ମୀନା କୁମାରୀଙ୍କ ଜୀବନ ଥିଲା ଫିଲ୍ମ ଭଳି ଦୁଃଖଭରା: ତିନିତଲାକ୍‌ ପରେ ହଲାଲାରେ ଫେରିଥିଲେ ପ୍ରଥମ ସ୍ବାମୀଙ୍କ ପାଖକୁ

ମୁମ୍ବାଇ: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ମୀନା କୁମାରୀ ଝିଅ ହୋଇଥିବାରୁ ତାଙ୍କ ପିତା ତାଙ୍କୁ ନେଇ ଅନାଥାଶ୍ରମରେ ଛାଡିଆସିଥିଲେ। ସେ ୧୯୩୩ ଅଗଷ୍ଟ ୧ରେ ମୁମ୍ବାଇର ଦାଦରଠାରେ ଜନ୍ମଗ୍ରହଣ କରିଥିଲେ। ତେବେ ମା’ଙ୍କର କାନ୍ଦ ଦେଖି ଶେଷରେ ମୀନା କୁମାରୀଙ୍କୁ ପିତା ଘରକୁ ଫେରାଇ ଆଣିଥିଲେ। ତାଙ୍କ ନାମ ମାହଜେବୀ ରଖାଯାଇଥିଲା। ପରେ ମୀନା କୁମାରୀ ବଲିଉଡ୍‌ରେ ଟ୍ରାଜେଡି କୁଇନ୍‌ ଭାବେ ଖ୍ୟାତି ହାସଲ କରିଥିଲେ। ୧୯୩୯ରେ ସେ ମାତ୍ର ୬ ବର୍ଷ ବୟସରେ ବିଜୟ ଭଟ୍ଟଙ୍କ ଫିଲ୍ମ ଲେଦରଫେସ୍‌ରେ ଅଭିନୟ କରିଥିଲେ। ୧୯୫୨ରେ ତାଙ୍କର ଫିଲ୍ମ ବିରଜୁ ବାବରା ୧୦୦ ସପ୍ତାହ ପର୍ଯ୍ୟନ୍ତ ହଲରେ ପ୍ରଦର୍ଶିତ ହୋଇଥିଲା। ତାଙ୍କ ଜୀବନ ମଧ୍ୟ ଫିଲ୍ମ  ଭଳି ବେଶ୍‌ ଦୁଃଖଭରା ଥିଲା। ସେ ତିନି ତଲାକ୍‌ର ଶିକାର ହୋଇଥିଲେ। ଏହାପରେ ହଲାଲା ପରମ୍ପରା ମାଧ୍ୟମରେ ପ୍ରଥମ ସ୍ବାମୀଙ୍କ ପାଖକୁ ଫେରିଥିଲେ ମଧ୍ୟ ଏହା ତାଙ୍କୁ ମାନସିକ ଆଘାତ ଦେଇଥିଲା। ୧୯୫୧ରେ ତମାସା ଶୁଟିଂ ସେଟ୍‌ରେ କମଲ ଆମରୋହିଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ଏହାପରେ ବିବାହ ମଧ୍ୟ ହେଲା। ତେବେ ବୈବାହିକ ଜୀବନ ୧୨ ମାସ ବି ତିଷ୍ଠି ପାରି ନ ଥିଲା। ଦୁହିଁଙ୍କ ମଧ୍ୟରେ ତଲାକ୍‌ ହୋଇଥିଲା। ଏହାପରେ କମଲ ନିଜର ଭୁଲ୍‌ ବୁଝିପାରିଥିଲେ। ସେ ମୀନାକୁମାରୀଙ୍କୁ ପୁଣିଥିରେ ବିବାହ କରିବାକୁ ଚାହିଁଥିଲେ। ତେବେ ମୁସଲମାନ୍‌ ଧାର୍ମିକ ପରମ୍ପରା ହଲାଲା ଅନୁସାରେ ଅନ୍ୟ ଜଣଙ୍କୁ ମୀନାକୁମାରୀ ବିବାହ କରିବା ପରେ ହିଁ ସେ ପୁଣି କମଲଙ୍କୁ ବିବାହ କରିପାରିବେ ବୋଲି ଧର୍ମଗୁରୁ କହିଥିଲେ। ଏହାପରେ ମୀନାକୁମାରୀଙ୍କ ବିବାହ ଜିନତ୍‌ ଅମନ୍‌ଙ୍କ ପିତା ଉମାନଉଲ୍ଲା ଖାଁଙ୍କ ସହିତ କମଲ କରାଇଥିଲେ। ପରେ ଏକ ମାସ ପରେ ପୁଣି ମୀନାକୁମାରୀ କମଲଙ୍କୁ ବିବାହ କରିଥିଲେ। ମନର ମଣିଷ ପାଖକୁ ଫେରିବା ଲାଗି ତାଙ୍କ ବାଟରେ ବାଧା ଦେଇଥିବା ଧାର୍ମିକ ପରମ୍ପରା ଯୋଗୁ ମୀନାକୁମାରୀଙ୍କ ହୃଦୟ ଦୁଃଖରେ ଭାଙ୍ଗି ପଡ଼ିଥିଲା। ମୀନା କୁମାରୀ ଦୁଃଖ ଭୁଲାଇବା ପାଇଁ ମଦ୍ୟପାନ କରୁଥିଲେ। ଶେଷରେ ୧୯୭୨ ମାର୍ଚ୍ଚ ୩୧ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?