Posted inଫୁରସତ

ମେଦବୃଦ୍ଧି ସମସ୍ୟା ଦୂର କରେ ଥଣ୍ଡା କ୍ଷୀର

କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ, ତାହା ସମସ୍ତଙ୍କୁ ଜଣା। ବିଶେଷକରି ଉଷୁମ କ୍ଷୀର ପିଇବାକୁ ସମସ୍ତେ ଭଲପାଆନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ସ୍ବାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ। ଥଣ୍ଡା କ୍ଷୀର ନା କେବଳ ପାଟିକୁ ସ୍ବାଦିଷ୍ଟ ଲାଗେ ବରଂ ଏସିଡିଟି, ମେଦବୃଦ୍ଧି ଆଦି ସମସ୍ୟାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ। ଥଣ୍ଡା କ୍ଷୀର ସେବନ କରିବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବା ସହ କୋଲେଷ୍ଟୋରଲ୍‌ସ୍ତର ହ୍ରାସ ପାଇଥାଏ। ଯଦ୍ଦ୍ବାରା ମେଦବୃଦ୍ଧି ସମସ୍ୟାର ଭୟ ନଥାଏ। ତେବେ ଏହି ଥଣ୍ଡା କ୍ଷୀରକୁ ଦିନରେ ପିଇବା ସବୁଠୁ ଭଲ। ଏହି କ୍ଷୀର ଏସିଡିଟି ସମସ୍ୟାରୁ ଆରାମ ଦେଇଥାଏ। ଯଦି ପେଟରେ ଅଲସର ହୋଇଥାଏ, ତେବେ ଥଣ୍ଡା କ୍ଷୀରକୁ ଢକ ଢକ କରି ନ ପିଇ ଧୀରେ ଧୀରେ ପିଇଲେ ଏଥିରୁ ଉପଶମ ମିଳିଥାଏ। କେବଳ ସେତିକି ନୁହେଁ, ଖାଇବା ପରେ ଯଦି ବାରମ୍ବାର ଭୋକ ଲାଗୁଥାଏ ତେବେ ଥଣ୍ଡା କ୍ଷୀର ପିଇଲେ ଏହି ସମସ୍ୟା ଦୂରେଇ ଯାଏ। ଚାହଁିଲେ ଥଣ୍ଡା କ୍ଷୀରରେ ଓଟ୍ସ ମିଶାଇ ଖାଇପାରିବେ। ଖରାଦିନେ କ୍ଷୀରରେ ତିଆରି କୋଲ୍ଡ କଫି ପିଇଲେ ଶରୀରକୁ ତାଜା ଅନୁଭୂତ ହୋଇଥାଏ। କ୍ଷୀରରେ ବଦହଜମୀ ବା ଗ୍ୟାସ୍‌ ସମସ୍ୟା ଦୂର କରିବାର ଗୁଣ ଭରିରହିଛି। ଯାହା ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ। ଏହାକୁ ସେବନ କଲେ ଘିଅ କିମ୍ବା ତେଲ ମସଲା ଜାତୀୟ ଖାଦ୍ୟ ପଦାର୍ଥ ସହଜରେ ହଜମ ହୋଇଯାଏ। ତେବେ ଏଥିରେ ସାମାନ୍ୟ ଅଦା ଛେଚା ପକାଇ ପିଇଲେ ଅଧିକ କାମ ଦେଇଥାଏ। ଜିମ୍‌ରୁ ଏକ୍ସର୍‌ସାଇଜ୍‌ ସାରି ଆସିବା ପରେ ଏନର୍ଜି ଡ୍ରିଙ୍କ୍‌ କିମ୍ବା ଜୁସ୍‌ ପିଇବା ସ୍ଥାନରେ ଯଦି ଥଣ୍ଡା କ୍ଷୀରକୁ ସ୍ଥାନିତ କରାଯାଏ, ତେବେ ଏହା ମାଂସପେଶୀକୁ ସୁଦୃଢ଼ ରଖିଥାଏ। ଶରୀରକୁ ପ୍ରୋଟିନ୍‌ ଏବଂ ଶକ୍ତି ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା

ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର...

୨ ବର୍ଷ ହେଲା ଗର୍ଭବତୀ ଅଛନ୍ତି ଏହି ମହିଳା!

ଚିକିତ୍ସା ଜଗତରେ ଏମିତି ଅନେକ କଥା ଶୁଣିବାକୁ ଏବଂ ଦେଖିବାକୁ ମିଳେ ଯାହା ବିଶ୍ୱାସ ହୁଏ ନାହିଁ। ବତ୍ତର୍ମାନ ପର୍ଯ୍ୟନ୍ତ ଆପଣ ୯ ମାସ ପର୍ଯ୍ୟନ୍ତ...

ଯେଉଁଠି ପ୍ରତିଦିନ ବୃଦ୍ଧିପାଉଛି ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା

ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳର ଢୋଲକଲ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗଣେଶ ମୂର୍ତ୍ତି। ପ୍ରାୟ ୧୧୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିଟିର ଉଚ୍ଚତା ପ୍ରତିଦିନ ବୃଦ୍ଧି...

ଦାମୀ ଛତା: ଦେଖିବାକୁ ଆକର୍ଷଣୀୟ, ଦର ଆକାଶଛୁଆଁ

ଖରାଦିନ ହେଉ ଅବା ବର୍ଷାଦିନ ଛତାର ଆବଶ୍ୟକତା ସବୁବେଳେ ରହିଥାଏ। ସେଥିପାଇଁ ଏହାର ଚାହିଦାକୁ ଲକ୍ଷ୍ୟ କରି କେତେ ନୂଆ ନୂଆ ଡିଜାଇନ୍‌ର ଛତା ମାର୍କେଟ୍‌କୁ...

ଜମିରେ ନାଗମଣି ଦେଖି ଲୋକଙ୍କ ପୂଜାର୍ଚ୍ଚନା

କର୍ନାଟକ: ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି। କିଛି ଘଟଣାକୁ ଲୋକେ ଚମତ୍କାର ଆଖ୍ୟା ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏମିତି...

ଅଳିଆଗଦାରେ ଫିଙ୍ଗି ଦେଇଥିଲେ ଲଟେରି ଟିକେଟ୍‌, ପରେ ହେଲେ କୋଟିପତି

କୁହାଯାଏ, ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଇଥାଏ ତା’ର ଠିକଣା ନ ଥାଏ। ଫଳରେ କୋଟିପତି ଗରିବ ହୋଇଯାଉଥିବା ବେଳେ ଗରିବଟିଏ ରାତାରାତି କୋଟିପତି...

ଜଙ୍ଗଲରେ ବିବାହ ବାର୍ଷିକୀ ପାଳନ କରୁଥିଲେ ଏହି ବ୍ୟକ୍ତି, ଆଉ ତା’ପରେ…

ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜ ବିବାହ ବାର୍ଷିକୀ ଜଙ୍ଗଲରେ ପାଳନ କରୁଥିବାବେଳେ ଏକ କୁନି ମାଙ୍କଡ...

ନା ଫଳ ନା ପରିବା

ଝୁଡିରେ ରଖାଯାଇଥିବା ତାଜା କମଳା ହେଉ କି ସଦ୍ୟ ଖୋଳା ହୋଇ ଅଣାଯାଇଥିବା ଆଳୁର ଏହି ଫଟୋ ଦେଖି ଭାରି ଇଚ୍ଛା ହେଉଥିବ ଏମିତି ତାଜା...

Advertisement
Archives

Model This Week