ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ଭାତ, ୧/୪ କପ୍‌ ଛୋଟ ଛୋଟ କଟା ହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍‌ମା, ଗୋଟିଏ କଟା ପିଆଜ, ଛୋଟ ଛୋଟ କଟା ଯାଇଥିବା ଗୋଟିଏ ଗାଜର, କ୍ୟାପ୍ସିକମ୍‌, କଟା ଟମାଟୋ ୧/୨ କପ୍‌, ସିଝା ମକା , କଟା ପିଆଜ, ୩ଟି ରସୁଣ କୋଲା, ତେଲ ୨ ଟେବୁଲ୍‌ ସ୍ପୁନ୍‌, ଜିରା ୧/୪ ଟିସ୍ପୁନ୍‌, ଧନିଆ ପାଉଡର ୧/୨ ଟିସ୍ପୁନ୍‌, ଓରିଗାନୋ ୧/୨ ଟିସ୍ପୁନ୍‌, ଲାଲ୍‌ ଲଙ୍କା ପାଉଡ଼ର୧/୨ ଟିସ୍ପୁନ, ଚିଜ୍‌ କ୍ୟୁବ୍‌ ୨ଟା, ଟମାଟୋ ସସ୍‌ ୧ ଟେବୁଲ୍‌ସ୍ପୁନ୍‌।
ପ୍ରସ୍ତୁତି ପ୍ରଣାଳୀ: ଚୁଲାରେ ଏକ ପ୍ୟାନ୍‌ ବସାଇ ତେଲ ଗରମ କରନ୍ତୁ। ସେଥିରେ ଜିରା ଏବଂ କଟା ପିଆଜ, ରସୁଣ ପକାଇ ଭାଜନ୍ତୁ। ସେଥିରେ କଟା କ୍ୟାପ୍ସିକମ୍‌, ଗାଜର, ଟମାଟୋ ଏବଂ ଅଳ୍ପ ଲୁଣ ପକାଇ ଭଲ ଭାବେ ଭାଜନ୍ତୁ। ବର୍ତ୍ତମାନ ଏଥିରେ ବିନ୍ସ, ରାଜ୍‌ମା, ସିଝା ମକା ଏବଂ ସବୁ ମସଲା ପକାଇ ୫ମିନିଟ୍‌ ଘୋଡାଇ ଦିଅନ୍ତୁ। ଏହା ପରେ ଏଥିରେ ଭାତ ଏବଂ ଟମାଟୋ ସସ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ ଚୁଲା ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌। ଏହା ଉପରେ ଚିଜ୍‌ ପକାଇ ନିଜେ ଖାଇବା ସହ ଅନ୍ୟମାନଙ୍କୁ ଖୁଆଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୂଳା ସହ ଏସବୁ ଖାଦ୍ୟ ମନା

ଅଧିକାଂଶ ସମୟରେ ମୂଳାକୁ ସାଲାଡ ଭାବେ ଖିଆଯାଇଥାଏ। କିନ୍ତୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଏକାଠି ଖାଇବା କ୍ଷତିକାରକ ବୋଲି କୁହାଯାଏ। ବିଶେଷ କରି...

ଘାତକ ଆମୋନିୟମ ନାଇଟ୍ରେଟ୍‌

”ଆମୋନିୟମ ନାଇଟ୍ରେଟ୍‌ ହେଉଛି ଧଳା ରଙ୍ଗର ସ୍ଫୁଟିନାକାର ଗୋଟିଏ କଠିନ ରାସାୟନିକ ପଦାର୍ଥ । ଏହା ଆମୋନିୟମ ଓ ନାଇଟ୍ରେଟ୍‌ ଆୟନରୁ ଗଠିତ। ଆମୋନିଆ ସହ...

ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଆଲୁମିନିୟମ ଫୋଏଲ୍‌

ଆଜିକାଲି ଖାଦ୍ୟପଦାର୍ଥକୁ ପ୍ୟାକ୍‌ କରିବା ପାଇଁ ଆଲୁମିନିୟମ ଫୋଏଲ୍‌ ବ୍ୟବହାର କରାଯାଉଛି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସତର୍କ କରାଇ ଦେଇଛନ୍ତି ୟୁନିଭର୍ସିଟି...

ଘରକରଣା

ରୋଷେଇ ଘରର ସିଙ୍କ ଜାମ୍‌ ହୋଇଥିଲେ ଏକ ବଡ଼ ଚାମଚ ବେକିଂ ସୋଢା, ଏକ ଚାମଚ ଭିନେଗାର, ଏକ ଚାମଚ ବ୍ଲିଚିଂ ମିଶାଇ ପକାଇ ଦିଅନ୍ତୁ।...

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ ।...

ସମର୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନ ଭାରି କଷ୍ଟ ଦେଇଥାଏ। ଏହିଦିନେ ନା ହେଭି ଓ୍ବାର୍କବାଲା ଡ୍ରେସ୍‌ ପିନ୍ଧିହୁଏ ନା ନିଜ ମନ...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଧନିଆ ପତ୍ର ପାଣି

ତରକାରୀ ହେଉ କି ସାଲାଡ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ରର ଆବଶ୍ୟକତା ପଡିଥାଏ। କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ନୁହେଁ, ଶରୀର...

ମଧୁମେହକୁ ନିୟନ୍ତ୍ରଣରେ ରଖେ ପିଆଜ

ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ। ରକ୍ତ ଶର୍କରା ନିୟନ୍ତ୍ରଣ...

Advertisement


Archives

Model This Week

Why Dharitri