Posted inଜାତୀୟ

ମୃତ ବିକ୍ଷୋଭକାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଙ୍ଗାଲୁରୁ,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ସୁଦ୍ଧା କେବଳ ଉତ୍ତର ପ୍ରଦେଶରେ ୧୮ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ୨ ଦିନ ତଳେ କର୍ନାଟକର ମାଙ୍ଗାଲୁରୁଠାରେ ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ପକ୍ଷରୁ ଗୁଳିଚାଳନା ହୋଇଥିଲା। ଏଥିରେ ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ଏବେ ଏହାକୁ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବି. ଏସ୍‌ ଯେଦୁରପ୍ପା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌. ଡି କୁମାରସ୍ବାମୀ ମୃତକଙ୍କ ପରିଜନଙ୍କୁ ଭେଟିଥିଲେ। ଦେଶରେ ସିଏଏକୁ ନେଇ ଯେଉଁ ବିରୋଧ ପ୍ରଦର୍ଶନ କରାଯାଉଛି ତାହା ଏପର୍ଯ୍ୟନ୍ତ ଥମିବାର ନାଁ ନେଉନି।


Enter your email to get our daily news in your inbox.

All Right Reserved By Dharitri.Com

୧ ଟଙ୍କାରେ ଗରିବଙ୍କୁ ଖାଦ୍ୟ ବାଣ୍ଟିବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୩ା୧୨-ମାତ୍ର ୧ ଟଙ୍କାରେ ଖାଦ୍ୟ ବାଣ୍ଟିବେ ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଏ ନେଇ ବୁଧବାର ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।...

ପଶ୍ଚିମବଙ୍ଗରେ ୧୦ ମୃତ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ମମତାଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

କୋଲକାତା,୧୧ା୧୧(ପି.ଟି.): ସାମୁଦ୍ରିକ ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗ ଉପକୂଳ ଜିଲାଗୁଡ଼ିକରେ ବ୍ୟାପକ କ୍ଷତି ଘଟାଇବା ପରେ ବାଂଲାଦେଶରେ ପ୍ରବେଶ କରିଛି। ଏଥିରେ ପଶ୍ଚିମବଙ୍ଗରେ ୧୦ ଜଣଙ୍କ ମୃତ୍ୟୁ...

ରାଲି ପାଇଁ ରାହୁଲଙ୍କୁ ମିଳିଲାନି ଅନୁମତି: କଂଗ୍ରେସ କାର୍ଯ୍ୟାଳୟ ନିକଟରେ ୧୪୪ ଧାରା

ନୂଆଦିଲ୍ଲୀ,୨୪।୧୨: କୃଷି ଆଇନ ବିରୋଧରେ ଗୁରୁବାର ରାଲି କରିବା ପାଇଁ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ। ତେବେ ତାଙ୍କୁ ଏନେଇ ଅନୁମତି ମିଳି ନାହିଁ। ସୁରକ୍ଷା...

ସ୍କୁଲ ପିଲାଙ୍କୁ ହୋମିଓପ୍ୟାଥି ଇମ୍ୟୁନିଟି ବୁଷ୍ଟର ଦେବା ପ୍ରସ୍ତାବ, ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ଡାକ୍ତର…

ଥିରୁଭାନନ୍ତପୁରମ୍‌,୨୧।୧୦: ସ୍କୁଲ ପିଲାଙ୍କୁ କରୋନା ମହାମାରୀ ଲଢ଼େଇରେ ହୋମିଓପ୍ୟାଥି ଇମ୍ୟୁନିଟି ବୁଷ୍ଟର ଦିଆଯିବା ପ୍ରସ୍ତାବକୁ ବିରୋଓ କରି କେରଳର ଜଣେ ଡାକ୍ତର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

କ୍ୱାରାଣ୍ଟାଇନ ସେଣ୍ଟରରେ କିଲୋ ପ୍ରତି ୫୮୦ ଟଙ୍କାରେ କିଣାଯାଇଛି ଟମାଟୋ

କାଙ୍କେର,୩୦।୮: ଛତିଶଗଡ଼ର ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଟମାଟୋ କିଲୋପ୍ରତି ୫୮୦ ଟଙ୍କାରେ କିଣା ଯାଇଥିବା ଜଣାପଡିଛି। କାଙ୍କେର ଜିଲାର କ୍ୱାରାଣ୍ଟାଇନ ସେଣ୍ଟରରେ ଟମାଟୋର ଏହି ମହଙ୍ଗା...

କେବେ ମିଳିବ କରୋନାରୁ ମୁକ୍ତି: ଜଣାଇଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨ ।୧୦: କରୋନା ମହାମାରୀ ବେଳକୁ ବେଳ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏହା ଅଣାୟତ୍ତ ହେବାରେ ଲାଗିଛି । ଏବେ...

ଜୟଲଲିଥାଙ୍କୁ ସମର୍ପିତ କରାଯିବ ୫୦ କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ସ୍ମାରକ

ଚେନ୍ନାଇ,୬।୧: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜେ. ଜୟଲଲିଥାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକକୁ ସମର୍ପିତ କରାଯିବ ବୋଲି ଜଣାପଡିଛି। ତାମିଲନାଡୁ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତ ସୋମବାର...

ଭୋପାଳ ଗ୍ୟାସ୍‌ ପୀଡିତଙ୍କ ପାଇଁ ଲଢିଥିବା ଅବଦୁଲ ଜବାରଙ୍କ ପରଲୋକ

ଭୋପାଳ,୧୫।୧୦: ଭୋପାଳ ଗ୍ୟାସ୍‌ ଦୁର୍ଘଟଣାରେ ପୀଡିତ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସର୍ବଦା ଚେଷ୍ଟିତ ଥିବା ଅବଦୁଲ ଜବାରଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି।...

Advertisement
Archives

Model This Week