ମୀନା କୁମାରୀଙ୍କ ଜୀବନ ଥିଲା ଫିଲ୍ମ ଭଳି ଦୁଃଖଭରା: ତିନିତଲାକ୍‌ ପରେ ହଲାଲାରେ ଫେରିଥିଲେ ପ୍ରଥମ ସ୍ବାମୀଙ୍କ ପାଖକୁ

ମୁମ୍ବାଇ: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ମୀନା କୁମାରୀ ଝିଅ ହୋଇଥିବାରୁ ତାଙ୍କ ପିତା ତାଙ୍କୁ ନେଇ ଅନାଥାଶ୍ରମରେ ଛାଡିଆସିଥିଲେ। ସେ ୧୯୩୩ ଅଗଷ୍ଟ ୧ରେ ମୁମ୍ବାଇର ଦାଦରଠାରେ ଜନ୍ମଗ୍ରହଣ କରିଥିଲେ। ତେବେ ମା’ଙ୍କର କାନ୍ଦ ଦେଖି ଶେଷରେ ମୀନା କୁମାରୀଙ୍କୁ ପିତା ଘରକୁ ଫେରାଇ ଆଣିଥିଲେ। ତାଙ୍କ ନାମ ମାହଜେବୀ ରଖାଯାଇଥିଲା। ପରେ ମୀନା କୁମାରୀ ବଲିଉଡ୍‌ରେ ଟ୍ରାଜେଡି କୁଇନ୍‌ ଭାବେ ଖ୍ୟାତି ହାସଲ କରିଥିଲେ। ୧୯୩୯ରେ ସେ ମାତ୍ର ୬ ବର୍ଷ ବୟସରେ ବିଜୟ ଭଟ୍ଟଙ୍କ ଫିଲ୍ମ ଲେଦରଫେସ୍‌ରେ ଅଭିନୟ କରିଥିଲେ। ୧୯୫୨ରେ ତାଙ୍କର ଫିଲ୍ମ ବିରଜୁ ବାବରା ୧୦୦ ସପ୍ତାହ ପର୍ଯ୍ୟନ୍ତ ହଲରେ ପ୍ରଦର୍ଶିତ ହୋଇଥିଲା। ତାଙ୍କ ଜୀବନ ମଧ୍ୟ ଫିଲ୍ମ  ଭଳି ବେଶ୍‌ ଦୁଃଖଭରା ଥିଲା। ସେ ତିନି ତଲାକ୍‌ର ଶିକାର ହୋଇଥିଲେ। ଏହାପରେ ହଲାଲା ପରମ୍ପରା ମାଧ୍ୟମରେ ପ୍ରଥମ ସ୍ବାମୀଙ୍କ ପାଖକୁ ଫେରିଥିଲେ ମଧ୍ୟ ଏହା ତାଙ୍କୁ ମାନସିକ ଆଘାତ ଦେଇଥିଲା। ୧୯୫୧ରେ ତମାସା ଶୁଟିଂ ସେଟ୍‌ରେ କମଲ ଆମରୋହିଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ଏହାପରେ ବିବାହ ମଧ୍ୟ ହେଲା। ତେବେ ବୈବାହିକ ଜୀବନ ୧୨ ମାସ ବି ତିଷ୍ଠି ପାରି ନ ଥିଲା। ଦୁହିଁଙ୍କ ମଧ୍ୟରେ ତଲାକ୍‌ ହୋଇଥିଲା। ଏହାପରେ କମଲ ନିଜର ଭୁଲ୍‌ ବୁଝିପାରିଥିଲେ। ସେ ମୀନାକୁମାରୀଙ୍କୁ ପୁଣିଥିରେ ବିବାହ କରିବାକୁ ଚାହିଁଥିଲେ। ତେବେ ମୁସଲମାନ୍‌ ଧାର୍ମିକ ପରମ୍ପରା ହଲାଲା ଅନୁସାରେ ଅନ୍ୟ ଜଣଙ୍କୁ ମୀନାକୁମାରୀ ବିବାହ କରିବା ପରେ ହିଁ ସେ ପୁଣି କମଲଙ୍କୁ ବିବାହ କରିପାରିବେ ବୋଲି ଧର୍ମଗୁରୁ କହିଥିଲେ। ଏହାପରେ ମୀନାକୁମାରୀଙ୍କ ବିବାହ ଜିନତ୍‌ ଅମନ୍‌ଙ୍କ ପିତା ଉମାନଉଲ୍ଲା ଖାଁଙ୍କ ସହିତ କମଲ କରାଇଥିଲେ। ପରେ ଏକ ମାସ ପରେ ପୁଣି ମୀନାକୁମାରୀ କମଲଙ୍କୁ ବିବାହ କରିଥିଲେ। ମନର ମଣିଷ ପାଖକୁ ଫେରିବା ଲାଗି ତାଙ୍କ ବାଟରେ ବାଧା ଦେଇଥିବା ଧାର୍ମିକ ପରମ୍ପରା ଯୋଗୁ ମୀନାକୁମାରୀଙ୍କ ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଥିଲା। ମୀନା କୁମାରୀ ଦୁଃଖ ଭୁଲାଇବା ପାଇଁ ମଦ୍ୟପାନ କରୁଥିଲେ। ଶେଷରେ ୧୯୭୨ ମାର୍ଚ୍ଚ ୩୧ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିକ୍‌ଙ୍କ କଥା ମନେ ପକାଇ ଫଟୋ ଶେୟାର କଲେ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ହଲିଉଡ ଗାୟକ ନିକ୍‌ ଜୋନାସ ନିଜର ବୈବାହିକ ଜୀବନକୁ ନେଇ ବେଶ୍‌ ହସଖୁସିରେ ସମୟ କାଟୁଛନ୍ତି।...

କରୋନା ଭାଇରସ: ବଦଳିପାରେ ସୂର୍ଯ୍ୟବଂଶୀ ଓ ୮୩ର ରିଲିଜ୍‌ ଡେଟ୍‌

ମୁମ୍ବାଇ: କରୋନା ଭାଇରସ ଏବେ ଦେଶର ବିଭିନ୍ନ ସ୍ଥାନରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସତର୍କତା...

ଦବଙ୍ଗ-୩ରେ ଆଇଟମ୍‌ ନଂ କରିବେ ଏହି ଅଭିନେତ୍ରୀ

‘ଭାରତ’ ବକ୍ସ ଅଫିସରେ ଧୂମ୍‌ ମଚାଇବା ପରେ ସୁପରଷ୍ଟାର ସଲମାନ ଖାନ୍‌ ଦବଙ୍ଗ-୩ ପାଇଁ ଶୁଟିଂ ଆରମ୍ଭ କରିଦେଇଛନ୍ତି। ତେବେ ଏହି ଫିଲ୍ମରେ ଆଇଟମ୍‌ ନଂରେ...

ବିରାଟଙ୍କ ଫଟୋ ଶେୟାର କରି ଅନୁଷ୍କା ଲେଖିଲେ ଏମିତି

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୪ରେ ହେଉଛି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ।...

ପ୍ରଥମ ଦେଖାରେ ଶାହିଦଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ...

୭ମ ଥର ମାତାପିତା ହେବାକୁ ଯାଉନ୍ତି ଏହି ଷ୍ଟାର ଦମ୍ପତି

ହଲିଉଡ ଅଭିନେତା ଆଲେକ ବାଲ୍ଡୱିନ ଖୁବ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ହିଲେରିଆ ଥୋମାସ ସପ୍ତମ ଥର ପାଇଁ ଏକ ମା’ ହେବାକୁ...

ଅବିବାହିତା ଥିବା ସତ୍ତ୍ୱେ ସିନ୍ଦୁର ଲଗାଉଥିଲେ ଲତା ମଙ୍ଗେସକର; ଜାଣନ୍ତୁ କାହା ପାଇଁ…

ବମ୍ବେ: ସାରା ଜୀବନ ଅବିବାହିତ ଥିଲେ ହେଁ ସିନ୍ଦୁର ଲଗାଉଥିଲେ କୋକିଳକଣ୍ଠୀ ଲତା ମଙ୍ଗେସକର। ଅନେକ ଏହା ପଛର କାରଣ ଜାଣିବାକୁ ଚାହୁଁଥିଲେ। ଏବେ ତା...

କରୀନାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଡେବ୍ୟୁ କଲେ ପୁଅ ତୈମୁର

ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଅଭିନେତ୍ରୀ କରୀନା କପୁର ଚର୍ଚ୍ଚାରେ ରହିନାହାନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଡେବ୍ୟୁ କରିଥିଲେ। ଏବେ...

Advertisement
Archives

Model This Week