ମାଷ୍ଟରକ୍ୟାଣ୍ଟିନ ଛକରେ ଆତଙ୍କ: ଅଟୋରୁ ମିଳିଲା ୪ ବୋମା ଓ ବନ୍ଧୁକ, ଜଣେ ଗିରଫ

ଭୁବନେଶ୍ୱର, ୨୧।୭ (ବ୍ୟୁରୋ): ଚାଲିଛି ବିଧାନସଭା ଅଧିବେଶନ। ମାଷ୍ଟରକ୍ୟାଣ୍ଟିନ ଛକରୁ ପିଏମ୍‌ଜି ଛକ ଯାଏ ପୋଲିସ ଛାଉଣୀ। ଏପରିକି ପିଏମ୍‌ଜିରେ ପ୍ରତିଦିନ ଏକାଧିକ ସଂଗଠନ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି। ସେମାନଙ୍କୁ ମଧ୍ୟ ପୋଲିସ ଜଗିଛନ୍ତି। ଏତେ ସୁରକ୍ଷା ମଧ୍ୟରେ ମାଷ୍ଟରକ୍ୟାଣ୍ଟିନ ଛକରେ ଶନିବାର ଅପରାହ୍ନରେ ଆତଙ୍କ ଖେଳିଯାଇଥିଲା। କାରଣ କଂଗ୍ରେସ ଭବନ ନିକଟରୁ ଏକ ନମ୍ବର ବିହୀନ ଅଟୋରୁ ୪ଟି ବୋମା, ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏଥିସହ କ୍ରିଷ୍ଣା ରାଓ ନାମକ ଜଣେ ଯୁବକକୁ କ୍ୟାପିଟାଲ ଥାନା ପୋଲିସ ଅଟକ ରଖିଛି। ଯୁବକ ଜଣକ ଅଟୋରେ ବୋମାକୁ କୁଆଡ଼େ ନେଉଥିଲେ। ପିଏମ୍‌ଜି ଛକରେ କିଛି ଅଘଟଣା ଘଟାଇଥାନ୍ତେ କି। ଏନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପୋଲିସ ଉକ୍ତ ଯୁବକକୁ ପଚରାଉଚରା କରୁଛି। ଏହାସହ ଜବତ ଅଟୋଟି କାହାର ତାହାର ମଧ୍ୟ ପୋଲିସ ଖୋଳତାଡ କରୁଛି।

ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୩ଟା ସମୟରେ ମାଷ୍ଟରକ୍ୟାଣ୍ଟିନ ଛକର ଗ୍ରୀନ୍‌ ଚିଲି ନିକଟରେ ଏକ ନମ୍ବର ବିହୀନ ଅଟୋରେ ବୋମା ଓ ବନ୍ଧୁକ ଥିବା ନେଇ କେହି ଜଣେ ପୋଲିସକୁ ଫୋନରେ କହିଥିଲା। ତୁରନ୍ତ ଏକ ପୋଲିସ ଟିମ୍‌ ସେଠାରେ ପହଞ୍ଚି ଅଟୋକୁ ଖୋଜିବାରେ ଲାଗିଥିଲେ। ଶେଷରେ ଅଟୋକୁ ପାଇବା ପରେ ସେଥିରୁ ବୋମା ଓ ବନ୍ଧୁକ ଜବତ କରାଯାଇଥିଲା। ଏହାସହ ଅଟୋ ନିକଟରେ ଥିବା କ୍ରିଷ୍ଣାଙ୍କୁୁ ପୋଲିସ କାବୁ କରି ନେଇଥିଲା। ସେ ଏସବୁ ବୋମା ଆଣିଥିବା ସ୍ବୀକାର କରିଥିବା କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି। କ୍ରିଷ୍ଣାଙ୍କ ନାମରେ ଏକାଧିକ ମାମଲା ରହିଥିବା ପୋଲିସ ଅନୁମାନ କରି ଖୋଳତାଡ କରୁଛି। ଅନ୍ୟପଟେ ଫୋନ୍‌ ଖବର ଦେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି। ତଦନ୍ତରେ ବାଧା ସୃଷ୍ଟିହେବା ଆଶଙ୍କା ଥିବାରୁ କ୍ରିଷ୍ଣା ଓ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ଥାନା ଅଧିକାରୀ ଚକ୍ରବର୍ତ୍ତୀ ମନା କରିଥିଲେ। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାର୍କିଂ ଆଓ୍ବାର ୪ ଘଣ୍ଟା ବଢ଼ିଲା: ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବେ କର୍ମଚାରୀ, ମିଳିବ ଅଧିକ ପାରିଶ୍ରମିକ

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଭିନ୍ନ ସଂସ୍ଥା ପାଇଁ ରାଜ୍ୟ ସରକାର ଓ୍ବାର୍କିଂ ଆଓ୍ବାର ବଢ଼ାଇଛନ୍ତି। ଦୈନିକ ୮ ଘଣ୍ଟା ବଦଳରେ ଓ୍ବାର୍କିଂ ଆଓ୍ବାରକୁ ୧୨ ଘଣ୍ଟା କରିଛନ୍ତି। ଦୁଇଟି...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ନୟାଗଡ଼ ଜିଲା ସରଣକୁଳ ଅନ୍ତର୍ଗତ କୋଟରମ, ଖଲିପାଟଣା ଗ୍ରାମର ୧୫ ପରିବାର ୧୪ ବର୍ଷ ହେଲା କଙ୍ଗାରୁ କୋର୍ଟର ଶିକାର ହୋଇ ନିଜ ଗ୍ରାମକୁ ଫେରିପାରୁନାହାନ୍ତି।...

୨୯ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଆସନ୍ତା ୨ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

ବର୍ଷା-ଅନୁଭବ ବିବାଦର ସମାଧାନ ପାଇଁ ଆଲୋଚନା

କଟକ ଅଫିସ,୧୧ା୧୨: ବିଜେଡି ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବୈବାହିକ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ...

ରାମନବମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଆଜି ପବିତ୍ର ରାମନବମୀ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳୁଛି ଦେଶ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌...

ଲୁହା ସାମଗ୍ରୀ ଚୋରି କରି ୨ ଗିରଫ

ବଡ଼ବିଲ,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଷ୍ଟେଶନ ରୋଡ୍‌ସ୍ଥିତ ଇଣ୍ଡଷ୍ଟ୍ରିଆଲ ଏରିଆର ଏକ ଓ୍ବାର୍କଶପ୍‌ରୁ ବିଭିନ୍ନ ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ବୁଧବାର ଦୁଇ...

ଓଡ଼ିଶା ବିମୁଖ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର,୮ା୭(ବ୍ୟୁରୋ): କୋଭିଡ୍‌ ପରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଏକପ୍ରକାର ବିପର୍ଯ୍ୟସ୍ତ ହୋଇଛି। ଦେଶ ଭିତରର କିଛି ପର୍ଯ୍ୟଟକ ରାଜ୍ୟର କେତେକ ଅଞ୍ଚଳ ବୁଲାବୁଲି କରୁଥିବା ବେଳେ...

ଉତ୍ତର ଉପକୂଳ ଆଡ଼କୁ ମୁହାଁଇଲା ଲଘୁଚାପ: ୨୪ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର ଉପକୂଳ ଆଡ଼କୁ ମୁହାଁଇଛି। ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳରେ ମଧ୍ୟ ଲଘୁଚାପର ଏକ କ୍ଷେତ୍ର ସୃଷ୍ଟି...

Advertisement
Archives

Model This Week