଭିଭାଷଣ ଶୁଣିବା ପାଇଁ କାହିଁ କେତେ ଦୂରରୁ ଲୋକମାନଙ୍କ ସୂଅ ଛୁଟିଥାଏ। କେବଳ ସେତିକି ନୁହେଁ ତାଙ୍କର ଡ୍ରେସିଂ ଷ୍ଟାଇଲ୍‌, ବେଶଭୂଷାକୁ ନେଇ ସୋସିଆଲ ମିଡିଆରେ ଯୁବବର୍ଗଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ମୋଦିଙ୍କ କୁର୍ତ୍ତାରୁ ଆରମ୍ଭ କରି ସୁଟ ପ୍ୟାଣ୍ଟ ପର୍ଯ୍ୟନ୍ତ ଯୁବବର୍ଗ ତାଙ୍କୁ ଫଲୋ କରୁଛନ୍ତି। ନିକଟରେ ମୋଦିଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ଆସନ୍ତୁ ଜାଣିବା ସେ ବିଷୟରେ…


*ଛୋଟ ହାତ ଥିବା କୁର୍ତ୍ତା: ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ମୋଦି କୁର୍ତ୍ତା ବେଶ୍‌ ଲୋକପ୍ରିୟ ହୋଇଥିଲା। କିନ୍ତୁ ମୋଦି ମଧ୍ୟ ଭିନ୍ନ ଭିନ୍ନ କୁର୍ତ୍ତାର ବ୍ୟବହାର କରିଥାନ୍ତି। ନିକଟରେ ତାଙ୍କର ଛୋଟ ହାତ ଥିବା କୁର୍ତ୍ତାକୁ ସୋସିଆଲ ମିଡିଆରେ ବେଶ୍‌ ପସନ୍ଦ କରାଯାଇଥିଲା।


* ନେହେରୁ ଜ୍ୟାକେଟ: ନେହେରୁ ଜ୍ୟାକେଟ ବହୁ ପୂର୍ବରୁ ମାର୍କେଟରେ ଉପଲବ୍ଧ ହେଉଥିଲା। ହେଲେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନୂଆ ଲୁକ୍‌ ଦେବା ସହ ଟ୍ରେଣ୍ଡ କରିଦେଇଛନ୍ତି। ମୋଦି କୁର୍ତ୍ତା ପାଇଜାମା ସହ ନେହେରୁ ଜ୍ୟାକେଟକୁ ଭଲଭାବେ ବହନ କରିଥାନ୍ତି।


* ରଙ୍ଗ ବେରଙ୍ଗ ପଗଡ଼ି: ମୋଦିଙ୍କର ପଗଡି ପ୍ରତି ରହିଛି ଦୁର୍ବଳତା। ସ୍ବାଧୀନତା ଦିବସ ଅବସରରେ ମୋଦିଙ୍କୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା। ମୋଦିଙ୍କର କୁର୍ତ୍ତା ପାଇଜାମା ଓ ରଙ୍ଗବେରଙ୍ଗର ପଗଡି ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।


* ହାଇ ନେକ୍‌ ସୁଟ: ବିଦେଶ ଗସ୍ତ ଅବସରରେ ଭିନ୍ନ ଭିନ୍ନ ସୁଟରେ ମୋଦି ନଜର ଆସନ୍ତି। ଡ୍ରେସିଂ ମାମଲାରେ ମୋଦିଙ୍କ ଏହି ଲୁକ୍‌ ବିଦେଶୀ ନେତାଙ୍କୁ ଟକ୍କର ଦେଇଥାଏ।


* କୁର୍ତ୍ତା, ପାଇଜାମା ସହ ଷ୍ଟୋଲ: ନିକଟରେ ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ତାଙ୍କର ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଧଳା କୁର୍ତ୍ତାରେ ପାଇଜାମା, ରେଡ ଓ କ୍ରୀମ କଲରର ପାରମ୍ପରିକ ଷ୍ଟୋଲରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।


* ସୁଟ ଉପରେ ନେକ୍‌ ସ୍କାର୍ଫ: ସ୍ବିଡେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେକ ଶାର୍ଟ ସହ ଗ୍ରେ ସୁଟ ପିନ୍ଧିଥିଲେ। ଏହାସହ ଲାଲ ରଙ୍ଗର ସ୍କାର୍ଫ ତାଙ୍କୁ ହ୍ୟାଣ୍ଡସମ ଲୁକ୍‌ ଦେଇଥିଲା।


*ନେହେରୁ କଲର ସୁଟ: ପ୍ରିନ୍ସ ଚାଲର୍‌ସଙ୍କ ସହ ସାକ୍ଷାତ୍‌କାରରେ ମୋଦି କଳା ରଙ୍ଗର ନେହେରୁ କଲର ସୁଟ ପିନ୍ଧିଥିଲେ। ସୁଟରେ ସେ ପକେଟ ସ୍କ୍ବାୟର ଲଗାଇଥିଲେ। ମୋଦିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ଠାକରେଙ୍କ ବୈଠକକୁ ଆସିଲେ ମାତ୍ର ୧୩ ବିଧାୟକ

ମୁମ୍ବାଇ,୨୩।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠରେ କେବଳ ୧୩ ଜଣ...

୨୬ ଜାନୁୟାରୀରୁ ବଢିବ ଶୀତ, କମିବ ୫ ରାଜ୍ୟର ତାପମାତ୍ରା

ନୂଆଦିଲ୍ଲୀ,୨୫ ।୧: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ମଧ୍ୟ ଭାରତରେ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଇଏମଡିର...

ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍‌ ଟିକା ଦିଆଯିବ।...

ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ...

ଶାଓ୍ବାର ଅନ୍‌ କରି ଏମିତି ଗାଧୋଉଛି ପକ୍ଷୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଜନଧନ ଯୋଜନାକୁ ୭ବର୍ଷ

ଭୁବନେଶ୍ୱର,୨୯।୮:  ଦେଶର ଆର୍ଥିକ ଗତିକୁ ଦ୍ରୁତ କରିବା ପାଇଁ ବ୍ୟାଙ୍କିଙ୍ଗ୍‌ କାରବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ସ୍ବାଧୀନତାର ୬୮ ବର୍ଷ ପରେ ମଧ୍ୟ ଦେଶର...

ନୂଆବର୍ଷ ପାର୍ଟିକୁ ମନା: ୧୪୪ ଧାରା ସହିତ ନାଇଟ୍‌ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ,୩୧।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ନୂଆବର୍ଷ ପାର୍ଟିକୁ ମନା କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ସ୍ଥିତି ଉପରେ...

ମଣିପୁର କଳାକାରଙ୍କ ସହ ଗୀତର ତାଳେ ତାଳେ ଝୁମିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଇମ୍ଫାଲ,୧୯।୨: ମଣିପୁର ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ମଣିପୁରରେ ପ୍ରଥମ ପର୍ଯ୍ୟାୟ ଭୋଟ ଫେବୃଆରୀ ୨୮ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ...

Advertisement
Archives

Model This Week