Posted inଖେଳ

ମିଲିଟାରୀ ୱାର୍ଲଡ ଗେମ୍ସ: ଦୀପକ ରୌପ୍ୟ, ବାଲାଜୀ ବ୍ରୋଞ୍ଜ୍‌ ଜିତିଲେ

ଉହାନ୍‌ (ଚାଇନା), ୨୭ା୧୦(ପି.ଟି.)-ଏଠାରେ ଚାଲିଥିବା ୭ମ ମିଲିଟାରୀ ୱାର୍ଲଡ ଗେମ୍ସରେ ଭାରତୀୟ ବକ୍ସର ଦୀପକ ଏକ ରୌପ୍ୟ ଜିତିଥିବାବେଳେ ଟେନିସ ଖେଳାଳି ଏନ୍‌. ଶ୍ରୀରାମ ବାଲାଜୀ ଏକ ବ୍ରୋଞ୍ଜ ଜିତିଛନ୍ତି। ୪୬-୪୯ କେଜି କାଟେଗୋରି ପୁରୁଷ ଲାଇଟ୍‌ ଫ୍ଲାଇଓ୍ବେଟ କାଟେଗୋରି ଫାଇନାଲରେ ଦୀପକ ସ୍ବର୍ଣ୍ଣ ବିଜୟୀ କାଜାଖସ୍ତାନର ଝୁସୁପୋଭ୍‌ ତେମିରତାସଙ୍କଠାରୁ ୦-୫ରେ ହାରିଯାଇଛନ୍ତି। ବାଲାଜୀ ଏକ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ବ୍ରୋଞ୍ଜ ପଦକ ମୁକାବିଲାରେ ଉଜ୍‌ବେକିସ୍ତାନର ଫୋମିନ୍‌ ସର୍ଗେଙ୍କୁ ୬-୨, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ ୧ ଘଣ୍ଟା ୧୯ ମିନିଟ ଧରି ଚାଲିଥିଲା। ତେବେ ମିଡଲ ଡିଷ୍ଟାନ୍ସ ଧାବକ ଜିନସନ ଜନସନଙ୍କୁ ଭାଗ୍ୟ ସହାୟ ହୋଇ ନ ଥିଲା। ସେ ୩:୪୯.୩୪ ସେକେଣ୍ଡ ଟାଇମିଂରେ ପୁରୁଷ ୧୫୦୦ ମିଟର ଫାଇନାଲରେ ୫ମ ହୋଇଥିଲେ। ଇଭେଣ୍ଟର ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ଯଥାକ୍ରମେ ପୋଲାଣ୍ଡର ରୋଜମିସ୍‌ ମିଚାଲ (୪:୪୬.୩୩ ସେକେଣ୍ଡ), ମରକ୍କୋର ଔଲାଧା ହିଚାମ (୩:୪୬.୪୪) ଏବଂ ପୋଲାଣ୍ଡର ଲିଓ୍ବାନ ଡୋସ୍କି ମାର୍ସିନ (୩:୪୬.୬୧ ସେକେଣ୍ଡ) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ଭାରତର ପୁରୁଷ ୪x୪୦୦ ମିଟର ରିଲେ ଦଳ ୩:୦୬.୮୧ ସେକେଣ୍ଡ ଟାଇମିଂରେ ଚତୁର୍ଥ ସ୍ଥାନ ଅଧିକାର କରି ଅଳ୍ପକେ ପଦକରୁ ବଞ୍ଚତ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଏଫ୍‌ସି ଏସିଆନ କପ୍‌: କ୍ୱାଲିଫାୟର୍ସ ତୃତୀୟ ରାଉଣ୍ଡରେ ଭାରତ

ଦୋହା,୧୬।୬: ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଫୁଟ୍‌ବଲ ଦଳ ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ସ୍ଥାନୀୟ...

ଯୁବିଙ୍କ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୦।୭- ସୋସିଆଲ ମିଡିଆରେ ଗତ କିଛିଦିନ ହେଲେ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ ଲୋକପ୍ରିୟତା ହାସଲ କରିଛି। ଏହି ଚ୍ୟାଲେଞ୍ଜରେ ବୋଟଲକୁ ସ୍ପର୍ଶ ନ କରି କ୍ୟାପ୍‌...

ଇମର୍ଜିଂ ପ୍ଲେୟର ଦୌଡ଼ରେ ଅର୍ଶଦୀପ, ରେଣୁକା, ୟସ୍ତିକା

ଦୁବାଇ,୨୯ା୧୨(ପି.ଟି): ଆଇସିସି ଉଦୀୟମାନ ଖେଳାଳି (ଇମର୍ଜିଂ ପ୍ଲେୟର) ଦୌଡରେ ସାମିଲ ହୋଇଛନ୍ତି ଭାରତର ଅର୍ଶଦୀପ ସିଂ, ରେଣୁକା ସିଂ ଓ ୟସ୍ତିକା ଭାଟିଆ। ଦକ୍ଷିଣ ଆଫ୍ରିକାର...

ଆଇ- ଲିଗ୍‌: ଆଇଜଲ ଏଫ୍‌ସି ବିଜୟୀ

କୋଲକାତା,୩୧।୧(ପି.ଟି.): ସ୍ଥାନୀୟ ମୋହନ ବାଗାନ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଆଇ- ଲିଗ୍‌ର ଏକ ମ୍ୟାଚ୍‌ରେ ଆଇଜଲ ଏଫ୍‌ସି ୨-୧ ଗୋଲରେ ନେରେକା ଏଫ୍‌ସିକୁ ପରାସ୍ତ କରିଛି।...

ଚମକିଲେ ଓ୍ବାର୍ନର, କୋଲକତାକୁ ୨୧୬ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ରବିବାର କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ...

ରାହୁଲଙ୍କୁ ଜୋରିମନା

ମୁମ୍ବାଇ,୨୫।୪: କେ.ଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଆଇପିଏଲ ୨୦୨୨ର ପଞ୍ଚମ ବିଜୟ ହାସଲ କରିଛି। ତେବେ ଏହି ବିଜୟ...

ଧାଓ୍ବନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ-ଏ ପରାସ୍ତ

ଥିରୁଭାନନ୍ତପୁରମ, ୫।୯ (ପି.ଟି.)- ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ୪ର୍ଥ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ବରିଷ୍ଠ ଓପନର୍‌ ଶିଖର ଧାଓ୍ବନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ-ଏ ଦଳ...

କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୪ା୭,(ସରୋଜ ଜେନା): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା।...

Advertisement
Archives

Model This Week