ମାନ୍ଦାବସ୍ଥାର ମହୌଷଧି

ବିଚିତ୍ର ବିଶ୍ୱାଳ
ଚାଷୀର ଫସଲ ଅମଳ ସମୟରେ ତଥା ବଜାରରେ ଚାହିଦା ନ ଥିବା ବେଳେ ଚାଷୀ ଯେମିତି ତା’ ତିରିଶ ଟଙ୍କା କିଲୋ ପିଆଜକୁ ମାତ୍ର ପାଞ୍ଚ ଟଙ୍କାରେ ବିକିବାକୁ ବାଧ୍ୟ ହୋଇଥାଏ, ସେମିତି ବଜାରରେ ମାନ୍ଦାବସ୍ଥା ବେଳେ ଅଟୋମୋବାଇଲ୍‌ କମ୍ପାନୀମାନେ ତାଙ୍କ ପନ୍ଦର ଲକ୍ଷ ଟଙ୍କା ଗାଡ଼ିକୁ ଦୁଇ ତିନି ଲକ୍ଷ ଟଙ୍କାରେ ବିକ୍ରି କରିବେ କି! ଗତ କିଛି ଦିନ ତଳର ଏହିଭଳି ଏକ ଫେସ୍‌ବୁକ୍‌ ପୋଷ୍ଟକୁ ବହୁତ ଲୋକ ପସନ୍ଦ କରୁଥିବାର ଦେଖାଯାଉଛି। ଯଦିଓ ଏହି କଥାଟି ମଜାଳିଆ ଢଙ୍ଗରେ କୁହାଯାଇଛି, କିନ୍ତୁ ଏହାର ଗମ୍ଭୀରତାକୁ ବି ଏଡ଼ାଇ ଦେଇହେବ ନାହଁି। ଏହା ସତ୍ୟ ଯେ, ଚାଷୀମାନେ ଚାଷରେ ବର୍ଷ ବର୍ଷ ଧରି ମାନ୍ଦାବସ୍ଥାର ଶିକାର ହୋଇ ଆସୁଛନ୍ତି। ପ୍ରତିବର୍ଷ ଆମ ଦେଶର ଚାଷୀମାନେ ତାଙ୍କ ଉପତ୍ାଦିତ ଦ୍ରବ୍ୟର ନ୍ୟାୟପୂର୍ଣ୍ଣ ମୂଲ୍ୟ ପାଉନାହାନ୍ତି। ଚାଷରେ ଯେତିକି ସେମାନେ ଖର୍ଚ୍ଚ କରୁଛନ୍ତି, ଉପତ୍ାଦିତ ଦ୍ରବ୍ୟକୁ ବିକିଲେ ସେମାନଙ୍କ ଖର୍ଚ୍ଚ ବି ଉଠୁନାହଁି। ସରକାର ଘୋଷଣା କରୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ ବି ଚାଷୀମାନଙ୍କ ପ୍ରତି ଉପହାସ ଭଳି। ଅନେକ କ୍ଷେତ୍ରରେ ଚାଷୀମାନେ ତାଙ୍କ ଉପତ୍ାଦନକୁ ଅମଳ କରି ବଜାରକୁ ଆଣିବା ଅପେକ୍ଷା ଜମିରେ ଗୋରୁ ଛାଡ଼ିଦେବାକୁ ପସନ୍ଦ କରୁଛନ୍ତି। ଏହା କହିବା ବାହୁଲ୍ୟ ଯେ, କ୍ରମାଗତ ଭାବେ ଚାଷୀମାନେ କ୍ଷତି ସହି ସହି ତାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି।
ଅଟୋମୋବାଇଲ୍‌ ଶିଳ୍ପ, କପଡ଼ା ଶିଳ୍ପ, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ର ପରି ଚାଷ ମଧ୍ୟ ଆମ ଦେଶ ଅର୍ଥନୀତିର ଏକ ଅଂଶ। ଚାଷରେ ମାନ୍ଦାବସ୍ଥା ଆସିଲେ ଅର୍ଥନୀତି ଉପରେ ମଧ୍ୟ ମାନ୍ଦାବସ୍ଥା ଆସିବ। କାରଣ ଆମ ଦେଶର ପ୍ରାୟ ପଚାଶ ପ୍ରତିଶତରୁ ଅଧିକ ଲୋକ ଚାଷକରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। କାର୍‌ ବିକ୍ରି କମିଯିବା ଯୋଗୁ ହେଉ ବା ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ଧିମାପଣ ଆସିଥିବା ଯୋଗୁ ଯେମିତି ଅର୍ଥନୈତିକ ପରିସ୍ଥିତିରେ ମାନ୍ଦାବସ୍ଥା ଉପୁଜୁଛି, ସେମିତି ଆମ ଦେଶର ଚାଷୀମାନେ ଯେତେବେଳେ ତାଙ୍କ ଉପତ୍ାଦିତ ଦ୍ରବ୍ୟକୁ ଅତ୍ୟନ୍ତ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଓ ପ୍ରଚୁର ପରିମାଣରେ କ୍ଷତି ସହୁଛନ୍ତି, ସେତେବେଳେ ଏହାର ନକାରାତ୍ମକ ପ୍ରଭାବ କ’ଣ ଅର୍ଥନୀତି ଉପରେ ପଡୁନାହଁି? ଚାଷୀମାନେ ଉପତ୍ାଦନର ଉପଯୁକ୍ତ ମୂଲ୍ୟ ପାଉ ନ ଥିବାରୁ ସେମାନଙ୍କ କ୍ରୟଶକ୍ତି ହ୍ରାସ ପାଉଛି। ଅନେକ ପ୍ରକାର ଖାଉଟି ସାମଗ୍ରୀ କିଣିବାକୁ ସେମାନଙ୍କର ଶକ୍ତି ପାଉନି। ଦେଶର ଗୋଟେ ବଡ଼ ଭାଗ ଜନସଂଖ୍ୟାର କ୍ରୟଶକ୍ତି ହ୍ରାସ ପାଇଲେ ଏହାର ପ୍ରଭାବ ଅର୍ଥନୀତି ଉପରେ ନିଶ୍ଚୟ ପଡ଼ିବ ଓ ପଡୁଛି ମଧ୍ୟ। କିନ୍ତୁ ସେତେବେଳେ ସରକାର ଚାଷୀମାନଙ୍କ ପାଇଁ ଅଧିକ କିଛି କରୁଥିବାର କୌଣସି ବି ନଜିର ନାହଁି। ଦେବାଳିଆ ହୋଇଗଲେ, ଅଧିକ ଋଣଭାରରେ ବୁଡ଼ିଗଲେ ବା ବିକ୍ରିବଟାରେ ମାନ୍ଦାବସ୍ଥା ଆସିଲେ, ସରକାର ଯେମିତି ବ୍ୟାଙ୍କ ଓ ବଡ଼ ବଡ଼ କମ୍ପାନୀଙ୍କୁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଦେଉଛନ୍ତି, ଚାଷୀମାନଙ୍କ କ୍ଷେତ୍ରରେ ସେମିତି କିଛି କରିବାର ସରକାରଙ୍କ ତରଫରୁ ଦେଖାଯାଇ ନାହଁି। ଏଥିରୁ ସରକାରଙ୍କର ଚାଷୀମାନଙ୍କ ପ୍ରତି ଥିବା ଗରମ ମନୋଭାବ ଓ କମ୍ପାନୀଗୁଡ଼ିକ ପ୍ରତି ଥିବା ନରମ ମନୋଭାବର ସ୍ପଷ୍ଟ ପରିଚୟ ମିଳୁଛି।
ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ ଗତ କିଛି ଦିନ ହେବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ସବୁଠାରୁ ଅଧିକ ସମାଲୋଚନା କରାଯାଉଥିଲା। କିନ୍ତୁ ଗତ ଚାରି ପାଞ୍ଚ ଦିନ ହେବ ହଠାତ୍‌ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ସବୁଠାରୁ ଅଧିକ ସାହସୀ ଓ ଆଇରନ୍‌ ଲେଡି ଭାବେ ଉପସ୍ଥାପନ କରାଯାଉଛି। ଏଇ ଚାରି ପାଞ୍ଚ ଦିନ ଭିତରେ କ’ଣ ଏମିତି ହଠାତ୍‌ ବଦଳିଗଲା ଯେ, ସବୁଠାରୁ ଦୁର୍ବଳ ଭାବେ ଗଣନା କରାଯାଉଥିବା ବ୍ୟକ୍ତିଙ୍କୁ ସବୁଠାରୁ ସାହସୀ ବ୍ୟକ୍ତି ଭାବେ ପ୍ରଚାର କରାଯାଉଛି! କାରଣ ଗତ ସେପ୍ଟେମ୍ବର ୨୦ ତାରିଖରେ ଅର୍ଥମନ୍ତ୍ରୀ ମାନ୍ଦାବସ୍ଥା ପରିସ୍ଥିତିରୁ ଦେଶକୁ ଉଦ୍ଧାର କରିବା ପାଇଁ କମ୍ପାନୀଗୁଡ଼ିକ ଉପରେ ବସୁଥିବା କର୍ପୋରେଟ୍‌ ଟିକସକୁ ୩୦%ରୁ କମ୍‌ କରି ୨୨% କରିଦେଇଛନ୍ତି ଓ ନୂଆ ଉପତ୍ାଦନଭିତ୍ତିକ କମ୍ପାନୀଗୁଡ଼ିକ ପାଇଁ ଟିକସକୁ ୨୫%ରୁ କମ୍‌ କରି ୧୫% କରିଛନ୍ତି। ସିଧା କଥାରେ କହିଲେ ଅର୍ଥମନ୍ତ୍ରୀ କମ୍ପାନୀଗୁଡ଼ିକ ପାଇଁ ପ୍ରାୟ ୮ରୁ ୧୦% ଟିକସ ରିହାତି ଘୋଷଣା କରିଛନ୍ତି। ସୀତାରାମନ୍‌ଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି। କର୍ପୋରେଟ୍‌ କଥାରେ ନାଚୁଥିବା ମିଡ଼ିଆହାଉସ୍‌ ଓ ଅର୍ଥନୀତି ବିଶାରଦମାନେ ନିର୍ମଳା ସୀତାରାମନ୍‌ଙ୍କ ପ୍ରଶଂସାରୁ ବିରତ ହେଉନାହାନ୍ତି ଓ ଏହାଦ୍ୱାରା ଆମ ଅର୍ଥନୀତିରେ ତୀବ୍ରତା ଆସିବ ବୋଲି କୁହାଯାଉଛି। କିନ୍ତୁ ଗୋଟିଏ କଥା ବୁଝିହେଉ ନାହଁି ଯେ, ଯେତେବେଳେ କୁହାଯାଉଛି, ଘରୋଇ ଚାହିଦା କମ୍‌ ହେଉଥିବାରୁ ଅର୍ଥାତ୍‌ ଲୋକଙ୍କର କ୍ରୟଶକ୍ତି ହ୍ରାସ ପାଇଥିବାରୁ ଅର୍ଥନୀତିରେ ମାନ୍ଦାବସ୍ଥା ଆସିଛି, ସେତେବେଳେ କର୍ପୋରେଟ୍‌ ଟିକସ କମ୍‌ କରିଦେଲେ ଘରୋଇ ଚାହିଦା କିପରି ବଢ଼ିବ ଓ ଏହା କିପରି ଭାବେ ଅର୍ଥନୀତିରେ ଉନ୍ନତି ଆଣିବ! ଅବଶ୍ୟ ବଡ଼ ଲୋକଙ୍କୁ ଉତ୍ତର ଦେବ କିଏ! ଆମ ଦେଶର ନୀତି ଓ ଆଇନକାନୁନ୍‌ ମୁଖ୍ୟତଃ କର୍ପୋରେଟ୍‌ଙ୍କ ସ୍ବାର୍ଥରେ ହଁି ପରିଚାଳିତ ହେଉଛି ବୋଲି ଆଉ ବୁଝିବାରେ ବାକି ନାହଁି। ତେଣୁ ସୀତାରାମନ୍‌ଙ୍କ ଏହି ପଦକ୍ଷେପରେ ବେଶି କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ତଥ୍ୟ ଅନୁସାରେ ଚାଷୀମାନଙ୍କୁ ସେମାନଙ୍କ ଉପତ୍ାଦନର ଉଚିତ ମୂଲ୍ୟ ମିଳୁ ନ ଥିବା ଯୋଗୁ ୨୦୦୭ରୁ ୨୦୧୭ ମଧ୍ୟରେ ଆମ ଦେଶର ଚାଷୀମାନେ ପ୍ରାୟ ୪୫ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ଠିକ୍‌ ଏହି ସମୟରେ କର୍ପୋରେଟ୍‌ମାନଙ୍କୁ ବିଭିନ୍ନ ପ୍ରକାର ଟିକସ ରିହାତି ମାଧ୍ୟମରେ ବର୍ଷକୁ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କା ରିହାତି ପ୍ରଦାନ କରାଯାଉଛି। ଏବେ ପୁଣି କର୍ପୋରେଟ୍‌ ଟିକସକୁ କମ୍‌ କରାଯାଇଛି। ଏହାଦ୍ୱାରା କର୍ପୋରେଟ୍‌ମାନଙ୍କର ପୁଞ୍ଜି ସିନା ବଢ଼ିବ କିନ୍ତୁ ଆମ ଦେଶର ଅର୍ଥନୀତି ତା’ର ଈପ୍‌ସିତ ଲକ୍ଷ୍ୟ ହାସଲ କରିପାରିବ ନାହଁି।
ସମ୍ପ୍ରତି ଆମ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥାରେ ଉନ୍ନତି ଆଣିବାକୁ ହେଲେ ଘରୋଇ ଚାହିଦା ବଢ଼ାଇବାକୁ ହେବ, ଅର୍ଥାତ୍‌ ଲୋକଙ୍କ କ୍ରୟଶକ୍ତି ବଢ଼ାଇବାକୁ ହେବ। ଫଳସ୍ବରୂପ ସେମାନେ ଜଣେ ଜଣେ ଦକ୍ଷ ଖାଉଟି ହୋଇପାରିବେ ଓ ପ୍ରକାରାନ୍ତରେ ତାହା ହଁି ଅର୍ଥନୈତିକ ମାନ୍ଦାବସ୍ଥାରେ ସୁଧାର ଆଣିବ। ଘରୋଇ ଚାହିଦା ବଢ଼ାଇବା ପାଇଁ ସବୁଠାରୁ ବଡ଼ କାମ ହେବ ଆମ ଦେଶର ପଚାଶ ପ୍ରତିଶତ ଚାଷୀଙ୍କ ଅବସ୍ଥାରେ ଉନ୍ନତି ଆଣି ତାଙ୍କ କ୍ରୟଶକ୍ତି ବଢ଼ାଇବା। ନଚେତ୍‌ କର୍ପୋରେଟ୍‌ ଟିକସ କମ୍‌ କଲେ ଏହା କିଛି ଦିନ ପାଇଁ ବଜାରରେ ହଲ୍‌ଚଲ୍‌ ତିଆରି କରିବ। କିନ୍ତୁ ଦୀର୍ଘକାଳୀନ ଭିତ୍ତିରେ ସମାଧାନ ଆସିବ ନାହଁି। ଅସଲରେ ଚାଷୀଙ୍କ ଉନ୍ନତି ହଁି ଅର୍ଥନୈତିକ ମାନ୍ଦାବସ୍ଥାର ସବୁଠାରୁ ଅମୂଲ୍ୟ ମହୌଷଧି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri