Posted inଜାତୀୟ

ମୁସ୍‌ଲିମ ବିଧାୟକଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ଚାପ ପକାଇଲେ ମନ୍ତ୍ରୀ

ରାଞ୍ଚି,୨୭ା୭ : ଝାଡ଼ଖଣ୍ଡ ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଇର୍ଫାନ୍‌ ଅନ୍‌ସାରୀଙ୍କୁ ମନ୍ତ୍ରୀ ସି. ପି. ସିଂହ ‘ଜୟ ଶ୍ରୀରାମ’ କହିବାକୁ ଚାପ ପକାଯିବା ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବୁଧବାର ଏହି ଘଟଣା ଘଟିଥିବାବେଳେ ଭିଡିଓକୁ ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।
ବୁଧବାର ଭାରତୀୟ ଜଙ୍ଗଲ ଆଇନ-୧୯୨୭ରେ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ସରକାରଙ୍କ ମତ ଜାଣିବା ଲାଗି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଥିଲା। ଏହି ଘଟଣାକୁ ନେଇ ଗୃହରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଶାସକ ଦଳର ନେତାମାନେ ଗୃହରେ ‘ଭାରତ ମାତା କି ଜୟ’, ‘ଜୟ ଶ୍ରୀରାମ’ ଧ୍ୱନି ଦେବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ। ଗୃହ ବାହାରେ କଂଗ୍ରେସ ବିଧାୟକ ଇର୍ଫାନ୍‌ ଅନ୍‌ସାରୀ ଥିବାବେଳେ ମନ୍ତ୍ରୀ ସି.ପି. ସିଂହ ତାଙ୍କୁ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ ବାଧ୍ୟ କରିଥିଲେ। ବାବର କି ଚେଙ୍ଗିଜ୍‌ ଖାଁ’ଙ୍କ ବଂଶଧର ତୁମେ ନୁହଁ, ତୁମେ ଏହା ଉଚ୍ଚାରଣ କରିବାକୁ ବାଧ୍ୟ ବୋଲି ମନ୍ତ୍ରୀ ଚାପ ପକାଇଥିଲେ। ଅସହାୟ ଅନ୍‌ସାରୀ ରାମଙ୍କ ପ୍ରତି ସମସ୍ତଙ୍କ ସମ୍ମାନ ଅଛି ବୋଲି କହିଥିଲେ। ଏଭଳି ଘଟଣାକୁ କଂଗ୍ରେସ ସମାଲୋଚନା କରିଛି। ଅନ୍‌ସାରୀ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ବୋଲି କହିଛନ୍ତି। ମନ୍ତ୍ରୀ ତୁରନ୍ତ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ବିଲିୟନ ଡଲାର ରହସ୍ୟ

ନୂଆଦିଲ୍ଲୀ/ ବେଜିଂ, ୩।୧୧: ଦୁଇ ବଡ଼ ଅର୍ଥନୀତି ଚାଇନା ଓ ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦରୁ ସମ୍ପର୍କରେ ତିକ୍ତତା ରହିଥିଲେ ହେଁ ବାଣିଜି୍ୟକ କାରବାର...

ମଣିଷଖିଆ ବାଘର ପତ୍ତା ମିଳୁନି

ମୁମ୍ବାଇ, ୨୩ା୯: ମହାରାଷ୍ଟ୍ରର ଗଡଚିରୌଲି ଜିଲାରେ ମଣିଷ ଖିଆ ବାଘ ଆତଙ୍କ ଜାରି ରହିଛି। ଏ ପର୍ଯ୍ୟନ୍ତ ୧୫ ଲୋକଙ୍କ ଜୀବନ ନେଇ ସାରିଥିବା ବାଘକୁ...

ଆଳୁ ଚାଷୀଙ୍କ ଭୋକିଲା ପେଟରେ ପେପ୍ସିକୋର ଆଇନ ଛାଟ: ଚିପ୍ସ୍‌ରେ ବ୍ୟବହୃତ କିସମ ପାଇଁ ମାଗିଲା କ୍ଷତିପୂରଣ

ଅହମ୍ମଦାବାଦ,୨୫।୪: ଦେଶରେ ଚାଷୀ ଆତ୍ମହତ୍ୟା ଏବେ ବି ଥମିନି। ଚାଷୀ ଫସଳ ଅମଳ ପାଇଁ ଋଣ ପରିଶୋଧ କରିବାକୁ ଅକ୍ଷମ ହେଉଛନ୍ତି। ଆବଶ୍ୟକତା ଅନୁସାରେ ଫସଲ...

ଦୁର୍ଘଟଣାରେ ଚାଲିଗଲା ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ଜୀବନ

ନୂଆଦିଲ୍ଲୀ,୧।୯ : ଅଷ୍ଟ୍ରେଲିଆର ମେଲବୋର୍ନରେ ଏକ ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ଗାୟକ ନିର୍ଭୟର ସିଂଙ୍କ ମୃତ୍ୟୁ ଘଟିଛି। କିଆ କାର୍‌ ଚଳାଉଥିବା ଜଣେ ୨୩ ବର୍ଷୀୟ...

ଚାଷୀଙ୍କୁ ମାଗଣା ପାଣି-ଶସ୍ତା ଋଣ-ଅଯୋଧ୍ୟା ପାଇଁ ୧୪୦ କୋଟି

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବିଧାନସଭାରେ ପ୍ରଥମ ଥର ପାଇଁ ପେପରଲେସ୍‌ ବଜେଟ୍‌ ସୋମବାର ଉପସ୍ଥାପନ କରାଯାଇଛି। ରାଜ୍ୟରେ ଚାଷୀଙ୍କୁ ଜଳସେଚନ...

ହୋମ ଆଇସୋଲେଶନକୁ ନେଇ ନୂଆ ନିୟମ ଆଣିଲେ ସରକାର

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ସ୍ଥିତି ଏବେ ଉଦ୍‌ବେଗଜନକ ହୋଇଛି। ଏହି ସଂକ୍ରମଣକୁ ରୋକିବାକୁ ଏବେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁମାନଙ୍କ କ୍ଷେତ୍ରରେ କୌଣସି...

ଦେଢ଼ ବର୍ଷ ପରେ ଖୋଲିଲା ସ୍କୁଲ

ଭୋପାଳ/ଅହମଦାବାଦ,୨୬।୭: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରାୟ ଦେଢ଼ବର୍ଷ ପରେ ସ୍କୁଲ ଖୋଲିଛି। ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି...

ଏମ୍ସ ଆସିଲେ ଡେରା ମୁଖ୍ୟ ରାମ ରହିମ

ରୋହତକ,୧୩ ।୭: ରୋହତକର ସୁନରିୟା ଜେଲରେ ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଛି ।...

Advertisement
Archives

Model This Week