ମୁରତୁ ସଂଗେ ଯୁଝୁଛନ୍‌ ଦେବକୀ

ବିନିକା, ୯ା୬(ଡି.ଏନ୍‌.ଏ.):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଅଧୀନ ଜାମପାଲି ତଲିପଡ଼ାର ଦେବକୀ କଲିତା(୩୪)। ଆପ୍‌ନେ ହାଡ଼ୁ କଲିତା(୪୨) ଆର ତିନ୍‌ ପିଲାକୁ ନେଇ ତାକର ପରିବାର ହସ୍‌ଖୁସିଥି ଚାଲିଥିଲା। ୨୦୧୭ ଜୁନ୍‌ ୧୨ ତାରିଖରେ ଦେବକୀକଁର ପେଟ୍‌ ଚିଅଁାବାର ଆରମ୍‌ ହେଲା। ହାଡ଼ୁ ଦେବକୀକେ ନେଇ ବୁର୍ଲା ଡାକ୍‌ତରଖାନାରେ ଚିକିସତ୍ା କରାଲେ। ଡାକ୍‌ତର ଦେବକୀକଁର ପେଟଭିତରେ ଗୁଟେ ଆବୁ ବଢ଼ୁଛେ, ଅପରେଶନ କରବାକେ ପଡ଼ବା ବଲି ପରାମଶ୍‌ ଦେଇଥିଲେ। ଏନ୍‌ତାଥି ଭୂମିହୀନ ହାଡ଼ୁ ଚିନ୍‌ତାରେ ପଡ଼ିଗଲେ। କୁଲିମଜୁରି କରି କୁଟୁମ ପୁଷ୍‌ବେ କି ମାଏକିନାର ଅପରେଶନ ଲାଗି ଟଁକା ଯୁଗାଡ଼ କରବେ। ଶେଷେ ସାହୁକାରନେ କାମ କରବାର ଲାଗି ଆଗତୁରା ବଏନା ଆନି ସେ ଟଁକାରେ ଦେବକୀର ଅପରେଶନ କରାଲେ। ଫେନ୍‌ଥରେ ପରିବାରର ହସ୍‌ଖୁସି ଫିରିଆଏଲା ସତ୍‌, ହେଲେ ଖୁସିଟା ବେଶିଦିନ ନାଇଁ ଠହରିଲା। ଦିନାକେତେ ଉତାରୁ ଫେନ୍‌ ଦେବକୀକଁର ପେଟ୍‌ଚିଅଁା ଆରମ୍‌ ହେଲା। ହାଡୁ ଫେନ୍‌ଥରେ ମାଏକିନାକେ ଧରି ଚିକିସତ୍ା ଲାଗି ବୁର୍ଲା ଗଲେ। ସେଠାନେ ପରୀକ୍ଷା ନିରୀକ୍ଷା ଉତାରୁ ଦେବକୀର ପେଟେ ପାଏନ୍‌ ଜମା ହେଇଥିବାର ଡାକ୍‌ତର କହିଥିଲେ। ଯେତେ ଜଲ୍‌ଦି ହେବା ପେଟୁ ପାଏନ୍‌ ବାହାର କରବାକେ ପଡ଼ବା ବଲି ଡାକ୍‌ତର ପରାମଶ୍‌ ଦେଇଥିଲେ। ଇ କଥା ଶୁନି ହାଡ଼ୁର ମୁଡେ ଅକାଲ ଚଡ଼କ ପଡ଼ିଥିଲା। ସାହୁକାରନୁ ଆନିଥିବାର ବଏନା ଟଁକା ଅସୁଝା ଥିଲାବେଲେ ଫେନ୍‌ ଘାଏ ଅପରେଶନ କଥା ଶୁନି ହାଡ଼ୁ ଚିନ୍‌ତାରେ ଭାଂଗି ପଡ଼୍‌ଲେ। ଉପେ ଶୂଇନ୍‌ ହେଇ ହାଡ଼ୁ ଘରର ଜିନିଷପାତି ବିକାଭଂଗା କରି ସେ ଟଁକାରେ ଦେବକୀର ପେଟୁ ପାଏନ୍‌ କଢ଼ାଗଲା। ହେଲେ ଥିତିରେ କେହେନ୍‌ସି ପରକାର ପରିବରତନ୍‌ ନାଇଁ ହେଲା। ଫେନ୍‌ଘାଏ ସବୁପରକାର ପରୀକ୍ଷା ନିରୀକ୍ଷା କଲାରୁ ଜନାଗଲା ଯେ ଦେବକୀ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଇଆଡ଼େ ହାଡ଼ୁ ମାଏକିନାର ଚିକିସତ୍ାରେ ସରବ୍‌ସୁଅଁାତ ହେଇଯାଇଛନ୍‌। ଏନ୍‌ତାଥି ଦେବକୀର ଚିକିସତ୍ା କରାବାର ହାଡୁର ପକ୍ଷେ ଅସମ୍‌ଭବ ହେଇଯାଇଛେ। ଏହେଦେ ଦେବକୀ ବୁର୍ଲା ମେଡିକାଲରେ ମୁରତୁ ସଂଗେ ଯୁଝୁଛନ୍‌। ବଡ଼ଝିଅ ବର୍ଷା(୧୫), ମଝିଅଁା ଝି ଲିଜା ଆର ପୁଓ ରାକେଶ ମା’ର ଚିକିସତ୍ା ଲାଗି ଗଣମାଧ୍ୟମ ଜରିଆରେ ସରକାରୀ, ବେସରକାରୀ ସାହାଯ୍‌ ଲାଗି ଗୁହାରି କରିଛନ୍‌। ଇ ଦୁଖି ଦରିଦିରିଆ ପରିବାରକେ ଯେତେ ଜଲ୍‌ଦି ହେବା ସରକାର ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଜାମପାଲି ଗଁାବାସୀ ବି ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri