ମୁହଁ ଲୁଚାଇ ମେଟ୍ରୋରେ ଯାତ୍ରା କଲେ ସାରା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଏବେ ବିଦେଶରେ ଛୁଟି କାଟୁଛନ୍ତ। ନ୍ୟୁୟର୍କରେ ସେ ଏବେ ତାଙ୍କ ଗର୍ଲ ଗ୍ୟାଙ୍ଗ ସହ ଛୁଟି କାଟୁଥିବା ଦେଖାଯାଇଛି। ଏତିକି ବେଳେ ସେ ମେଟ୍ରୋରେ ମୁହଁ ଲୁଚାଇ ଯାତ୍ରା କରୁଥିବାର ଫଟୋ ଭାଇରାଲ ହୋଇଛି। ପ୍ରକୃତ ଘଟଣା ହେଲା ସେ ଛୁଟି କାଟୁଥିବା ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଆଉ ଏହା ତାଙ୍କ ଫ୍ୟାନମାନଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏବେ ମୋଟ୍ରୋରେ ଯାତ୍ରା କରୁଥିବା ଫଟୋଟି କିନ୍ତୁ ସବୁଠୁ ବେଶି ଚର୍ଚ୍ଚା ସାଉଁଟିଛି। ଏହା ସାରାଙ୍କ ପିଲାଳିଆମି ବୋଲି ମଧ୍ୟ କେହି କେହି କହୁଛନ୍ତି। ବଲିଉଡ୍‌ ମୁଭି ‘କେଦାରନାଥ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିବା ବେଳେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଆଗକୁ ସେ ଆଜକଲର ସୁକ୍ୟୁଏଲରେ ନଜର ଆସିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଟାମିନ୍‌ ଡି ଥେରାପି ନେଉଛନ୍ତି ମଲାଇକା

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍‌ର ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ ରହିଛି। ଆଉ ଏହି...

ମୃତ୍ୟୁ ପୂର୍ବରୁ କରୋନା ସମ୍ପର୍କିତ ସ୍ବତନ୍ତ୍ର ଆପ୍‌ ଉପରେ କାମ କରୁଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ସହ ଜଡିତ ଅନେକ ଲୋକ ବର୍ତ୍ତମାନ...

ବିବାହର ଗୋଟିଏ ଦିନ ପରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କଲେ ମୋନା

‘ଜସି ଜୈସି କୋଇ ନହିଁ’ ଟିଭି ସିରିୟଲର ଅଭିନେତ୍ରୀ ମୋନା ସିଂହ ଡିସେମ୍ବର ୨୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଗୋଟିଏ ଦିନ ପରେ...

ଫିଲ୍ମ ‘ପୁଷ୍ପା’କୁ ନେଇ ବଢୁଛି କ୍ରେଜ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଏମାନଙ୍କ ଯୋଡିକୁ ଦର୍ଶକ ମଧ୍ୟ ବେଶ୍‌ ପ୍ରଶଂସା...

ସହଯୋଗର ହାତ ବଢ଼ାଇଲେ ନୋରା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ମଜାଦାର ପୋଷ୍ଟକରି ନିଜର ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରାଉଥିବା ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ ନୋରା ଫତେହି ଏବେ ଅନ୍ୟ ଏକ କାରଣ...

‘କଭି ଖୁସି କଭି ଗମ୍‌’କୁ ପୂରିଲା ୧୮ ବର୍ଷ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଭି ଖୁସି କଭି ଗମ୍‌’ ୟଶରାଜ ପ୍ରଡକ୍ସନର ସବୁଠାରୁ ହିଟ୍‌ ଫିଲ୍ମ ମଧ୍ୟରୁ...

କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ...

ଶାଶୁଙ୍କ ପାଇଁ ଶ୍ରୀଦେବୀଙ୍କ ନିକଟତର ହୋଇଥିଲେ ବୋନି କପୁର

ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ନଭେମ୍ବର ୧୧, ୧୯୫୫ରେ ଉତ୍ତରପ୍ରଦେଶର ମିରୁଟରେ ଜନ୍ମଗ୍ରହଣ କରିଥିଲେ।...

Advertisement


Archives

Model This Week