ମେଡ୍‌ ଇନ୍‌ ଓଡ଼ିଶା

‘ମେଡ୍‌ ଇନ୍‌ ଚାଇନା’ ନୁହେଁ କି ‘ମେଡ୍‌ ଇନ୍‌ ୟୁଏସ୍‌ଏ’ ନୁହେଁ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ସମ୍ପୂର୍ଣ୍ଣଭାବେ ‘ମେଡ୍‌ ଇନ୍‌ ଓଡ଼ିଶା’ ପ୍ରଡକ୍ଟ। କୌଣସି ମଲ୍ଟିନ୍ୟାଶନାଲ କମ୍ପାନୀ କି ରୋବୋ ଦ୍ୱାରା ଏହା କରାଯାଇନି। ଜଣେ ସାଧାରଣ ଚାଷୀଙ୍କ ପୁଅ ସନ୍ତୋଷ ନିଜସ୍ବ ଜ୍ଞାନକୌଶଳରେ ତିଆରି କରିଛନ୍ତି ଏଭଳି ଅସାଧାରଣ ଯନ୍ତ୍ର ଏବଂ ଉତ୍ପାଦ। ଗୋଟିଏ କିମ୍ବା ଦୁଇଟି ନୁହେଁ ତାଙ୍କ ହାତଗଢ଼ା ଏକାଧିକ ଯନ୍ତ୍ରପାତି ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ।

ଆଇଟିଆଇ ପରେ ଗବେଷଣା
ରାଜଧାନୀ ଅନ୍ତର୍ଗତ ବାଲିଅନ୍ତା ବ୍ଲକ୍‌ ଅନ୍ତର୍ଗତ ଉତ୍ତରା ନିକଟ ତେରବାଟିଆ ଗ୍ରାମର ସନ୍ତୋଷ ପରିଡ଼ା। ଆଇଟିଆଇ ପାସ୍‌ କରିଛନ୍ତି। ତାଙ୍କ ବାପା ଲକ୍ଷ୍ମୀଧର ଜଣେ ଚାଷୀ। ମା’ ସୁନ୍ଦରୀ ଜଣେ ଗୃହିଣୀ। ପିଲାବେଳୁ କିଛି ନୂଆ କରିବା ଲକ୍ଷ୍ୟନେଇ ସନ୍ତୋଷ ଆଇଟିଆଇ ଶେଷ କରିବାପରେ ଗବେଷଣା ପ୍ରତି ମନ ବଳାଇଥିଲେ। ନିଜସ୍ବ ଟେକ୍ନୋଲୋଜି, ଉପସ୍ଥିତ ବୁଦ୍ଧି ଓ ଦକ୍ଷତା ତାଙ୍କୁ ‘ଟ୍ରାକିଂ ଇଣ୍ଡିଆ’ ଭଳି ଯନ୍ତ୍ରପାତି ଉଦ୍ଭାବନ କରିବାକୁ ପ୍ରେରଣା ଯୋଗାଇଥିଲା। ପ୍ରଥମେ ବାଇକ୍‌ ଚୋରି ରୋକିବାକୁ ଜ୍ଞାନକୌଶଳ ବାହାର କରିଥିଲେ। ବାଇକ୍‌ ଉପରେ ପ୍ରୟୋଗ କରି ସଫଳ ହେବାପରେ ଏବେ ବିଭିନ୍ନ ପ୍ରକାର ଚୋରି ରୋକିବା ପାଇଁ ଯନ୍ତ୍ରପାତିର ବିକାଶ କରିଛନ୍ତି।

ସବୁପଛରେ ଜିଏସ୍‌ଏମ୍‌ ଟେକ୍ନୋଲୋଜି
ସବୁଠାରୁ ବଡ଼କଥା ହେଉଛି ସନ୍ତୋଷଙ୍କ ଦ୍ୱାରା ତିଆରି କୌଣସି ଯନ୍ତ୍ର ପାଇଁ ଇଣ୍ଟରନେଟ୍‌ କିମ୍ବା ସ୍ମାର୍ଟଫୋନ୍‌ ଦରକାର ହୁଏନାହିଁ। ଯେକୌଣସି ସାଧାରଣ ମୋବାଇଲ୍‌ରେ ଏହା ବିନା ଇଣ୍ଟରନେଟ୍‌ କାମ କରେ। ବର୍ତ୍ତମାନ ବିଶ୍ୱରେ ସମସ୍ତ ସିକ୍ୟୁରିଟି ସିଷ୍ଟମ ଏସ୍‌ଏମ୍‌ଏସ୍‌ ଦ୍ୱାରା ବାର୍ତ୍ତା ପହଞ୍ଚାଉଥିବା ବେଳେ ସନ୍ତୋଷଙ୍କ ଯନ୍ତ୍ର କିନ୍ତୁ ଚୋରିର ସୂଚନା ମିଳିଲେ ବ୍ୟବହାରକାରୀଙ୍କୁ ସିଧା କଲ୍‌ କରେ। ଗ୍ଲୋବାଲ୍‌ ସିଷ୍ଟମ ମୋବାଇଲ୍‌(ଜିଏସ୍‌ଏମ୍‌) ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ଏହି ଯନ୍ତ୍ରପାତି ଆପ୍‌-ବେସ୍‌ଡ ନୁହେଁ। ସବୁବର୍ଗର ଲୋକ ଯେପରି ବ୍ୟବହାର କରିପାରିବେ ତାହାକୁ ଦୃଷ୍ଟିରେ ରଖି ସନ୍ତୋଷ ଏହାକୁ ପ୍ରସ୍ତୁତ କରିଛନ୍ତି।

ଘରେ ଚୋରି ରୋକୁଛି ‘ଟ୍ରାକିଂ ଇଣ୍ଡିଆ’
ହୋମ୍‌ ସିକ୍ୟୁରିଟି ସିଷ୍ଟମ୍‌ ‘ଟ୍ରାକିଂ ଇଣ୍ଡିଆ’। ଜିଏସ୍‌ଏମ୍‌ ଟେକ୍ନୋଲୋଜୀରେ ପ୍ରସ୍ତୁତ ଏହି ସିଷ୍ଟମ୍‌ ଘର ବନ୍ଦ କରିବାର ୩ମିନିଟ୍‌ ପରେ ଘରକୁ ଏହା ଅଟୋମେଟିକ୍‌ ସିଗ୍‌ନାଲ ଲକ୍‌ କରିଦିଏ। ତା’ପରେ ଚୋର ଆସି କବାଟ କିମ୍ବା ଝରକା ଭାଙ୍ଗି ଘରେ ପଶିଲେ ସାଇରନ୍‌ ବାଜେ। ନାଲି ଲାଇଟ୍‌ ବ୍ଲିଙ୍କ୍‌ କରେ ଓ ଘର ଲାଇଟ୍‌ ମନକୁ ମନ ଜଳେ। ଯଦି ଟିୟର ଗ୍ୟାସ ସିଷ୍ଟମ ଥାଏ ତା’ହେଲେ ଟିୟର ଗ୍ୟାସ୍‌ ମନକୁ ମନ ବାହାରେ ଓ ତା’ପରେ ଘର ମାଲିକଙ୍କ ମୋବାଇଲ୍‌କୁ କଲ୍‌ ଯାଏ। ଭାରତ କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ବ୍ୟବହାରକାରୀଙ୍କୁ ଏହି ଫୋନ୍‌ ଯାଏ। ଫଳରେ ସେ ଫୋନ୍‌ ଉଠାଇ ଜାଣିପାରେ ତା’ ଘରେ କ’ଣ ହେଉଛି ଏବଂ ଚୋରକୁ ମଧ୍ୟ ସେହି ଫୋନ୍‌ ଯୋଗେ ଧମକାଇ ପାରେ। କେବଳ ଘରର ମାଲିକ ନୁହେଁ, କିଛି ସମୟ ବ୍ୟବଧାନ ପରେ ଏହି ମେଶିନ୍‌ ପୋଲିସ ଷ୍ଟେଶନକୁ ମଧ୍ୟ କଲ୍‌ କରି ଚୋରି ସମ୍ପର୍କରେ ସୂଚନା ଦିଏ। ଯେତେବେଳେ କି ସିସିଟିଭି କ୍ୟାମେରା ତଥ୍ୟ ଦ୍ୱାରା ଚୋରକୁ ଧରିବା ସମ୍ଭବ ହୁଏନାହିଁ ସେତେବେଳେ ଏହା ଚୋରି ହେବା ପୂର୍ବରୁ ସତର୍କ କରିଦିଏ। ଘରର ଆକାର ଉପରେ କେତେ ବଡ଼ ସିକ୍ୟୁରିଟି ସିଷ୍ଟମ ଲଗାଯିବ ତାହା ସ୍ଥିର କରାଯାଏ। ଏହା ୨୦ ହଜାର ଟଙ୍କାରୁ ଆରମ୍ଭ ହେଉଥିବା ସନ୍ତୋଷ କହିଛନ୍ତି।
ବିନା ଝିନ୍‌ଝଟ୍‌ରେ ଜଳସେଚନ
ଜଣେ ଚାଷୀପୁଅ ହୋଇଥିବାରୁ ଚାଷୀଙ୍କ କଷ୍ଟକୁ ଅନୁଭବ କରି ସନ୍ତୋଷ ପ୍ରଥମଥର ପାଇଁ ‘ଲିଫ୍ଟ ଇରିଗେଶନ ସିଷ୍ଟମ’ ନାମରେ ଏକ ନିଆରା ଯନ୍ତ୍ରପାତି ଉଦ୍ଭାବନ କରିଛନ୍ତି। ଏକର ଏକର ଜମିରେ ପାଣି ମଡ଼ାଇବା ଚାଷୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଥିବା ବେଳେ ଏହି ଯନ୍ତ୍ର ଦ୍ୱାରା ଆଉ ରାତି ଅନିଦ୍ରା ନ ହୋଇ ବିନା କୌଣସି ଝିନ୍‌ଝଟରେ ଜମିରେ ପାଣି ମଡ଼ାଇ ହେବ। ଘରେ ବସି ମୋବାଇଲ୍‌ରେ ସୁଇଚ୍‌ ଚିପିଲେ ଲିଫ୍ଟ ଚାଲିବ। ଜମିରେ ଆବଶ୍ୟକ ପାଣି ପୂରଣ ହୋଇଯିବା ପରେ ତାହା କୃଷକଙ୍କୁ ଫୋନ୍‌ କରି କହିବ ଏବଂ ମେଶିନକୁ ନିଜେ ନିଜେ ବନ୍ଦ କରିଦେବ। ସେହିଭଳି ବର୍ଷାହେଲେ ମଧ୍ୟ ମେଶିନ୍‌ ଆପେ ଆପେ ବନ୍ଦ ହୋଇଯିବ। ଜଳସ୍ତର କମିଗଲେ ନିଜେ ସେଥିରେ ପାଣି ଭର୍ତ୍ତି କରି ମେଶିନକୁ ରିଷ୍ଟାର୍ଟ କରିବ ଓ ବିଲ ଭିତରୁ ଚୋରି ହେଲେ ଏହା ଚାଷୀଙ୍କୁ ଯଥାସମୟରେ ସୂଚନା ଦେବ।

