ମାମଲା ନ କରିବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ରାମଗିରି ଫରେଷ୍ଟର

ବ୍ରହ୍ମପୁର ଅଫିସ/ରାମଗିରି,୧୫ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ବନଖଣ୍ଡ ଫରେଷ୍ଟର ଦିବାକର ଲେଙ୍କା ମଙ୍ଗଳବାର ଜଣେ କରତକଳ ମାଲିକଙ୍କ ନଁାରେ ମାମଲା ରୁଜୁ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ୱାରା ଧରାପଡି ଗିରଫ ହୋଇଛନ୍ତି। ଦିବାକରଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ମାମଲା ନମ୍ବର ୨/୨୦ରେ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ବୁଧବାର ଅଭିଯୁକ୍ତ ଫରେଷ୍ଟର ଦିବାକରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି। ଏହା ସହିତ ଫରେଷ୍ଟରଙ୍କ ପୈତୃକ ବାସଭବନ ଗଜପତି ଜିଲା କାଶୀନଗର, ପାରଳାଖେମୁଣ୍ଡିରେ ଥିବା ଭଡାଘର, ରାମଗିରି କାର୍ଯ୍ୟାଳୟରେ ଭିଜିଲାନ୍ସ କର୍ମଚାରୀମାନେ ଏବେ ଚଢାଉ ଜାରି ରଖିଛନ୍ତି ବୋଲି ଏସ୍‌ପି ସ୍ବାଇଁ କହିଛନ୍ତି।
ଘଟଣାରୁ ପ୍ରକାଶ, ରାମଗିରି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର କୃଷ୍ଣ ଚନ୍ଦ୍ର କାର୍ଜୀ ତାଙ୍କ ଜମିରେ ତିତ୍‌ଲି ସମୟରୁ ଭାଙ୍ଗି ପଡିଥିବା ଗଛଗୁଡିକୁ ଏକ କରତ ସାହାଯ୍ୟରେ କାଟୁଥିଲେ। ଏହି ଖବର ପାଇ ଫରେଷ୍ଟର ଦିବାକର ଘଟଣା ସ୍ଥଳରେ ପହଞ୍ଚି କରତ ଜବତ କରିଥିଲେ। ପରେ କୃଷ୍ଣଚନ୍ଦ୍ରଙ୍କୁ ଅଫିସକୁ ଆସିଦେଖା କରିବା ପାଇଁ କହିଥିଲେ। ପରେ କୃଷ୍ଣଚନ୍ଦ୍ର ରାମଗିରି ଫରେଷ୍ଟ ଅଫିସ ଯାଇ ଦିବାକରଙ୍କୁ କରତ ଫେରାଇ ଦେବାକୁ କହିଥିଲେ। ତେବେ ଫରେଷ୍ଟର ଏନେଇ ମାମଲା ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ କୃଷ୍ଣଚନ୍ଦ୍ର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ମଙ୍ଗଳବାର କୃଷ୍ଣଚନ୍ଦ୍ର ରାମଗିରି ଫରେଷ୍ଟ ଅଫିସ ଯାଇ ଦିବାକରଙ୍କୁ ତାଙ୍କ କାର୍ଯ୍ୟାଳୟରେ ୫ ହଜାର ଟଙ୍କା ଦେଇଥିଲେ। ସେ ଉକ୍ତ ଟଙ୍କା ପକେଟରେ ରଖିଥିଲେ। ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢାଉ କରି ଲାଞ୍ଚ ଟଙ୍କା ସହ ଫରେଷ୍ଟର ଦିବାକରଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଷାଢ଼ରେ ବୈଶାଖୀ ଖରା, ଗଜା ମରୁଡ଼ି ଆଶଙ୍କାରେ ଚାଷୀ

ଭବାନୀପାଟଣା, ୩୦ା୬(ଡି.ଏନ୍‌.ଏ.) : ଚଳିତବର୍ଷ ଜୁନ୍‌ ତୃତୀୟ ସପ୍ତାହ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଭବାନୀପାଟଣାରେ ବର୍ଷା ହୋଇନାହିଁ। ପୂର୍ବରୁ କାଳବୈଶାଖୀ ତଥା...

୨୫ ଫୁଟ ଚେକ୍‌ଡ୍ୟାମ୍‌ ତଳକୁ ଖସିଲା କମାଣ୍ଡର

ଟିଟିଲାଗଡ଼,୫।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ନିକଟସ୍ଥ ୨୫ ଫୁଟର ଚେକ୍‌ଡ୍ୟାମ୍‌ ତଳକୁ ଏକ କମାଣ୍ଡର ଗାଡ଼ି ରବିବାର ଖସି ଯାଇଛି। ତେବେ ଏହି ଦୁର୍ଘଟଣାରେ କେହି...

ସେନାରେ ଭର୍ତ୍ତି କରିବାକୁ ତାଲିମ ପ୍ରଦାନ : ୨୧୬ ବାଟାଲିୟନର ଅଭିନବ ପ୍ରୟାସ

ନୂଆପଡା ଅଫିସ,୧୧ା୮ ନୂଆପଡା ଭଳି ଉପାନ୍ତ ଜିଲାରେ ମାଓବାଦୀମାନେ ବିଭିନ୍ନ ସମୟରେ ଉପଦ୍ରବ ଚଳାଇଥିବାବେଳେ ଯୁବ ଗୋଷ୍ଠୀଙ୍କୁ ମୁଖ୍ୟ ସୋ୍ରତରେ ସାମିଲ କରିବାକୁ ଏଠାରେ ଅବସ୍ଥାପିତ...

ଶାସନ ଶ୍ରୀରାମଚନ୍ଦ୍ରପୁରକୁ ଐତିହ୍ୟ ଗ୍ରାମ ମାନ୍ୟତା ଦିଆଯାଉ

ସାକ୍ଷୀଗୋପାଳ,୧୩।୨(ସ୍ବ.ପ୍ର./ଡି.ଏନ୍‌.ଏ.):ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦଙ୍କ ମିଳିତ ସହଯୋଗରେ ଆଚାର୍ଯ୍ୟ ହରିହର ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ରବିବାର ସାରେ ସାକ୍ଷୀଗୋପାଳ ନିକଟସ୍ଥ...

ପ୍ରଦୂଷଣ ବଢାଉଛି ବିରାଜ ଷ୍ଟିଲ୍‌

ସମ୍ବଲପୁର,୩୦ା୬(ଶୁଭାଶିଷ ପାଢ଼ୀ): ଚିମିନିରୁ ଅନବରତ ନିଷ୍କାସିତ ହେଉଛି କଳା ଧୂଆଁ। ବାୟୁମଣ୍ଡଳରେ ଉଡୁଛି ଧୁଳିଗୁଣ୍ଡ। ପୂର୍ବପରି ଆଉ ଚାଷ ବି ହେଉନି। ମଣିଷ, ଜୀବଜନ୍ତୁଙ୍କ ଉପରେ...

ସର୍ବଭାରତୀୟ ପୋଲିସ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡ଼ିଶା ୩ୟ :ସଫଳତା ପରେ ଡିଜିପିଙ୍କୁ ଭେଟିଲା ପୋଲିସ ବ୍ୟାଣ୍ଡ୍‌ ଦଳ

କଟକ ଅଫିସ,୧।୩: ରେଳ ସୁରକ୍ଷା ବଳ ଆନୁକୂଲ୍ୟରେ ତେଲେଙ୍ଗାନାର ସିକନ୍ଦରାବାଦ୍‌ସ୍ଥିତ ରେଳ ସୁରକ୍ଷା ବଳ ସ୍ପୋର୍ଟସ କମ୍ପ୍ଳେକ୍ସଠାରେ ଗତ ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ୨୦ତମ ସର୍ବଭାରତୀୟ...

ରଥଯାତ୍ରା: ୯୬ ଅଚେତ, ନଡ଼ିଆ ମାଡ଼ରେ ମହିଳା ପୋଲିସ ରକ୍ତାକ୍ତ

ପୁରୀ ଅଫିସ,୧।୭: ପୁରୀ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି। ସଭିଙ୍କ ମନରେ ୩ ଠକୁରଙ୍କୁ ଟିକିଏ ଦେଖିବାକୁ ଓ ରଥ ଦଉଡ଼ି ଭିଡିବାକୁ ଶ୍ରଦ୍ଧାଳୁଙ୍କ ଭିତରେ ଠେଲାପେଲା।...

କାର୍ଯ୍ୟକାରୀ ହେଉନି ମାପଚୁପ ରିପୋର୍ଟ

ଯାଜପୁର ଅଫିସ,୨୮ା୧: ଗତ ପ୍ରାୟ ୩ ଦଶନ୍ଧି ହେବ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍‌ ହୋଇ ଆସିଛି। ଏଥିପାଇଁ...

Advertisement
Archives

Model This Week