ମେଟାଲ ଜୁଏଲେରି

ଆଜିକାଲି ଅନେକ ଯୁବତୀଙ୍କ ପସନ୍ଦ ମେଟାଲ ଜୁଏଲେରି। ଏହା ଖୁବ୍‌ କମ୍‌ ଦାମ୍‌ରେ ମାର୍କେଟରେ ମିଳିବା ସହ ଆକର୍ଷଣୀୟ ବି ହୋଇଥାଏ। ବ୍ଲାକ୍‌ ମେଟାଲ ଏବଂ ସିଲ୍‌ଭର ମେଟାଲର ବି ଭେରାଇଟି ବାଛିପାରିବେ। ଏଥିମଧ୍ୟରେ ରହିଛି ଆର୍ମଲେଟ୍‌, ରିଷ୍ଟ୍‌ଲେଟ୍‌, ପାୟଲ ଇତ୍ୟାଦି। ଆପଣ ଚାହିଁଲେ ଏହାକୁ କୁର୍ତ୍ତି, ଶାଢ଼ି କିମ୍ବା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ପିନ୍ଧିପାରିବେ।
ଇୟର ରିଙ୍ଗ୍ସ-ଫ୍ୟାଶନ ଦୁନିଆରେ ପରିବର୍ତ୍ତନ ଚାଲିଛି। ଏବେ ଲଟ୍‌କନ୍‌ର ବଡ଼ ଇୟର ରିଙ୍ଗ୍ସ ଟ୍ରେଣ୍ଡରେ ରହିଛି। ଏଥିରେ ମିରର ଓ୍ବାର୍କ ପେଷ୍ଟ୍‌ କରାଯାଇଥାଏ। ଏହାର ତଳ ସାଇଡ୍‌ରେ ଘୁଙ୍ଗୁର ଲଗାଯାଇଥାଏ। ଏହା ଆପଣଙ୍କ କାନକୁ ଅଲଗା ଲୁକ୍‌ ଦେଇଥାଏ। ଟପ୍ସରୁ ଆରମ୍ଭକରି ଛୋଟ ବଡ଼ ବିଭିନ୍ନ ପ୍ରକାର ଇୟର ରିଙ୍ଗ୍ସ ଆପଣ ପାଇପାରିବେ। ମୁହଁର ସାଇଜ ହିସାବରେ ଆପଣ ଏହାକୁ ବାଛିପାରିବେ।
ସେଟ୍‌ – କେବଳ ଇୟର ରିଙ୍ଗ୍ସ ନୁହେଁ, ବେକରେ ମଧ୍ୟ ନେକ୍‌ଲେସ୍‌ ଲଗାଇବା ପାଇଁ ସମ୍ପୂର୍ଣ୍ଣ ସେଟ୍‌ ମାର୍କେଟରେ ମିଳୁଛି। ଲମ୍ବା ନେକ୍‌ଲେସ୍‌ରେ ବଡ଼ ପେଣ୍ଡେଣ୍ଟ ପିନ୍ଧିପାରିବେ। ଏହା ସହ ଡିଫରେଣ୍ଟ ଡିଜାଇନ ଆପଣଙ୍କୁ ବେଶ୍‌ ମାନିବ।
ଫିଙ୍ଗର ରିଙ୍ଗ୍‌ – ଫ୍ୟାଶନ ଟ୍ରେଣ୍ଡ ଅନୁସାରେ ଫିଙ୍ଗର ରିଙ୍ଗ୍‌ ମଧ୍ୟ ବିଭିନ୍ନ ଡିଜାଇନରେ ମାର୍କେଟରେ ଉପଲବ୍ଧ। ମିରର କାମ ଥିବା ଛୋଟ ଛୋଟ ରିଙ୍ଗ୍‌ ଏବଂ ସମ୍ପୂର୍ଣ୍ଣ ଫିଙ୍ଗରକୁ କଭର କଲା ଭଳି ରିଙ୍ଗ୍‌ ମଧ୍ୟ ମିଳୁଛି।
ଚୁଡ଼ି – ଏଥିରେ ସ୍ଲିମ୍‌ ଚୁଡ଼ିରୁ ଆରମ୍ଭକରି ବଡ଼ ବଡ଼ ଚୁଡ଼ି ସାମିଲ କରିପାରିବେ। ବ୍ରେସ୍‌ଲେଟ୍‌ ଭଳି କଡ଼ା ମଧ୍ୟ ଯୁବତୀମାନଙ୍କର ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି...

ସାବଧାନ ! କରୋନା ସଂକ୍ରମଣ ପୂର୍ବରୁ ପାଦରେ ଦେଖାଦିଏ ଏଭଳି ଦାଗ

ମାଦ୍ରିଦ୍‌,୧୬।୪: କରୋନା ସଂକ୍ରମଣ ପୂର୍ବରୁ ଶରୀରରେ କେତେକ ଲକ୍ଷଣ ପାଇଥାଏ। ସେସବୁ ମଧ୍ୟରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର, ଗଳା ଦରଜ ଆଦି ରହିଛି। ଏହାସହିତ...

ଏସିଡିଟି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏହି ଜୁସ୍‌ ପିଅନ୍ତୁ ଅଧାକପ୍‌…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ତରଭୁଜ ଏସିଡିଟି ସମସ୍ୟାରୁ ମୁକ୍ତି...

ଗ୍ୟାସ୍‌ ବଞ୍ଚାଇବାକୁ ଚାହୁଁଥିଲେ..

ରୋଷେଇ ଆରମ୍ଭ କରିବା ପୂର୍ବରୁ ସମସ୍ତ ଆବଶ୍ୟକ ସାମଗ୍ରୀ ଏକାଠିକରି ରଖନ୍ତୁ। ଏହାଦ୍ୱାରା ଉଭୟ ଗ୍ୟାସ୍‌ ଓ ସମୟ ବଞ୍ଚିଥାଏ। ଥଣ୍ଡା କ୍ଷୀର, ପନିପରିବା ଏବଂ...

ପୁରୁଣା ଶାଢିରୁ…

ବିତୁଥିବା ଦିନ ସହିତ ନୂଆ ନୂଆ ଶାଢୀ କିଣିବା ଭିତରେ ଅନେକ ଶାଢୀ ପୁରୁଣା ହୋଇ ଅଦରକାରୀ ହୋଇଯାଏ। ହେଲେ ଫିଙ୍ଗିବା ଅପେକ୍ଷା ବିଭିନ୍ନ ଉପାୟରେ...

କଟା ପିଆଜ ଫ୍ରିଜ୍‌ରେ ରଖିବା ହାନିକାରକ

ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ...

ଚା ପିଇଲେ ସୁସ୍ଥ ରହିବ ମସ୍ତିଷ୍କ

ସିଙ୍ଗାପୁର: ଆପଣ ଚା’ ପିଅନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର। ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ଦିନ ଚା’ପିଉଥିବା...

ଆପଣଙ୍କ ଶରୀରରେ ଏସବୁ ଲକ୍ଷଣ ଦେଖାଦେଉଛି କି? ହୋଇପାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ର ପ୍ରାକ୍‌ ସୂଚନା…

ମହାମାରୀ କରୋନା ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୂତ ରଖିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କାରଣ କମ୍‌ ଇମ୍ୟୁନିଟି ଥିବା ବ୍ୟକ୍ତିଙ୍କୁ କରୋନା ବିଶେଷଭାବେ...

Coronavirus Update


Archives

Model This Week

Why Dharitri