ମିଳିଲାନି ଆଳୁ, ପିଆଜ

ତାଳଚେର,୨୬।୩(ନି.ପ୍ର.)- ଲକ୍‌ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ଗୁରୁବାର ଅନୁଗୋଳ ଜିଲା ତାଳଚେର ଥର୍ମାଲ ସାପ୍ତାହିକ ହାଟରେ ଆଳୁ, ପିଆଜ ମିଳିନାହିଁ। ଫଳରେ ଏହି ହାଟ ଉପରେ ନିର୍ଭରଶୀଳ ବହୁ ପଞ୍ଚାୟତବାସୀ, ପରଜଙ୍ଗ ଓ ବଅଁରପାଳ ଅଞ୍ଚଳର ଅନେକ ଗଁା ଲୋକେ ନିରାଶରେ ଫେରି ଯାଇଥିବା ଅଭିଯୋଗ ହୋଇଛି। ପ୍ରତିଥର ଏହି ସାପ୍ତାହିକ ହାଟକୁ ୪/୫ ଟ୍ରକ୍‌ ଆଳୁ ଓ ୪ ଟ୍ରକ୍‌ ପିଆଜ ଆସିଥାଏ। କିନ୍ତୁ ସକାଳୁ କେତେଜଣ ପରିବା ବ୍ୟବସାୟୀ ଆସିଥିଲେ ବି ଆଳୁ କି ପିଆଜ ହାଟରେ ଉପଲବ୍ଧ ନ ଥିଲା। ଏହାର ସୁଯୋଗ ନେଇ କେତେକ ରାଶନ ଦୋକାନୀ ଆଳୁ, ପିଆଜର ମୂଲ୍ୟ ବଢ଼ାଇ ଦେଇଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ହରମୋହନ ପ୍ରଧାନ କହିଛନ୍ତି, ହଠାତ ଏଭଳି କାହିଁକି ହେଲା ତାହାର କାରଣ ଜଣାପଡୁ ନାହିଁ। ଜିଲା ପ୍ରଶାସନ ଓ ଯୋଗାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କହିଛନ୍ତି, ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଦିନକରେ ଚିହ୍ନଟ ହେଲେ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୭୨୩

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଶନିବାର ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨୫ ଜଣଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ...

୩ ସପ୍ତାହରେ ଭାରତରେ ଅକ୍ସଫୋର୍ଡ ଟିକା ଉତ୍ପାଦନ

ନୂଆଦିଲ୍ଲୀ,୨୭ା୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକାଶିତ କୋଭିଡ୍‌-୧୯ ନିରୋଧୀ ଟିକାର ମାନବ ଶରୀରରେ ପରୀକ୍ଷଣ ଗତ ଗୁରୁବାର ଆରମ୍ଭ କରାଯାଇଥିଲା। ଏହି ପରୀକ୍ଷଣରେ ଉକ୍ତ...

ଭଲ ଖବର: ସାଙ୍ଗଲି ଜିଲାରେ ୨୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥ ହେଲେ ୨୪

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ସେଠାକାର ସାଙ୍ଗଲି ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୨୬ କରୋନା...

କରୋନା ଯୋଦ୍ଧାଙ୍କୁ ମାକ୍ସ, ସାନିଟାଇଜର୍‌ ପ୍ରଦାନ କଲେ ବିଧାୟକ

ଲୋଇସିଂହା,୧୨।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସୁରକ୍ଷା ଉପକରଣ ଏନ୍‌-୯୫ ମାକ୍ସ, ସାନିଟାଇଜର୍‌ ଓ...

କରୋନା ମୁକାବିଲା: କଟକରୁ ୬୭୯ଟି ଗାଡ଼ି ଜବତ, ୯ ମାମଲା ରୁଜୁ

କଟକ ଅଫିସ,୧୫।୪: କରୋନା(କୋଭିଡ-୧୯) ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।...

କରୋନା ସଂକ୍ରମଣକୁ ନେଇ ତଥ୍ୟ ଲୁଚାଉଛି ପାକିସ୍ତାନ !

ଇସ୍‌ଲାମାବାଦ,୧୮।୪: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଥିବା ବେଳେ ପାକିସ୍ତାନ ବି ଏଥିରୁ ବାଦ୍‌ ପଡିନାହିଁ। ପାକିସ୍ତାନରେ କରୋନା...

ଚଢ଼ାଉ ପରେ ଦର କମାଇଲେ ଗ୍ରସେରି, ପରିବା ଦୋକାନୀ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବାକୁ ମଙ୍ଗଳବାର ମଧ୍ୟରାତିରୁ ସାରା ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ ହେବା ପରେ ଏବେ ବଜାରରେ ଗ୍ରସେରି ଓ ପରିବା ଦର...

ଅନୁଗୋଳ ରକ୍ତଭଣ୍ଡାର ଖାଲି

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାର ଫାଙ୍କା ପଡ଼ିଛି। କୌଣସି ଗୋଟିଏ ହେଲେ ଗ୍ରୁପ୍‌ର ରକ୍ତ ନାହିଁ। ଫଳରେ ମେଡିକାଲରୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *