ମାସେ ଭିତରେ ଘରୋଇ ବ୍ୟାଙ୍କରୁ ମହାପ୍ରଭୁଙ୍କ ଟଙ୍କା ଫେରୁ, ନଚେତ ବାଚସ୍ପତି ସମ୍ଭାଳି ପାରିବେନି: ସୁର

ଭୁବନେଶ୍ୱର,୧୩।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ(ସୁର) କୁମାର ରାଉତରାୟ ଶୁକ୍ରବାର ବର୍ଷିଛନ୍ତି। ବିଧାନସଭା ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସୁର କହିଛନ୍ତି, ଗୃହ କମିଟି ଗଠନ ହେଉ, ମାସେ ଭିତରେ ଟଙ୍କା ଫେରୁ। ମାସେ ଭିତରେ ଟଙ୍କା ନ ଫେରିଲେ ବାଚସ୍ପତି ସମ୍ଭାଳି ପାରିବେନି। କେଉଁ ବିଜୟ ଭାଇ, ପ୍ରଦୀପ ଭାଇ ସରକାରଙ୍କ ପିଠିରେ ପଡ଼ିବେ ନାହିଁ।ୟେସ୍‌ ବ୍ୟାଙ୍କକୁ ଟଙ୍କା କିଭଳି ଗଲା, କିଏ ନେଲା କୁହନ୍ତୁ। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଫାଇନାନ୍ସ କମିଟିକୁ କିଭଳି ଗଲେ କୁହନ୍ତୁ।

ପ୍ରକାଶ ଯେ, ଉକ୍ତ ପ୍ରସଙ୍ଗରେ ବୁଧବାରଠାରୁ ବିଧାନସଭାରେ ଆଲୋଚନା ହୋଇଆସୁଛି। ଏପରିକି ବିରୋଧୀମାନେ ଗୃହକୁ ଅଚଳ କରୁଛନ୍ତି। ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରଖିବାକୁ ଅନୁମତି କିଏ ଦେଲା। ଏଥିରେ କାହାର ହାତ ଅଛି। ପ୍ରଥମେ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମବିଭ୍ରାଟ ପରେ ରତ୍ନଭଣ୍ଡାର ଚାବି ହଜିବା ଆଉ ଏବେ ମହାପ୍ରଭୁଙ୍କ ଟଙ୍କା ବୁଡ଼ିବା ପରିସ୍ଥିତି ସୃଷ୍ଟି ହୋଇଛି। ତିରୁପତି ଟ୍ରଷ୍ଟ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଥିବାବେଳେ ରାଜ୍ୟ ସରକାର ନିଦାବିଷ୍ଣୁ ହୋଇଗଲେ। ଏବେ ଟଙ୍କା ବୁଡ଼ିବା ପରିସ୍ଥିତି ବୋଲି ବିରୋଧୀମାନେ ଦର୍ଶାଇବା ସହ ସରକାରଙ୍କୁ ଘେରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସ୍ଥିତି ଅନୁଧ୍ୟାନ କଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

ଅନୁଗୋଳ ଅଫିସ, ୧୨।୫: ଅନୁଗୋଳ ଜିଲାରୁ ୧୫ ଜଣ କରୋନା ସଂକ୍ରମିତ ବାହାରିବା ପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୩ ଜଣିଆ...

ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ...

ବଗଲାକୁ ନେଇ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ପୂରୀ ଅଫିସ, ୨୫।୮: ବଗଲା ଧର୍ମଶାଳା ଜମି ବିବାଦ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ...

ଚିଲିକାରେ ସୃଷ୍ଟି ହୋଇପାରେ ୩ୟ ମୁହାଣ

କୃଷ୍ଣପ୍ରସାଦ, ୧୫ା୪ (ଡି.ଏନ.ଏ.): ମହାମାରୀ କରୋନା ଭୟ ଲାଗି ରହିଥିବାବେଳେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସଠାରେ ବଙ୍ଗୋପସାଗର କୂଳ ଲଘିଂବାରେ ଲାଗିଛି। ସମୁଦ୍ର ଓ...

ଲଘୁଚାପ ବର୍ଷା ଆଶ୍ୱସ୍ତି ଦେବ

ଭୁବନେଶ୍ୱର,୩।୮(ବ୍ୟୁରୋ): ଶ୍ରାବଣରେ ମୌସୁମୀ ଯେପରି ଉଭାନ ହୋଇଯାଇଛି। ଟାଇଁ ଟାଇଁ ଖରାରେ କ୍ଷେତ ଫାଟି ଆଁ କରିଛି। କେନାଲରେ ପାଣି ନ ଥିବାବେଳେ ଠିକ୍‌ ସମୟରେ...

ଶତାଧିକ ଜବ୍‌କାର୍ଡ ରଦ୍ଦ: ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

କୋକସରା,୨୯ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ବାବେକୋହରା ଓ କଛାରପଡ଼ା ଗ୍ରାମର ଶତାଧିକ ଜବ୍‌କାର୍ଡ ହିତାଧିକାରୀଙ୍କ ଅଜାଣତରେ ରଦ୍ଦ କରିଥିବା ଅଭିଯୋଗ ନେଇ...

ଆସନ୍ତା ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କିଛିଦିନ ହେବ ବନ୍ଦ ରହିଥିଲା। ଏହାସହ ଜିଲାପାଳମାନଙ୍କ ଅଭିଯୋଗ ପ୍ରକୋଷ୍ଠ...

ମନ ମୋହୁଛି ଫୁଲର ସମ୍ଭାର

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଲୋକଙ୍କ ମଧ୍ୟରେ ଫୁଲଚାଷ ପ୍ରତି ଆଗ୍ରହ ସୃଷ୍ଟି ସହ ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଶନିବାରଠାରୁ ‘ବାର୍ଷିକ ପୁଷ୍ପ ପ୍ରଦର୍ଶନୀ’...

Advertisement
Archives

Model This Week