ମାଷ୍ଟର ମାଇଣ୍ଡଙ୍କ ସମେତ ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ/ଦିଗପହଣ୍ଡି, ୫ା୧୨(ଡି.ଏନ.ଏ.)-ବ୍ରହ୍ମପୁର ଅବକାରୀ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ଓ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା-ଭୀଷ୍ମଗିରି ଛକ କପିଳେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ଥିବା ସ୍ବାଧୀନ ହୋମିଓପାଥି ଦୋକାନରୁ ୫ପେଟିରେ ଥିବା ପ୍ରାୟ ୧୨୦ନକଲି ବିଦେଶୀ ମଦ ଜବତ କରାଯାଇଛି। ଫାସୀଗୁଡା ପଞ୍ଚାୟତ ଜଲମେରୀ ଗଁ। ର ଔଷଧ ଦୋକାନ ମାଲିକ ଅରକ୍ଷିତ ରାଉତଙ୍କୁ ଅଟକ ରଖାଯାଇଛି। ସୂଚନାକୁ ଭିତ୍ତିକରି ସନ୍ଧ୍ୟାରେ ବଡ଼ବଜାର ଥାନା ଅଧୀନ ଆସ୍କା ରୋଡ଼ ପାଣିଗ୍ରାହୀ ପେଣ୍ଠରେ ରହୁଥିବା ବୃନ୍ଦାବନ ସାହୁଙ୍କ ବାସଭବନରେ ଚଢାଉ କରିଥିଲେ। ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ, ସ୍ପିରିଟ, କେମିକାଲ, ପ୍ୟାକିଙ୍ଗ ମେଶିନ, ନାମୀ କମ୍ପାନୀର ଷ୍ଟିକର, ଖାଲି ମଦ ବୋତଲ, ଠିପି ପ୍ରଭୃତି ଦେଖିଥିଲେ। ସେଠାରେ ଥିବା ମାଷ୍ଟର ମାଇଣ୍ଡ ଅନିଲ ସାହୁ, ତାଙ୍କ ବାପା ବୃନ୍ଦାବନ ସାହୁ, ସହଯୋଗୀ କବିସୂର୍ଯ୍ୟନଗର ଅଞ୍ଚଳର ରାଜା ଗୌଡଙ୍କୁ ଅବକାରୀ କର୍ମଚାରୀମାନେ ଗିରଫ କରି ଜେରା ଚଳାଇଛନ୍ତି। ଏଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେବା ପରେ ଆସିକା, ଦିଗପହଣ୍ଡି, ଚିକିଟି, ପାତ୍ରପୁର, ଛତ୍ରପୁର, ଭଞ୍ଜନଗର ସମେତ ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ବ୍ରହ୍ମପୁର ସଦର ଅବକାରୀ ଇନ୍ସପକ୍ଟର ରୋଶନ ଇସୁ ହଁାସଦା କହିଛନ୍ତି। ଅନିଲଙ୍କୁ ୬ ମାସ ପୂର୍ବେ ଛତ୍ରପୁର ଅଞ୍ଚଳରୁ ଚୋରା ବିଦେଶୀ ମଦ ସହ ଗିରଫ କରାଯାଇଥିଲା। ଏହି ଚଢାଉରେ ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟ ସ୍ବାଇଁଙ୍କୁ ଗୁଜରାଟ ପୋଲିସ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଫାଶୀ ଦାବି

ଭଞ୍ଜନଗର,୧୬ା୫(ଡି.ଏନ୍‌.ଏ.): ଗୁଜରାଟ ପୋଲିସ ସତ୍ୟବାନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ ଲାଗି ଅପଚେଷ୍ଟା ଚଳାଇଛି। ମୋ’ ପୁଅ ଯେମିତି ବାପ...

ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନି: ଜିଲାପାଳ

ଛତ୍ରପୁର,୩।୬(ଡି.ଏନ.ଏ.)-ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସଂଖ୍ୟା ଗଞ୍ଜାମ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଛତ୍ରପୁର ହସ୍ପିଟାଲରେ କାମଚଳା ଲାବ୍‌

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଛତ୍ର୍ରପୁର ହସ୍ପିଟାଲରେ ଲାବ୍‌ ଟେକ୍ନିସିଆନ୍‌ ଅଭାବ ଲାଗି ରହିଛି। ଫଳରେ ଉକ୍ତ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ବିଭିନ୍ନ ପରୀକ୍ଷା ପାଇଁ ହଇରାଣ ହେଉଛନ୍ତି। ଛତ୍ରପୁର...

ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ: ସ୍ବତନ୍ତ୍ର ଦର୍ଶନ, ବସ ସେବା ଯିବ ଟ୍ରଷ୍ଟ ବୋର୍ଡକୁ

ପୁରୁଷୋତ୍ତମପୁର,୨୯।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ଶନିବାର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୋର୍ଡ ପରିଚାଳନା...

ରାଶନକାର୍ଡ ଦାବି: ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ହୋ-ହାଲ୍ଲା

ଗଞ୍ଜାମ,୨୦।୪(ଡି.ଏନ୍‌.ଏ.): ଦୀର୍ଘ ମାସର ନୀରବତା ପରେ ପୁଣି ରାଶନ କାର୍ଡ ତାତି ଦେଖିବାକୁ ମିଳିଛି l ଗଞ୍ଜାମ ଜିଲା ଦାମୋଦରପୁର ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା...

ପୁରୁଷୋତ୍ତମପୁର ଏନ୍‌ଏସିର ଏହି ୭ ୱାର୍ଡରେ ୧୪୪ ଧାରା ଜାରି

ପୁରୁଷୋତ୍ତମପୁର,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ପୁରୁଷୋତ୍ତମପୁର ଏନଏସି୍‌ର ୱାର୍ଡ ନଂ.୧ କନକାସାହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି....

ବିଶାଖାପାଟଣା ଷ୍ଟେସନରୁ ଓଡିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚିକିଟି,୫ା୧୨(ଡି.ଏନ୍‌.ଏ.)- ଗଞ୍ଜାମଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ କରବାଲୁଆ ଗ୍ରାମର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଶ୍ରମିକ କରବାଲୁଆର ବିଜୁଳି ସେଠୀ...

ଜିଲାପାଳ ଧାନତଳି ରୋଇବା ପ୍ରସଙ୍ଗ ଟୁଇଟ୍‌ କରି ନବୀନ, ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଛତ୍ରପୁର,୩୧ା୭(ଡି.ଏନ.ଏ)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଭରସା ଗାଁର ଏକ ଜମିରେ ଧାନତଳି ରୋଇଥିଲେ। ଏ ସମ୍ପର୍କରେ...

Advertisement
Archives

Model This Week