ମୁନାଭାଇଙ୍କ ସହ ଅଭିନୟ ଥିଲା ଏକ ଭିନ୍ନ ଅନୁଭବ

ପୁଚୁକି ଗାଲି ଗୀତରେ ପିଲା ବେଳେ ମୁଁ ଅନେକ ଡ୍ୟାନ୍ସ କରିଛି। ଛୋଟ ବେଳୁ ଏମିତି କିଛି ଗୀତ ଦେଖିଦେଖି ହିରୋ ହେବାର ନିଶା ମୋ ମୁଣ୍ଡକୁ ଢ଼ୁକିିଥିଲା। ସିଧାସଳଖ କହିବାକୁ ଗଲେ ଓଲିଉଡ଼ର ସୁପର୍‌ଷ୍ଟାର ସିଦ୍ଧାନ୍ତ ମହାପାତ୍ର ତଥା ମୁନା ଭାଇଙ୍କ ଯୋଗୁଁ ମୋର ଅଭିନେତା ହେବାର ଆଶା ସୃଷ୍ଟି ହୋଇଛି। ଥିଏଟରରେ କାମ କରୁ କରୁ ଓଲିଉଡ଼ ଜଗତରେ ପ୍ରବେଶ କରିଗଲି। ହେଲେ ମୁନା ଭାଇଙ୍କ ସହ ଦିନେ କାମ କରିବାର ସୁଯୋଗ ପାଇବି ବୋଲି ସ୍ବପ୍ନରେ ବି ଭାବି ନଥିଲି। ପ୍ରଥମ ଚଳଚ୍ଚିତ୍ର ‘କଥା ଦେଲି ମଥା ଛୁଇଁ ’ପରେ କିଛି ଭଲ ପ୍ରୋଜେକ୍ଟ ମିଳି ନ ଥିଲା। ଦିନେ ହଠାତ୍‌ ଫୋନ ଆସିଲା ନିର୍ଦ୍ଦେଶକ ବବି ଇସ୍‌ଲାମଙ୍କର। ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ସିନେମାର କାହାଣୀ ପର୍ଯ୍ୟବସିିତ ବୋଲି କହି ମୋତେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ପଡ଼ିବ ବୋଲି ଜଣାଇଥିଲେ। ଏହା ପରେ କହିଥିଲେ, ଫିଲ୍ମରେ ଅନ୍ୟ ଏକ ଭୂମିକା ବି ରହିଛି। ଏହି ଭୂମିକାକୁ ହିରୋ କୁହା ନ ଗଲେ ସୁଦ୍ଧା ଏହା ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଏଥିରେ ଜଣେ ଭଲ କଳାକାର ଅଭିନୟ କରିବେ। ତାଙ୍କଠାରୁ ଏହା ଜାଣିବା ପରେ ମୁଁ ସ୍ଥିର କରିଥିଲି ଯେ, ଗୋଟିଏ ଫିଲ୍ମରେ ଦୁଇଟି ମୁଖ୍ୟ ଭୂମିକାକୁ ସ୍ଥାନ ଦିଆଯାଉଛି ଅର୍ଥ ମୋ ହିରୋ ଭୂମିକାର ଗୁରୁତ୍ୱ ସେତେ ନ ଥିବ। ଏଣୁ ମନା କରିଦେବା ଭଲ। ହେଲେ ଖବର ପାଇଲି ସେହି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ ଓଲିଉଡ଼ ସୁପରଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର। ବହୁତ ଖୁସି ହୋଇଯାଇଥିଲି। ଆଉ ମନା କରିବାର କୌଣସି ଉପାୟ ମୋ ପାଖରେ ନ ଥିଲା। ଶୁଟିଂ ଆରମ୍ଭ ହେଲା। କିଶନନଗରରେ ଗୋଟିଏ ସିନ୍‌ର ଶୁଟିଂ ଚାଲିଥାଏ ଯେଉଁଥିରେ ମୁନା ଭାଇଙ୍କର ସିନ୍‌ ମୋ ସହ ଥିଲା। ଏତିକି ଜାଣିଛ,ି ଜଣେ କଳାକାର ସବୁବେଳେ ଶିଖିଥାଏ। ଶିଖିବାର ସମୟ କି ବୟସ କିଛି ନଥାଏ। ସେ ଦିନ ବି ସେମିତି କିଛି ଘଟିଥିଲା। ଶୁଟିଂ ସେଟ୍‌ରେ ମୁଁ ମୁନା ଭାଇଙ୍କୁ ଭେଟିଲି ଓ ତାଙ୍କ ବ୍ୟବହାର ମୋତେ ବହୁତ ଭଲ ଲାଗିଥିଲା। ମୁଁ ତାଙ୍କଠାରୁ ବୟସରେ ସାନ କିମ୍ବା ଅଭିଜ୍ଞତାରେ କମ୍‌ ବୋଲି କେବେ ବି ଅନୁଭବ କରିନଥିଲି॥ ସେ ସୁପରଷ୍ଟାର୍‌ କେମିତି ହୋଇଛନ୍ତି ତାହା ସୁଟିଂର କିଛି ଘଣ୍ଟା ଭିତରେ ଜାଣି ଯାଇଥିଲି। ଜଣେ ଭଲ ମଣିଷ, ଭଲ କଳାକାର, ଅଭିନୟର ଯାଦୁକରି ତାଙ୍କ ପାଖରେ ଅଛି। କ୍ୟାମେରା ସମ୍ମୁଖରେ କ’ଣ କଲେ ତାହା ଗ୍ରହଣୀୟ ହୋଇପାରିବ ତାହା ସେ ବହୁତ ଭଲ ଭାବେ ଜାଣନ୍ତି। ଏତିକି କହିବି, ସିଦ୍ଧାନ୍ତ ମହାପାତ୍ର ହେଲେ ଜଣେ ଫୁଲ୍‌ ପ୍ୟାକେଜ୍‌ କଳାକାର। ମୁନା ଭାଇଙ୍କ ସହ କାମ କରି ଅନେକ କିଛି ଶିଖିଛି। ମୁନା ଭାଇଙ୍କ ସହ ଅଭିନୟ ଥିଲା ଏକ ଭିନ୍ନ ଅନୁଭବ, ଯାହା ମୋ କ୍ୟାରିୟରକୁ ଆଗକୁ ନେବାରେ ଅନେକ ସାହାଯ୍ୟ କରିବ।
-କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ହାପି ବାର୍ଥ ଡେ’ ହିମେଶ

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ ଆଜି ୪୭ତମ ଜନ୍ମଦିନ। ଏକାଧାରାରେ ସେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ମଧ୍ୟ। ତାଙ୍କର ପାରଦର୍ଶିତା ଯୋଗୁ...

ଲତାଙ୍କ ଦୀର୍ଘ ଜୀବନ କାମନା କଲେ ରାଷ୍ଟ୍ରପତି

ମୁମ୍ବାଇ,୧୮।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ମୁମ୍ବାଇ ଗସ୍ତ କରିଥିବା ବେଳେ ସେଠାରେ ସେ ବଲିଉଡ୍‌ର କୋକିଳ କଣ୍ଠି ଗାୟିକା ତଥା ଭାରତ ରତ୍ନ ଲତା...

ସୁଶାନ୍ତଙ୍କ ପରେ ମୁମ୍ବାଇରେ ଆଉ ଜଣେ ବିହାର ଅଭିନେତାଙ୍କ ପରଲୋକ

ମୁମ୍ବାଇ, ୨୯।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବିହାରର ଆଉ ଜଣେ ଉଦୀୟମାନ କଳାକାରଙ୍କ ବିୟୋଗ ସାମ୍ନାକୁ ଆସିଛି। ଯୁବ ଅଭିନେତା...

ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ

ମୁମ୍ବାଇ,୧।୬: ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକ ଘଟିଛି। କିଡ୍‌ନୀ ରୋଗରେ ପୀଡିତ ଥିବା ଓ୍ବାଜିଦ୍‌ଙ୍କ ରବିବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି।...

ନୂଆ ଅବତାରରେ ନଜର ଆସିବେ ଜ୍ୟାକଲିନ

ମୁମ୍ବାଇ: ସାଜିଦ ନାଡିୱାଡୱାଲାଙ୍କ ଆକ୍ସନ କମେଡି ଫିଲ୍ମ ବଚ୍ଚନ ପାଣ୍ଡେରେ ଏବେ ଆଉ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ସାମିଲ ହୋଇଯାଇଛି । ସୁପରଷ୍ଟାର ଅକ୍ଷୟ...

ଧଳା ଶର୍ଟ ପିନ୍ଧନ୍ତୁ ବୋଲି ଚାହୁଁ ନ ଥିଲେ ଶାହାରୁଖ; ବ୍ୟବହାର ଯୋଗୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ଗୌରୀ

ବମ୍ବେ: ଦୀର୍ଘ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଗୌରୀଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଶାହରୁଖ ଖାନ୍‌। ଇତିମଧ୍ୟରେ ସେମାନଙ୍କ ବିବାହକୁ...

ଅସଜଡା କେଶ, ଭୟଙ୍କର ଆଖି: କ୍ୱାରାଣ୍ଟାଇନ୍‌ରେ ରଣବୀର

ମୁମ୍ବାଇ: କରୋନା ଭାଇରସ୍‌ କବଳରେ ଏପର୍ଯ୍ୟନ୍ତ ୧୮୮ ଦେଶ ରହିଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ଭାଇରସ୍‌ ବିରୋଧରେ ସାରା...

ବଡ଼ ପରଦାରେ ମମତା କୁଲକର୍ଣ୍ଣିଙ୍କ ଜୀବନୀ

ବଲିଉଡ୍‌ର ନବେ ଦଶକର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ଜୀବନୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ତାଙ୍କ ଜୀବନୀ ଉପରେ ଆଧାରିତ ବିଲାଲ ସିଦ୍ଦିକିଙ୍କ...

Play 250+ Trending Games
Archives

Model This Week

Why Dharitri