ମାର୍ଚ୍ଚ ୧ରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ମିଳିବନି ୨୦୦୦ ଟଙ୍କିଆ ନୋଟ: ବଢ଼ିବ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୧ଠାରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ଆଉ ୨୦୦୦ଟଙ୍କିଆ ନୋଟ ମିଳିବନି। ତେବେ ବ୍ୟାଙ୍କର ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଗ୍ରାହକଙ୍କ ସୁବିଧା ପାଇଁ ଏନେଇ ବ୍ୟାଙ୍କ ଫେବୃୟାରୀ ୧୭ରେ ସର୍କୁଲାର ଜାରି କରିଥିଲା। ନିଷ୍ପତ୍ତି ଅନୁସାରେ ବ୍ୟାଙ୍କର ବିଭିନ୍ନ ଏଟିଏମ୍‌ରେ ୨ ଶହ ଟକିଆ ନୋଟ ପରିମାଣ ବୃଦ୍ଧି କରାଯିବ। ଗ୍ରାହକଙ୍କ ସୁବିଧା ଲାଗି କେବଳ ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ମାର୍ଚ୍ଚ ୧ ଠାରୁ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିବ। ଏନେଇ ଫେବୃୟାରୀ ୧୨ରେ ସୂଚନା ଦିଆଯାଇଥିଲା। ଏନେଇ ଆଇଓସି ପକ୍ଷରୁ ରିପୋର୍ଟ ଜାରି ହୋଇଥିଲା। ଏହା ଅନୁସାରେ ଅଣ-ସବସିଡ୍‌ ସିଲିଣ୍ଡର ଦାମରେ ୧୪୯ ଟଙ୍କା ବୃଦ୍ଧି ହେବ। ଦିଲ୍ଲୀରେ ଏବେ ୧୪ କିଗ୍ରା ଏହି ସିଲିଣ୍ଡର ଦାମରେ ୧୪୪ଟଙ୍କା ୫୦ ପଇସା ବୃଦ୍ଧି ହୋଇ ଏହାର ନୂଆ ଦାମ ୮୫୮ଟଙ୍କା ୫୦ ପଇସା ହେବ। କୋଲକତା ଏବଂ ମୁମ୍ବାଇରେ ଅଣ-ସବସିଡ୍‌ ସିଲିଣ୍ଡର ଦାମ ଯଥାକ୍ରମେ ୧୪୯ ଟଙ୍କା ଏବଂ ୧୪୫ ଟଙ୍କା ବଢ଼ିଥିଲା। ଫଳରେ ସିଲିଣ୍ଡରର ନୂଆ ଦାମ କୋଲକତା ଏବଂ ମୁମ୍ବାଇରେ ଯଥାକ୍ରମେ ୮୯୬ ଟଙ୍କା ଓ ୮୨୯ଟଙ୍କା ୫୦ ପଇସା ହେବ। ସେହିପରି ଚେନ୍ନାଇରେ ଅଣ-ସବସିଡ୍‌ ସିଲିଣ୍ଡର ଦାମ ୧୪୭ ଟଙ୍କା ବୃଦ୍ଧି ପାଇ ମାର୍ଚ୍ଚ ୧ଠାରୁ ଏହା ୮୮୧ ଟଙ୍କାରେ ହେବ। ସେହିପରି ମାର୍ଚ୍ଚ ୧ଠାରୁ ଲଟେରୀରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡରୁ ମୋଦିଙ୍କ ବଡ଼ ଘୋଷଣା, ଏଠାରେ ଖେଳାଯିବ ବିଗ୍ ବାଶ ଲିଗ୍

ନୂଆଦିଲ୍ଲୀ,୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ରତିଷ୍ଠିତ ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ (MCG) ପରିଦର୍ଶନ କରିଥିଲେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରୀଡା କୂଟନୀତିକୁ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri