ମାନ୍ଦାବସ୍ଥାକୁ ନେଇ ଟ୍ରମ୍ପ ଭୟଭୀତ;ଟିକସ ହ୍ରାସ, ଟାରିଫ ପ୍ରତ୍ୟାହାର ବିଚାର

ନୂଆଦିଲ୍ଲୀ,୨୧-୮: ଚାଇନା ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ ଯୋଗୁ ଆସନ୍ତା ୨ ବର୍ଷ ଭିତରେ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ଗ୍ରାସ କରିବ ବୋଲି ବିଶ୍ୱର ଅର୍ଥନୀତିଜ୍ଞମାନେ ଚେତାବନି ଦେଇଛନ୍ତି। ଏହା ଜାଣିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭୟଭୀତ ହୋଇଛନ୍ତି। ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥାରୁ ଦୂରେଇ ରଖିବା ଲାଗି ଟ୍ରମ୍ପ ପ୍ରଶାସନ ଟିକସ ହ୍ରାସ କରିବା ସହ ଟାରିଫ୍‌ ପ୍ରତ୍ୟାହାର ପାଇଁ ସୁପାରିସ କରିପାରନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସ୍ଥାନୀୟ ଖବର କାଗଜ ‘ ଦ ଓ୍ବାଶିଂଟନ ପୋଷ୍ଟ’ ଏ ସମ୍ପର୍କରେ ସୂଚନା ଦେଇଛି। କର୍ମଚାରୀଙ୍କ ଆୟକର ଅସ୍ଥାୟୀ ଭାବେ ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ବକ୍ତବ୍ୟରେ କୁହାଯାଇଛି। ଏହାଦ୍ୱାରା ଲୋକଙ୍କ ହାତରେ ଅଧିକ ଅର୍ଥ ଆସିବ ବୋଲି ବିଚାର କରାଯାଉଛି। ‘ ଦ ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ଲାଗୁ କରିଥିବା ଶୁଳ୍କ(ଟାରିଫ୍‌)କୁ ପ୍ରତ୍ୟାହାର କରିବା ଲାଗି ବିଚାର କରୁଛନ୍ତି। ଏବେ ଆଲୋଚନା ପ୍ରାରମ୍ଭିକ ସ୍ତରରେ ରହିଛି ଏବଂ ଅଧିକାରୀମାନେ ଏ ସମ୍ପର୍କରେ ଟ୍ରମ୍ପଙ୍କୁ କୌଣସି ପ୍ରସ୍ତାବ ଦେଇନାହାନ୍ତି। ତେବେ ହ୍ବାଇଟ ହାଉସ ଏଭଳି ଖବରକୁ ବିବାଦୀୟ ବୋଲି ଦର୍ଶାଇଛି। ଆୟକର ହ୍ରାସ ନେଇ ବର୍ତ୍ତମାନ କିଛି ବିଚାର କରାଯାଉ ନାହିଁ ବୋଲି ଏହା ସ୍ପଷ୍ଟ କରିଛି। ସୂଚନାଥାଉ କି, ରାଷ୍ଟ୍ରପତି ଟ୍ରମ୍ପ ରବିବାର କହିଥିଲେ ଯେ, ସେ ସବୁ କିଛି ପାଇଁ ପ୍ରସ୍ତୁତ ଅଛନ୍ତି। ତେବେ ଆମେରିକାରେ ମାନ୍ଦାବସ୍ଥା ଆସିବ ନାହିଁ ବୋଲି ସେ ମନେ କରୁଛନ୍ତି। ସୋମବାର ଅଧିକାଂଶ ଅର୍ଥନୀତିଜ୍ଞ ଏକ ବିବୃତି ଜାରି କରି ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ମାଡି ଆସୁଛି ଏବଂ ଏହା ଆସନ୍ତା ୧ରୁ ୨ ବର୍ଷ ଭିତରେ ଜଣାପଡିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣାଣି ଶେଷ ଯାଏ ଏନ୍‌ପିଏ ହେବନି ଆକାଉଣ୍ଟ

ନୂଆଦିଲ୍ଲୀ,୪।୯: ମୋରାଟୋରିୟମ ସମୟ ଅବଧିରେ ସୁଧ ଉପରେ ସୁଧ ଲାଗୁ ପ୍ରସଙ୍ଗ ଉପରେ ଗୁରୁବାର ମଧ୍ୟ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ...

ଅଭିବୃଦ୍ଧିକୁ ଝଟକା ଦେବ କରୋନା

ନୂଆଦିଲ୍ଲୀ,୨୦-୩: କରୋନା ମହାମାରୀର ପ୍ରଭାବ ଦେଶର ଅଭିବୃଦ୍ଧିକୁ ଝଟକା ଦେବ। ବ୍ୟବସାୟ, ହୋଟେଲ ଶିଳ୍ପ, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ର ଏହି ମହାମାରି ଦ୍ୱାରା ଗଭୀର...

ବ୍ରଡ୍‌ବ୍ୟାଣ୍ଡ ସହ ଯୋଡି ହେବ ସବୁ ପଞ୍ଚାୟତ

ନୂଆଦିଲ୍ଲୀ,୨୮-୬: କେନ୍ଦ୍ର ସରକାରଙ୍କ ଭାରତ ନେଟ୍‌ କାର୍ଯ୍ୟକ୍ରମ ଦ୍ୱାରା ଦେଶର ସବୁ ପଞ୍ଚାୟତକୁ ବ୍ରଡ୍‌ବ୍ୟାଣ୍ଡ ନେଟ୍‌ଓ୍ବର୍କ ସହ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ବର୍ଷ ମାର୍ଚ୍ଚ...

ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ୬ ମାସ ସମୟ

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀଙ୍କ ଘୋଷଣାରୁ ରିୟଲ ଇଷ୍ଟେଟ କ୍ଷେତ୍ରକୁ ଆଶ୍ୱସ୍ତି ମିଳିଛି। ଏହି କ୍ଷେତ୍ରର ବିଭିନ୍ନ ପରିଯୋଜାନକୁ ସମ୍ପୂର୍ଣ୍ଣ କରିବା ଲାଗି ସରକାର ଅତିରିକ୍ତ ୬ ମାସ...

ଆମେରିକା, ଲଣ୍ଡନ, ଦୋହାକୁ ଉଡ଼ିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୨।୧୦: ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌ ଅଧିଗ୍ରହଣ କରିବା ପରେ ଅନେକ ବଡ଼ ପରିବର୍ତ୍ତନ କରାଯାଉଛି। ଏପରିକି ଚଳିତ ବର୍ଷ ଅକ୍ଟୋବର ୩୦ରୁ ଦେଶର ପ୍ରମୁଖ...

ଭୁବନେଶ୍ୱରରେ ପହଞ୍ଚିଲେ ୬୧୮ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୩ା୬ (ବ୍ୟୁରୋ)- ବୁଧବାର ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଏୟାର ଏସିଆର ୩ଟି ବିମାନ ଅବତରଣ କରିଛି। ଏଥିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ...

ପହିଲାରୁ ମୂଲ୍ୟ ବଢ଼ାଇବ ହିରୋ

ନୂଆଦିଲ୍ଲୀ,୨୩।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘ହିରୋ ମୋଟୋକର୍ପ’ ଚଳିତ ବର୍ଷ ଏପ୍ରିଲ ୧ରୁ ବାଇକ୍‌ ମୂଲ୍ୟ ବଢ଼ାଇବାକୁ ଯାଉଛି। ଏହି ବର୍ଦ୍ଧିତ ମୂଲ୍ୟ...

ହୋଣ୍ଡା କାର୍‌ ଦର ବଢ଼ିବ

ନୂଆଦିଲ୍ଲୀ, ୫।୭:: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ ଭାରତରେ ଏହାର ବିଭିନ୍ନ ମଡେଲ କାର ଦର ବଢାଇବାକୁ ଯାଉଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏ...

Advertisement
Archives

Model This Week