ମାର୍କଣ୍ଡିର ଦୁଃଖ ଅସମ୍ପୂର୍ଣ୍ଣ ବ୍ରିଜ୍‌

ବ୍ରହ୍ମପୁର ଅଫିସ୍‌,୩୦ା୧୦- ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ପଞ୍ଚାୟତର ଦୁଃଖ ପାଲଟିଛି ଅସଂପୂର୍ଣ୍ଣ ବ୍ରିଜ୍‌। ଏହି ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଜନପ୍ରତିନିଧି ଠାରୁ ପ୍ରଶାସକ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଞ୍ଚଳବାସୀ ଗୁହାରି କରି ସାରିଲେଣି। ହେଲେ କୌଣସି ସୁଫଳ ମିଳିନାହିଁ। ସୋମବାର ଅଞ୍ଚଳବାସୀ ଏନେଇ ଜିଲାପାଳଙ୍କୁ ଅବଗତ କରିଛନ୍ତି। ତାମ୍ପରା ନଦୀ ଉପରେ ବହୁ ବର୍ଷ ହେଲା ଏକ ବ୍ରିଜ୍‌ ରହିଛି, କିନ୍ତୁ ଉକ୍ତ ବ୍ରିଜ୍‌ଟି ଜରାଜୀର୍ଣ୍ଣ ଅବସ୍ଥାରେ। ବିପଦପୂର୍ଣ୍ଣ ଭାବେ ବ୍ରିଜ୍‌ ରହିଛି। ବ୍ରିଜର ଉଚ୍ଚତା କମ୍‌ ଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ଉପରେ ପାଣି ଚାଲୁଛି। ଏହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଜନପ୍ରତିନିଧିଙ୍କୁ ଅବଗତ କରିଥିଲେ। ଫଳରେ ନଦୀ ଉପରେ ଆଉ ଏକ ଉଚ୍ଚ ବ୍ରିଜ୍‌ କାମ ଆରମ୍ଭ ହୋଇଥିଲା। ବ୍ରିଜ୍‌ କାମ ଆରମ୍ଭ ହୋଇଛି, କିନ୍ତୁ ଶେଷ ହେଉନି। ଜମି ବିବାଦ ଯୋଗୁ ପ୍ରାୟ ୫ ବର୍ଷ ହେଲା କାମ ବନ୍ଦ ରହିଛି। ଏପଟେ ପୂର୍ବବତ୍‌ ଅଞ୍ଚଳବାସୀ ପୁରୁଣା ବ୍ରିଜ୍‌ ଉପରେ ହିଁ ନିର୍ଭର କରୁଛନ୍ତି। ବର୍ଷର ଅନ୍ୟ ଦିନଗୁଡ଼ିକରେ ପୁରୁଣା ବ୍ରିଜ୍‌ ବିଶେଷ ସମସ୍ୟା ସୃଷ୍ଟି କରୁନି, କିନ୍ତୁ ବର୍ଷା ହେଲା ପରିସ୍ଥିତି ଜଟିଳ ହୋଇପଡ଼ୁଛି। ପୁରୁଣା ବ୍ରିଜ୍‌ ଉପରେ ବହୁ ଫୁଟ ଉଚ୍ଚରେ ପାଣି ଚାଲୁଛି। ବ୍ରିଜ୍‌ ଉପରେ ଯିବା ଅସମ୍ଭବ ହୋଇପଡ଼ୁଛି। ଗତ ମାସ ଶେଷରେ ଲଗାଣ ବର୍ଷା ଯୋଗୁ ବ୍ରିଜ୍‌ ଉପରେ ପାଣି ଚାଲିଲା। ୪ଦିନ ପର୍ଯ୍ୟନ୍ତ ମାର୍କଣ୍ଡି ପଞ୍ଚାୟତର ଅନେକ ଗ୍ରାମ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲା। ଲୋକମାନେ ଜଳବନ୍ଦୀ ହୋଇପଡ଼ିଥିଲେ। ନାଳ ପାଣି ଉପରେ ଗୌଉଞ୍ଜୁ, କମଳାପୁର, ହାତୀପାଦ ଏବଂ ଏକ୍ସିଙ୍ଗି ଗ୍ରାମବାସୀ ନିର୍ଭର କରିଥାନ୍ତି। ଏଣୁ ନିର୍ମାଣାଧୀନ ବ୍ରିଜ୍‌ କାମ ଶେଷ ହେଲେ ପଞ୍ଚାୟତବାସୀ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀଙ୍କ ତରଫରୁ ଶରତ ଚନ୍ଦ୍ର ବେହେରା, ପି.ନରସିଂହାଲୁ ରେଡ୍ଡୀ, ସରୋଜ କୁମାର ସାହୁ, ବି.ତାତେୟା, କାହ୍ନା ମହାନ୍ତି ଏବଂ ଦିବାକର ପଟ୍ଟନାୟକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୟର ଆହ୍ବାନକୁ ସାମନା କରିବୁ-ସତ୍ୟଶିବ

ଭୋଗରାଇ, ୨୭।୫(ଡି.ଏନ.ଏ.)-ନିର୍ବାଚନରେ ପରାଜୟ ବରଣ କରି କଂଗ୍ରେସ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର...

ଦଶ ଚକିଆ ଟ୍ରକ୍‌ରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

କେନ୍ଦୁଝର,୧୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦରଥାନା ଅନ୍ତର୍ଗତ ଠାକୁରଡ଼ିହି ଛକ ନିକଟରୁ ଏକ ଦଶ ଚକିଆ ଟ୍ରକରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ...

ନୋ ପାର୍କିଂକୁ ନେଇ ଅଡ଼ୁଆ

ଅନୁଗୋଳ ଅଫିସ, ୨୯ା୫ – ଅନୁଗୋଳ ପୂର୍ତ୍ତ ବିଭାଗ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗୁରୁବାର ନୋ ପାର୍କିଂ ବୋର୍ଡ ଲଗାଯାଇଛି। ଫଳରେ...

ବରବେରଣା ନୂଆସାହିରେ ଅବକାରୀ ବିଭାଗର ଚଢ଼ାଉ: ୨୧ ଗ୍ରାମ ବ୍ରାଉନ୍‌ସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୦।୧୨: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡର ୭ଜଣିଆ ଟିମ୍‌ ବେଗୁନିଆ ଥାନା ବରବେରଣା ନୂଆସାହିରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନ୍‌ସୁଗାର ଜବତ...

ରଣପୁର ବାହୁଡା ଯାତ୍ରାରେ ଅପ୍ରୀତିକର ପରିସ୍ଥିତି: ସେବାୟତ-ଦେବୋତ୍ତର ବିଭାଗ ମୁହାଁମୁହିଁ; ଠାକୁରଙ୍କୁ ରଥ ଉପରେ ଛାଡି ପଳାଇ ଆସିଲେ

ରଣପୁର,୧୪ା୭ (ସ୍ବ.ପ୍ର.): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଘୋଷ ଯାତ୍ରାର ନବଦିନାମତ୍କ ଯାତ୍ରା ଶେଷକରି ଶୁକ୍ରବାର ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହାରିଥିବା ମହାପ୍ରଭୁଙ୍କ ବାହୁଡା...

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ପିଟିଲା ଟ୍ରାକ୍ଟର

ଭୁବନେଶ୍ୱର,୯।୫(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀଙ୍କ ଗାଡ଼ି ରବିବାର ଦୁର୍ଘଟଣା ହୋଇଛି। ଏଥିରେ ସେ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ କାରକୁ ଏକ...

ବିପଦସଙ୍କେତ ତଳେ ବୈତରଣୀ

ଭଦ୍ରକ ଅଫିସ, ୨୯ା୮ -ବୈତରଣୀରେ ବନ୍ୟା ଜଳ କମିବାରେ ଲାଗିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮.୧୩ ମିଟର,...

ବୁଧବାରଠାରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଆରମ୍ଭ, ଜାଣନ୍ତୁ ସମସ୍ତ ସୂଚନା…

ଭୁବନେଶ୍ୱର,୧୪।୨(ବ୍ୟୁରୋ): ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ...

Advertisement
Archives

Model This Week