Posted inଖେଳ

ମେସିଙ୍କୁ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର, ରାପିନୋ ଶ୍ରେଷ୍ଠ ମହିଳା ଫୁଟବଲର

ମିଲାନ,୨୪।୯(ଏଏଫ୍‌ପି)-ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ପୁଣି ଥରେ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ସେହିପରି ଆମେରିକୀୟ ମହିଳା ପେସାଦାର ଫୁଟବଲର ମେଗାନ ରାପିନୋ ମହିଳା ବର୍ଗରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ମହିଳା ଫିଫା ବିଶ୍ୱକପ୍‌ରେ ରାପିନୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଆମେରିକା ଟାଇଟଲ ହାସଲ କରିଥିଲା। ମେସି ହଲାଣ୍ଡର ଭାନ ଡିଜ୍‌କଙ୍କୁ ପଛରେ ପକାଇ ଷଷ୍ଠଥର ପାଇଁ ଶ୍ରେଷ୍ଠ ଫୁଟବଲର ବିବେଚିତ ହୋଇଛନ୍ତି। ଡିଜ୍‌କ ଗତ ବାସ ୟୁଇଏଫ୍‌ଏ ପ୍ଲେୟାର ପୁରସ୍କାର ହାସଲ କରି ଏହି ସମ୍ମାନ ପାଇଁ ସବୁଠାରୁ ଆଗରେ ଥିଲେ। ଡିଜ୍‌କଙ୍କ ପ୍ରଦର୍ଶନ ବଳରେ ଲିଭରପୁଲ ଗତ ସେସନରେ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଜୁଭେଣ୍ଟସ୍‌ ଫରଓ୍ବାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ଏହି ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ ଅନ୍ତିମ ପର୍ଯ୍ୟାୟରେ ବାଦ୍‌ ପଡିଥିଲେ।
ଏବେ ୩୨ ବର୍ଷୀୟ ମେସି ଓ ୨୮ ବର୍ଷୀୟ ଭାନ ଡିଜ୍‌କ ବାଲନ ଡି’ଅର ପୁରସ୍କାର ଦୌଡ଼ରେ ପରସ୍ପର ସହିତ କଡ଼ା ପ୍ରତିଦ୍ୱନ୍ଦ୍ୱୀତା କରିବେ। ଡିସେମ୍ବର ୨ ତାରିଖରେ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ।
ମହିଳା ବିଭାଗରେ ରାପିନୋ ନିଜ ଦେଶର ଆଲେକ୍ସ ମୋର୍ଗାନ ଓ ଇଂଲଣ୍ଡର ଲୁସି ବ୍ରୋଞ୍ଜଙ୍କୁ ପଛରେ ପକାଇ ଫିଫା ଓମେନ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସେହିପରି ଆମେରିକୀୟ କୋଚ୍‌ ଜିଲ ଏଲିସ୍‌ ମହିଳା କୋଚିଂ ପୁରସ୍କାର ହାସଲ କରିଛନ୍ତି। ୩୪ ବର୍ଷୀୟା ରାପିନୋ ଗତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ଓ ଗୋଲ୍ଡେନ୍‌ ବଲ୍‌ ପୁରସ୍କାର ହାସଲ କରିଥିଲେ। ସେ ବିଶ୍ୱକପ୍‌ର ପରିଚୟ ବନିଯାଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେଇ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।
ଚାମ୍ପିୟନ୍ସ ଲିଗ୍‌ର ଗତ ସେସନରେ ମେସି ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଅବଶ୍ୟ ବାର୍ସିଲୋନା ସେମିଫାଇନାଲରେ ଲିଭରପୁଲଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲା। ତେବେ ଏହାପୂର୍ବରୁ ମେସି ୧୨ଟି ଗୋଲ ଦେଇ ଟପ୍‌ ସ୍କୋରର ବିବେଚିତ ହୋଇଥିଲେ। ଆର୍ଜେଣ୍ଟିନା ତାରକା ମେସି ୩୬ଟି ଗୋଲ୍‌ ସ୍କୋର କରି ବାର୍ସିଲୋନାକୁ ଲା ଲିଗା ଚାମ୍ପିୟନ କରାଇଥିଲେ। ପୁଣି ମେସିଙ୍କ ପ୍ରଦର୍ଶନ ବଳରେ ଆର୍ଜେଣ୍ଟିନା ୨୦୧୯ କୋପା ଆମେରିକାରେ ବ୍ରୋଞ୍ଜ୍‌ ପଦକ ଜିତିଥିଲା। ଦ୍ୱିତୀୟ ଡିଫେଣ୍ଡର ଭାବେ ଭାନ ଡିଜ୍‌କ ଇଟାଲୀର ଫାବିଓ କାନାଭାରୋଙ୍କ ପରେ ଶ୍ରେଷ୍ଠ ଫୁଟବଲ ବିବେଚିତ ହୋଇଥାନ୍ତେ। ୨୦୦୬ରେ ଫାବିଓ ଫିଫା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସେହିପରି ଶ୍ରେଷ୍ଠ ପୁରୁଷ ଗୋଲକିପର ଭାବେ ବ୍ରାଜିଲ ତଥା ଲିଭରପୁଲର ଆଲିସନ ବେକର ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ମହିଳା ଗୋଲକିପର ଭାବେ ନେଦରଲାଣ୍ଡର ତତା ଆଟଲେଟିକୋ ମାଡ୍ରିଡର ସାରି ଭାନ ଭିନେଡାଲ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ପୁରୁଷ କୋଚ୍‌ ହିସାବରେ ଲିଭରପୁଲ୍‌ର ଜର୍ଜେନ କ୍ଲୋପ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ରୋମାନିଆ ଜନ୍ମିତ ହଙ୍ଗେରୀର ଡାନିଏଲ ଜେଡ୍‌ସୋରୀ ଫିଫା ପୁସ୍‌କାସ ଆଓ୍ବାର୍ଡ ବେଷ୍ଟ ଗୋଲ ପୁରସ୍କାର ହାସଲ କରିଛନ୍ତି। ଏହି କ୍ରମରେ ସେ ମେସି ଓ ଜୁଆନ ଫର୍ନାଣ୍ଡୋ କ୍ୱିଣ୍ଟେରୋଙ୍କୁ ପଛରେ ପକାଇଥିଲେ। ୧୮ ବର୍ଷୀୟ ଫରଓ୍ବାର୍ଡ ଡାନିଏଲ୍‌ ପଦାର୍ପଣରେ ଫେରେନକଭାରୋସ ବିପକ୍ଷରେ ଏକ ସୁନ୍ଦର ଗୋଲ ସ୍କୋର କରି ନିଜ କ୍ଲବ ଡେବ୍ରେସେନକୁ ଜିତାଇଥିଲେ। ସେହିପରି କୋଚ୍‌ ମାର୍ସେଲୋ ବିଏଲ୍‌ସା ଓ ତାଙ୍କ କ୍ଲବ୍‌ ଲିଡ୍ସ ୟୁନାଇଟେଡ ଫେୟାର ପ୍ଲେ ପୁରସ୍କାର ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ, ଜାଣନ୍ତୁ କାହିଁକି ଛାଡ଼ିବାକୁ ପଡ଼ିଲା…

ନୂଆଦିଲ୍ଲୀ,୪।୭: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ନେଇ ଶୁକ୍ରବାର…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri