ମୁଖ୍ୟରାସ୍ତା ହେଲା ନୋ ପାର୍କିଂ ଜୋନ୍‌

ଜୟପୁର,୨୯।୧(ନି.ପ୍ର./ଡି.ଏନ୍‌.ଏ.) – ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛି ଟାଉନଥାନା ପୋଲିସ। ରଜାନହର ଛକରୁ ତହସିଲ ଅଫିସ ଯାଏ ନୋ ପାର୍କିଂ ଜୋନ୍‌ କରାଯାଇଛି। ଏହି ରାସ୍ତାରେ ୨ ଚକିଆ ଯାନ ପାର୍କିଂ କରିହେବ। କିନ୍ତୁ ଚାରି ଓ ତିନି ଚକିଆ ଗାଡ଼ି ସବୁ ତହସିଲ ଅଫିସରୁ ଜଗତ ଜନନୀ ଛକ ଭିତରେ ପାର୍କିଂ କରାଯିବ। କୌଣସି ଗାଡ଼ିକୁ ଅଧିକ ସମୟ ପାର୍କିଂ କରିବାକୁ ଦିଆଯିବ ନାହିଁ। ସକାଳ ୮ରୁ ଅପରାହ୍ନ ୨ଟା ଓ ଦିନ ୪ରୁ ରାତି ୧୦ଟା ଭିତରେ କମର୍ସିଆଲ ଗାଡ଼ି ମୁଖ୍ୟରାସ୍ତାରେ ପଶିପାରିବେ ନାହିଁ। ପ୍ରତ୍ୟେକ ଦିନ ପୋଲିସ ପାଟ୍ରୋଲିଂ ଗାଡ଼ି ଏହାର ଯାଞ୍ଚ କରିବ ଓ ନିୟମ ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯିବ। ସେହିପରି ଏମ୍‌ଜି ରୋଡରେ ମଧ୍ୟ ନୋ ଓ୍ବେ ଘୋଷଣା କରାଯାଇଛି। ସେଠାକୁ ୩ ଓ ୪ ଚକିଆ ଯାନ ପଶିପାରିବ ନାହିଁ। କେବଳ ବାଇକ୍‌ ହିଁ ଚଳପ୍ରଚଳ କରିବ। ସ୍କୁଲ ଛୁଟି ସମୟରେ ରାସ୍ତା ଜାମ ହେବା ସହ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଏହା ସହ ଅଟୋବାଲା ଅନାବଶ୍ୟକ ବ୍ଲକେଜ କରୁଛନ୍ତି, ତାହାକୁ ମଧ୍ୟ ରୋକିବ ପୋଲିସ। ଏସବୁ ସମ୍ପର୍କରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଯାଇଛି ବୋଲି ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ାବାସୀଙ୍କୁ ନାଳ ପାଣି ଯୋଗାଣ ଅଭିଯୋଗ

ପାଲଲହଡ଼ା,୨୪ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦର ମହକୁମାବାସୀଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଏକ କମ୍ପାନୀ...

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ମେଳି

ସଜନାଗଡ଼, ୧୫।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଆରବନ୍ଧ ପଡ଼ିଆରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଦୁଇ ଶହ ଚାଷୀଙ୍କୁ ନେଇ ଏକ...

ହାତୀ ଆକ୍ରମଣରେ ମାମୁ, ଭାଣିଜୀ ଗୁରୁତର

ପରଜଙ୍ଗ,୮।୧(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଆମ୍ବପଳାସ ଯୋଗୀ ସାହିରେ ବୁଧବାର ଭୋର୍‌ରୁ ଏକ ଦନ୍ତାହାତୀ ପଶିଥିଲା। ସେହି ସମୟରେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ

ନୟାଗଡ଼ ଅଫିସ,୪।୯: ନୟାଗଡ଼ ଜିଲା ରଣପୁର ବ୍ଲକ ରଙ୍କଦେଉଳି ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର...

ମହେଶ୍ୱର ହତ୍ୟା ମାମଲା : ୧୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲାରେ ଘଟିଥିବା ବହୁଚର୍ଚ୍ଚିତ ମହେଶ୍ୱର ସାସମଲ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲା ଦୌରାଜଜ୍‌ ସଞ୍ଜୟ କୁମାର ସାହୁ...

ବ୍ରହ୍ମପୁରରୁ ଭୁବନେଶ୍ୱର ଗଲା ଗୋଟିଏ ବସ୍‌

ବ୍ରହ୍ମପୁର ଅଫିସ, ୨୯ା୫- ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବା ନେଇ ସରକାରଙ୍କ ଅନୁମତି ପରେ ବି ଗୁରୁବାର ବ୍ରହ୍ମପୁରରୁ ସ୍ବାଭାବିକ ହୋଇପାରିନି ବସ୍‌ ଚଳଚଳ।...

ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର:୫ ଡାକ୍ତର ପଦବୀ ଖାଲି

ଏରସମା, ୨୮।୨ (ସ୍ବ.ପ୍ର.): ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବା ସହ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସକାଶେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।...

ରାୟଗଡ଼ାରେ ୫ କରୋନା ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ଗୋଟିଏ ପରିବାରର ମା’, ବାପା ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା ଅଫିସ,୨୦।୬: ରାୟଗଡ଼ା ଜିଲାରେ ଶନିବାର ୫ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୁଣୁପୁର ବ୍ଲକର ୪ ଜଣ। ଅନ୍ୟ ଜଣେ ରାମନାଗୁଡ଼ା ବ୍ଲକର...

Coronavirus Update

Archives

Model This Week

Why Dharitri