ଏଲ୍‌ପିଜି ଗ୍ୟାସ୍‌ ସିକ୍ୟୁରିଟି ସିଷ୍ଟମ
ସନ୍ତୋଷଙ୍କ ଉଦ୍ଭାବନ ମଧ୍ୟରେ ରହିଛି ଆଉ ଏକ ଉତ୍କୃଷ୍ଟ ଯନ୍ତ୍ର ‘ଏଲ୍‌ପିଜି ଗ୍ୟାସ୍‌ ସିକ୍ୟୁରିଟି ସିଷ୍ଟମ’। ଘରେ ଗ୍ୟାସ୍‌ ଲିକ୍‌ ସମ୍ପର୍କରେ ସୂଚନା ଦେବାକୁ ସେ ଏଭଳି ଏକ ସିଷ୍ଟମର ବିକାଶ କରିଛନ୍ତି। ଏହାକୁ ଘରେ ଲଗାଇଲେ ଗ୍ୟାସ୍‌ ଶର୍ଟସର୍କିଟ୍‌ ଜନିତ ଦୁର୍ଘଟଣାରୁ ସମ୍ପୂର୍ଣ୍ଣଭାବେ ମୁକ୍ତି ମିଳିବ। ଟାଙ୍କିରୁ ଗ୍ୟାସ୍‌ ନିର୍ଗତ ହେବା ମାତ୍ରେ ଏହା ପ୍ରଥମେ ଘରର ମେନ୍‌ ସୁଇଚ୍‌ ବନ୍ଦ କରି ଘରମଧ୍ୟକୁ ବିଦ୍ୟୁତ୍‌ ପ୍ରବାହ ରୋକିବ। ସେହିଭଳି ନିଆଁ ଲାଗିବା ମାତ୍ରେ ଏହା କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ନିର୍ଗତ କରି ନିଆଁକୁ ଲିଭାଇବ। ଏହାପରେ ମାଲିକଙ୍କ ମୋବାଇଲ୍‌କୁ ଏ ନେଇ କଲ୍‌ ଆସିବ। ଫଳରେ ଆପଣ ଘରୁ ବାହାରେ ଥିଲେ ମଧ୍ୟ ଆଉ ଚିନ୍ତା କରିବାକୁ ପଡ଼ିବନି।
ଗାଡ଼ି ଚୋରି ରୋକିବ
ଦୁଇଚକିଆ ଯାନ ହେଉ କି ଚାରିଚକିଆ ଯାନ। ଗାଡ଼ିର ଯେକୌଣସି ସ୍ଥାନରେ ଟ୍ରାକିଂ ଇଣ୍ଡିଆ ଯନ୍ତ୍ର ଲଗାଇଲେ ଏହା ଲୁଟେରାଙ୍କ କବଳରୁ ଗାଡ଼ିକୁ ସୁରକ୍ଷିତ ରଖିବ। ଯଦି କେହି ଲୁଟେରା ଗାଡ଼ି ଭାଙ୍ଗି ଗାଡ଼ି ଚୋରି କରିବାକୁ ଉଦ୍ୟମ କରିବ ତା’ହେଲେ ସଙ୍ଗେ ସଙ୍ଗେ ଗାଡ଼ିର ସାଇରନ୍‌ ବାଜିବ। ଗାଡ଼ି ନମ୍ବରରେ ମାଲିକଙ୍କ ମୋବାଇଲ୍‌ ଫୋନ୍‌ରେ କଲ୍‌ ଆସିବ। ତେବେ ସବୁଠାରୁ ବଡ଼କଥା ହେଲା ଲୁଟେରା ଗାଡ଼ି ନେଇ ଚାଲିଯାଉଥିବା ସମୟରେ ଫୋନ୍‌ରେ ଗାଡ଼ି ନମ୍ବରକୁ କଲ୍‌ କରି ଏହାର ଇଞ୍ଜିନକୁ ଲକ୍‌ କରିହେବ। ଯେତେ ଷ୍ଟାର୍ଟ କଲେ ବି ଗାଡ଼ି ଆଉ ଚାଲିବନି। ସନ୍ତୋଷ ଆଗାମୀଦିନରେ ବିନା ପେଟ୍ରୋଲ, ଡିଜେଲ ଏବଂ କିରୋସିନ୍‌ରେ କିଭଳି ବିଦ୍ୟୁତ୍‌ ଶକ୍ତି ଉତ୍ପାଦିତ ହୋଇପାରିବ ତାହା ଉପରେ ଗବେଷଣା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ

ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ…

ଏଇ ଭାରତରେ

ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ…

ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର

ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ…

ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି

ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍‌ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି…

ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର…

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ଟିଏମ୍‌ସି ନେତା ଅଭିଷେକଙ୍କ କାର୍ଯ୍ୟାଳୟ ଭାଙ୍ଗିଲା ପ୍ରଶାସନ

କୋଲକାତା,୧୮।୭: ଟିଏମ୍‌ସିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଲୋକ ସଭା ସଦସ୍ୟ ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ଶନିବାର ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…

ଫିଫା ବିଶ୍ୱକପ୍‌ ଫାଇନାଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ ଅବିସ୍ମରଣୀୟ, ଯୋଗଦେବେ ନାମିଦାମି

ନ୍ୟୁୟର୍କ,୧୮।୭: ଫିଫା ବିଶ୍ୱକପ୍‌ ୨୦୨୬ର ଉଦ୍‌ଯାପନୀ ଉତ୍ସବକୁ ଯେପରି ଅବିସ୍ମରଣୀୟ କରାଯାଇପାରିବ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ସବୁମତେ ଉଦ୍ୟମ କରାଯାଇଛି। ରବିବାର ଆର୍ଜେଣ୍ଟିନା ବନାମ ସ୍ପେନ୍‌ ଫାଇନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri