ମୋଦିଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଅକ୍ଷୟ: ପରିବେଶ ସୁରକ୍ଷା, ସ୍ବଚ୍ଛତା ଉପରେ ଗୁରୁତ୍ୱ

ପୁରୀ ଅଫିସ, ୧୭ା୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସକୁ ମଙ୍ଗଳବାର ପୁରୀରେ ମୋଦିଙ୍କ ଫ୍ୟାନ ଭାବେ ପରିଚିତ ଅକ୍ଷୟ ଜୟସିଂ ନିଆର ଢ଼ଙ୍ଗରେ ପାଳନ କରିଛନ୍ତି। ଅକ୍ଷୟ ପରିବେଶ ଓ ପକ୍ଷୀ ସୁରକ୍ଷା, ପ୍ଲାଷ୍ଟିକ, ପଲିଥିନ ଓ ନିଶା ମୁକ୍ତ ଭାରତ ଏବଂ ଶ୍ରୀକ୍ଷେତ୍ରର ସ୍ବଚ୍ଛତା ଉପରେ ଗୁରୁତ୍ୱରୋପ କରିଛନ୍ତି।
ସକାଳ ସମୟରେ ପୌର ସଦନ ଛକ ସ୍ଥିତ ଜୟସିଂ ଚାହା ଦୋକାନରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ କେକ କାଟି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବିଭିନ୍ନ କିସମର ଚାରା ରୋପଣ କରି ପରିବେଶ ସୁରକ୍ଷାର ବାର୍ତା ଦେଇଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଷୟ ୫ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମାଟିପାତ୍ର ରେ ଚାହା ଏବଂ ରସଗୋଲା ବଣ୍ଟନ କରିଥିଲେ। ସେ କହିଲେ ଯେ, ଶ୍ରୀକ୍ଷେତ୍ରର ସ୍ବଚ୍ଛତା ଲାଗି ସମସ୍ତଙ୍କ ସହଯୋଗ ଆବଶ୍ୟକ। ବାହାରରେ କୌଣସି ସ୍ଥାନରେ ଅଳିଆ ପକାଇବା ପରିବର୍ତ୍ତେ ପୌର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଡଷ୍ଟବିନର ବ୍ୟବହାର ଏବଂ ନିଜ ଅଞ୍ଚଳରେ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଆହ୍ବାନ ଦେଇଛନ୍ତି। ସପ୍ତାହ ବ୍ୟାପୀ ଚାରାରୋପଣ, ସ୍ବଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟଙ୍କ ଝିଅ ଆର୍ଯ୍ୟା ଜୟସିଂ, ଭାଜପା ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ, ଉପସଭାପତି ଦିଗଦର୍ଶନ ପଟ୍ଟନାୟକ, ରବି ନାରାୟଣ ଦାଶ, ବ୍ରଜବନ୍ଧୁ ମହାରଣା, ଚନ୍ଦ୍ରଶେଖର ମିଶ୍ର, ଜଗନ୍ନାଥ ପ୍ରତିହାରୀ, ସୌମ୍ୟରଞ୍ଜନ ପାତ୍ର, ବଦ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଏମ.କେ ଜୁଡୋ ଗ୍ରୁପ ପକ୍ଷରୁ ଗାନ୍ଧୀ ପାର୍କ ଠାରେ ମୋଦିଙ୍କ ଜନ୍ମଦିବସ ପାଳନ କରି ତାଙ୍କ ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ପୁରୀରେ ଏକ ଉନ୍ନତମାନର ଷ୍ଟ୍ରାଡିୟମ ନିର୍ମାଣ ଲାଗି ଦାବି କରିଥିଲେ। ଅନୁଷ୍ଠାନର ଆବାହକ ମନୋଜ କୁମାର ସାହୁ, ଅଭିରାମ ବିଶ୍ୱକର୍ମା, ସୁନିଲ କୁମାର ମହାପାତ୍ର, ବିନୟ, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ୱାଙ୍ଗଚୁକଙ୍କୁ ଏହି ଆଶ୍ୱାସନା ଦେଲେ ମୋଦି ସରକାର, ଅନଶନ ଭାଙ୍ଗି ୨୬ ଦିନ ପରେ ଖାଦ୍ୟ ଖାଇ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୭: ପ୍ରସିଦ୍ଧ ଶିକ୍ଷାବିତ୍‌ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ୨୬ ଦିନ ପରେ ନିଜର ଅନଶନ ପ୍ରତ୍ୟାହାର କରିଛନ୍ତି। ସେ କହିଛନ୍ତି ଯେ ଭୋକ ହରତାଳ…

ଏହି ସର୍ତ୍ତରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ: ମାନିବାକୁ ସରକାର ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୨୪।୭: ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଜନ୍ତର ମନ୍ତରରେ ଅନଶନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ସଂସ୍କାର ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେ ୨୩ ଜୁଲାଇରେ ତାଙ୍କର…

ହୋଇଯାନ୍ତୁ ସତର୍କ…ଅନଶନ ଭାଙ୍ଗିବା ପରେ କାହିଁକି ଏମିତି ଅପିଲ୍‌ କଲେ ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୨୪।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଗତ ୨୬ ଦିନ ଧରି ପେପର ଲିକ ପ୍ରସଙ୍ଗରେ ଅନଶନରେ ବସିଥିଲେ। କିନ୍ତୁ ଏବେ ଏହାକୁ ସମାପ୍ତ କରିଛନ୍ତି। ଗୁରୁବାର…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଏହି ପ୍ରସଙ୍ଗରେ ଜବାବ ରଖିଲେ ନବୀନ-ପାଣ୍ଡିଆନ୍‌: ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ୱର,୨୪।୭(ତ୍ରିନାଥ ମହାନ୍ତି):ତତ୍କାଳୀନ ୫ଟି ସଚିବ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ।…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ସପ୍ତାହେ ଯାଏ ଛେଚିବ: ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪ା୭ (ବନ୍ଦନା ସେଠୀ):ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଛି। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri