ମିଳିତ ଗବେଷଣା ପାଇଁ ଆଇଆଇଟି ଓ ଏମ୍‌ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୭ା୧(ବ୍ୟୁରୋ)- ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ଓ ଅଲ୍‌୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍‌ସ) ମଧ୍ୟରେ ସୋମବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ସୋମବାର ଭୁବନେଶ୍ୱର ଆସିଥିବାବେଳେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୁଇଟି ଶିକ୍ଷାନୁଷ୍ଠାନ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ପକ୍ଷରୁ ନିର୍ଦ୍ଦେଶକ ପ୍ରଫେସର ଆର୍‌. ଭି. ରାଜା କୁମାର ଓ ଏମ୍‌ସ ପକ୍ଷରୁ ନିର୍ଦ୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାଟ୍‌ମାନାବେନ୍‌ ଏହି ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଏହାଦ୍ୱାରା ଦୁଇଟି ଶିକ୍ଷାନୁଷ୍ଠାନର ମିଳିତ ଗବେଷଣା ଏବଂ ଫାକଲ୍‌ଟି ଓ ବୈଜ୍ଞାନିକଙ୍କ ମଧ୍ୟରେ ଏକାଡେମିକ୍‌ ଇଣ୍ଟରାକ୍ସନ କରାଯିବ। ଚୁକ୍ତିର ଅବଧି କାର୍ଯ୍ୟକାରୀ ହେବା ଦିନଠାରୁ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ରହିବ। ଏହି କାର୍ଯ୍ୟକ୍ରମ ଯଦି ସଫଳ ହୁଏ, ତେବେ ଉଭୟ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଲୋଚନା ଓ ନିଷ୍ପତ୍ତି ପରେ ଚୁକ୍ତିର ଅବଧିକୁୁ ବୃଦ୍ଧି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗା କୁଡ଼ିଆରେ ଅସହାୟ ଗୋଲାପ

ରାଇସୁଆଁ,୧୯।୧୧(ଡି.ଏନ.ଏ.)-ସରକାର ଗରିବ ନିରାଶ୍ରୟଙ୍କ ଥଇଥାନ ପାଇଁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’, ‘ମୋ କୁଡିଆ ଯୋଜନା ’ କରିଛନ୍ତି। ମାତ୍ର ପ୍ରଶାସନିକସ୍ତରରେ ମାନସିକତାର ଅଭାବ ଯୋଗୁ ବହୁ...

ଆମେରିକାରେ ଗବେଷଣା କରିବେ ଐଶ୍ୱର୍ଯ୍ୟ ଅଭିଷେକ

ପଦ୍ମପୁର, ୧।୧୦ (ଡି.ଏନ.ଏ.)-ଆମେରିକାର କଲରାଡୋ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଗ୍ରାମର ଐଶ୍ୱର୍ଯ୍ୟ ଅଭିଷେକ...

ପଣା ସଂକ୍ରାନ୍ତି-ରମ୍‌ଜାନ ପାଇଁ ଗାଇଡ୍‌ଲାଇନ୍‌; ଏସବୁ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଓ ରମଜାନ୍‌କୁ ନେଇ କଟକ ମ୍ୟୁନିସିପାଲ କର୍ପୋରେଶନ(ସିଏମ୍‌ସି) ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି...

ପର୍ଯ୍ୟଟକ ଅପେକ୍ଷାରେ ପର୍ଯ୍ୟଟନସ୍ଥଳୀ

କେନ୍ଦୁଝର,୧୧।୧୦ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ପ୍ରାକୃତିକ ଝରଣା, ଜଳପ୍ରପାତ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଆଉ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ...

ପରଲୋକରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂ

କଟକ ଅଫିସ,୨୭।୭: ବିଶିଷ୍ଟ ଶ୍ରମିକ ନେତା ତଥା କଟକ ସଦରର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬...

ହୀରାକୁଦର ତଳିଆ ଅଞ୍ଚଳକୁ ସତର୍କ କରାଇଲେ ଜିଲାପାଳ

ସମ୍ବଲପୁର, ୧୨।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ମୋଟ୍‌ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଯାହା ଫଳରେ ତଳିଆ ଅଞ୍ଚଳକୁ ଜଳ...

ଜିଲାସ୍ତରରେ କଡ଼ାକଡ଼ି ହେବ ଗାଡ଼ି ଚେକିଂ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ ଗତ କିଛି ମାସ ହେଲା ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହା ଉପରେ ରାଜ୍ୟ ସରକାର ଆହୁରି କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି।...

ଆର୍ଟହଜ୍‌ ଗ୍ୟାଲେରିରେ ଓଡ଼ିଆ ଶିଳ୍ପୀଙ୍କ ଚିତ୍ରକଳା

ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବାଲେଶ୍ୱର ଜିଲା ଗୋହିରାପଦା ଗ୍ରାମର ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ‘ନେଚର ଫାଣ୍ଟାସି’ ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ...

Advertisement
Archives

Model This Week