Posted inଖେଳ

ମାର୍କଣ୍ଡେଙ୍କୁ ଛାଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୩୧।୭(ପିଟି)- ସର୍ବାଧିକ ୪ ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ୍ବେଷ୍ଟଇଣ୍ଡିଆନ କ୍ରିକେଟର ଶେର୍ଫାନେ ରଦରଫୋର୍ଡଙ୍କ ଲାଗି ଲେଗ୍‌ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କୁ ଦଳରୁ ବିଦା କରିଛି। ଫଳରେ ମାର୍କଣ୍ଡେ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି। ୨୦୧୮ ସଂସ୍କରଣରେ ପଦାର୍ପଣ କରିିଥିବା ମାର୍କଣ୍ଡେ ଉକ୍ତ ସିଜନରେ ୧୫ ଉଇକେଟ ନେଇ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ୩ୟ ସ୍ଥାନରେ ରହିଥିଲେ। କିନ୍ତୁ ଚଳିତ ବର୍ଷ ମାର୍କଣ୍ଡେଙ୍କ ବଦଳରେ ରାହୁଲ ଚହରଙ୍କୁ ଦଳରେ ଖେଳାଇଥିଲା। ମୟଙ୍କଙ୍କୁ ତାଙ୍କ ଭବିଷ୍ୟତ ଲାଗି ଶୁଭକାମନା। ପ୍ରତିଭାସମ୍ପନ୍ନ ମୟଙ୍କଙ୍କୁ ଆମେ ଚିହ୍ନଟ କରି ଗଠନ କରିଥିଲୁ। ତାଙ୍କୁ ଦଳରୁ ଛାଡ଼ିବା କଷ୍ଟକର ନିଷ୍ପତ୍ତି। ଆମେ ଶେର୍ଫାନେଙ୍କୁ ଦଳକୁ ସ୍ବାଗତ କରୁଛୁ। ତାଙ୍କ ଅଲରାଉଣ୍ଡର ଦକ୍ଷତା ଆମକୁ ପ୍ରଭାବିତ କରିଛି ବୋଲି ଏମ୍‌ଆଇ ଫ୍ରାଞ୍ଚାଇଜ ମାଲିକ ଆକାଶ ଅମ୍ବାନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଲ ଅଟକାଇ ରନଆଉଟ୍‌ ହୋଇଥିଲେ ମହାନ ବ୍ୟାଟ୍ସମ୍ୟାନ

କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ରନ୍‌ଆଉଟ୍‌ କେଉଁଭଳି ହୁଏ, ତାହା କ୍ରିକେଟ ପ୍ରଶଂସକଙ୍କୁ ଭଲ ସେ ଜଣା। କିନ୍ତୁ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ...

୩୩ ବଲ୍‌ରେ ୭ ଉଇକେଟ୍‌ ନେଇ ହଇଚଇ ସୃଷ୍ଟି କରିଲେ ଏହି ବୋଲର୍‌: ଏବେ ପେନ୍‌ସନ୍‌ ବନ୍ଦ

କରାଚି,୧୧।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପୂର୍ବତନ ଫାଷ୍ଟ ବୋଲର ସରଫରାଜ ନୱାଜଙ୍କ ମାସିକ ପେନସନ୍‌ ବନ୍ଦ କରିଦେଇଛି। ‘ଖେଳାଳି କଲ୍ୟାଣ ନୀତି’ର ଉଲ୍ଲଂଘନ କରିବାରୁ...

କ୍ରିକେଟ ପରେ ଟେନିସରେ ଏମିତି ରେକର୍ଡ କଲେ ଧୋନୀ

ରାଞ୍ଚି, ୯।୧୧: ବିଶ୍ୱ କ୍ରିକେଟରେ ଅନେକ ରେକର୍ଡ ସୃଷ୍ଟି କରିଥିବା ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ପରେ ଏବେ ଟେନିସରେ ବି ଜଲଓ୍ବା ଦେଖାଇଛନ୍ତି। ଧୋନୀ...

ଇଣ୍ଡିଆନ ସୁପର୍‌ ଲିଗ୍‌: ଘରୋଇ ଗ୍ରାଉଣ୍ଡରେ ୨ୟ ବିଜୟ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୬।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ୬ଷ୍ଠ ସଂସ୍କରଣର ଏକ ମୁକାବିଲାରେ ସୋମବାର ଘରୋଇ ଓଡ଼ିଶା ଏଫ୍‌ସି ୨ଥରର ଚାମ୍ପିୟନ ଚେନ୍ନାଇନ...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଶ୍ୱ ଚାମ୍ପିୟନକୁ ହରାଇଲା ଭାରତ

ଭୁବନେଶ୍ୱର,୮।୨(କ୍ରୀଡ଼ା ପ୍ରତିନିଧି): ବର୍ଷା, ପ୍ରତିକୂଳ ପାଗ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ନମ୍ବରଓ୍ବାନ ତଥା ବିଶ୍ୱ ଚାମ୍ପିୟନ ବେଲଜିୟମ ଥିଲେ ହେଁ ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ...

ଅଟୋ ଚଳାଇ ପୁଅକୁ କ୍ରିକେଟର କରିଥିଲେ ମୋହମ୍ମଦ ଗୌସ: ଟେଷ୍ଟରେ ଡେବ୍ୟୁ ଦେଖିବା ପୂର୍ବରୁ ନିଧନ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଦ୍ରୁତ ବୋଲର ମୋହମ୍ମଦ ସିରାଜଙ୍କ ବାପା ମୋହମ୍ମଦ ଗୌସଙ୍କ ଶୁକ୍ରବାର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ

ବର୍ମିଂହାମ,୨୯ା୭: ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଆରମ୍ଭ ହୋଇଛି। ୭୨ଟି ଦେଶର ଆଥଲେଟ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଆଲେକଜାଣ୍ଡାର ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ...

ପୂର୍ବତନ ୟୁଫା ମୁଖ୍ୟଙ୍କୁ ପଚରାଉଚରା

ପ୍ୟାରିସ,୧୮।୬(ପିଟି)- ପୂର୍ବତନ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ ମୁଖ୍ୟ ମାଇକେଲ ପ୍ଲାଟିନିଙ୍କୁ ଫ୍ରାନ୍ସ ପୋଲିସ ଗିରଫ କରିବା ସହ କାତାରରେ ହେବାକୁ ଯାଉଥିବା ପରବର୍ତ୍ତୀ ଫିଫା ବିଶ୍ୱକପ୍‌...

Advertisement
Archives

Model This Week