Posted inଖେଳ

ମାସିକ ୨୮ ଲକ୍ଷ ଟଙ୍କାର ନିଶା ସେବନ କରୁଥିଲେ ଏହି ଚାମ୍ପିୟନ ଆଥ୍‌ଲେଟ

ସାକ୍ରାମେଣ୍ଟୋ (କାଲିଫର୍ନିଆ/ଆମେରିକା),୧୫।୮: ପୂର୍ବତନ ବିଶ୍ୱ ଚାମ୍ପିୟନ ମାଇକ ଟାଇସନ ରିଙ୍ଗ ଭିତରରେ ଆକ୍ରମଣାତ୍ମକ ଖେଳ ଯୋଗୁ ବହୁ ପରିଚିତ ଥିଲେ। ‘ଦ ବ୍ୟାଡେଷ୍ଟ ମ୍ୟାନ ଅଫ୍‌ ଦ ପ୍ଲାନେଟ’ କୁହାଯାଉଥିବା ହେବିଓ୍ବେଟ ବକ୍ସର କ୍ୟାରିୟରର ବହୁ ବିବାଦ ଓ ସ୍କାଣ୍ଡାଲରେ ସାମିଲ ଥିଲେ। ସେ ଏବେ କାଲିଫର୍ନିଆରେ ଗଞ୍ଜେଇ ବ୍ୟବସାୟରେ ପ୍ରବେଶ କରିଛନ୍ତି। ସେଠାରେ ଗଞ୍ଜେଇ ସେବନ କରିବା ଅପରାଧ ନୁହେଁ। ୫୩ ବର୍ଷୀୟ ପୂର୍ବତନ ତାରକା ବକ୍ସର ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସର୍ବଦା ନିଶା ସେବନ କରୁଥିଲି। ପ୍ରତ୍ୟେକ ମିନିଟ୍‌ରେ ମୋତେ ଏହା ଦରକାର ପଡ଼ୁଥିଲା। ଏଥିନେଇ ପ୍ରତି ମାସରେ ୪୦ ହଜାର ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୮ ଲକ୍ଷ ଟଙ୍କା। ଉଲ୍ଲେଖଥାଉ କି, ସେ ପ୍ରଥମ ବକ୍ସର ଭାବେ ଏକାଥରକେ ଡବ୍ଲ୍ୟୁବିଏ, ଡବ୍ଲ୍ୟୁବିସି ଓ ଆଇବିଏଫ୍‌ ଟାଇଟଲ ହାତେଇଥିଲେ। ସେ ୨୦ ବର୍ଷ ବୟସରେ ସର୍ବକନିଷ୍ଠ ବକ୍ସର ଭାବେ ହେଭିଓ୍ବେଟ ଚାମ୍ପିୟନ ହୋଇଥିଲେ। ସେ ଜିତିଥିବା ୧୯ ନକ୍‌ଆଉଟ ମଧ୍ୟରୁ ୧୨ଟି ପ୍ରଥମ ରାଉଣ୍ଡରୁ ଜିତିଥିଲେ। ଖେଳୁଥିବାବେଳେ ୨ ହଜାର କୋଟି ଟଙ୍କାର ମାଲିକ ଥିବା ବକ୍ସରଙ୍କ ସମ୍ପତ୍ତିର ମୂଲ୍ୟ ଏବେ ପ୍ରାୟ ୨୨ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତାଇ ଦେଲେନି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟ...

ଶେଷ ହେଲା ମେସିଙ୍କ ଅପେକ୍ଷା

ରିଓ ଡେ’ ଜାନିରୋ,୧୧।୭: ବଡ଼ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଦେଶ ପାଇଁ ଟ୍ରଫି ଜିତିବାର ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କ ଆଶା ପୂରଣ ହୋଇଛି। ଶନିବାର ଖେଳାଯାଇଥିବା...

ଫେରିଲେ ଧୋନୀ

ନୂଆଦିଲ୍ଲୀ,୧୭।୮- ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଜମ୍ମୁ-କଶ୍ମୀରରେ ୨ ସପ୍ତାହ ଧରି ଆର୍ମି ଯବାନଙ୍କ ସହ ଟ୍ରେନିଂ ଓ ଡ୍ୟୁଟି କରିବା ପରେ ନୂଆଦିଲ୍ଲୀ...

ଆଇ- ଲିଗ୍‌: ଆଇଜଲ ଏଫ୍‌ସି ବିଜୟୀ

କୋଲକାତା,୩୧।୧(ପି.ଟି.): ସ୍ଥାନୀୟ ମୋହନ ବାଗାନ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଆଇ- ଲିଗ୍‌ର ଏକ ମ୍ୟାଚ୍‌ରେ ଆଇଜଲ ଏଫ୍‌ସି ୨-୧ ଗୋଲରେ ନେରେକା ଏଫ୍‌ସିକୁ ପରାସ୍ତ କରିଛି।...

ଅଷ୍ଟ୍ରେଲିଆନ ଫର୍ମୁଲାଓ୍ବାନ ଗ୍ରାଁପ୍ରି ବାତିଲ

ମେଲବୋର୍ନ, ୧୩ା୩ (ଏଏଫ୍‌ପି): ଶୁକ୍ରବାର ପ୍ରାକ୍ଟିସ ସେସନ ଆରମ୍ଭ ପୂର୍ବରୁ ସିଜନ ଓପନିଂ ଅଷ୍ଟ୍ରେଲିଆନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରିକୁ ବାତିଲ କରିଦିଆଯାଇଛି। ମ୍ୟାକଲରେନ ଟିମ୍‌ର...

ଫଲୋଅନ୍‌ ଦ୍ୱାରରେ ଓ୍ବେଷ୍ଟଇଣ୍ଡିଜ

ଓ୍ବେଲିଂଟନ, ୧୩ା୧୨ (ଏପି)- କାଇଲ ଜେମିସନ୍‌ଙ୍କ ଉଚ୍ଚକୋଟୀର ବୋଲିଂ ଯୋଗୁ ସ୍ଥାନୀୟ ରିଜର୍ଭ ବେସିନ୍‌ଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ଫଲୋଅନ୍‌ର...

ଇତିହାସ ରଚିବେ ରୋହିତ ଶର୍ମା

ଜୟପୁର,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଆଜି ସା ୭ ଟାରୁ ଜୟପୁରର ସୱାଇ...

ନିଜ ରେକର୍ଡ ଭାଙ୍ଗିଥିଲେ ବୀରେନ୍ଦ୍ର

ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ ସୃଷ୍ଟି କରିବା ଏବଂ କିଛି ବର୍ଷ ବ୍ୟବଧାନରେ ସମାନ ଦିନରେ ନିଜ ରେକର୍ଡକୁ ନିଜେ ଭଙ୍ଗ କରିବା। ଏପରି ଏକ ତାରିଖ...

Advertisement
Archives

Model This Week