Posted inଫୁରସତ

ମାତ୍ର ପାଞ୍ଚ ମିନିଟରେ ମସ୍ତିଷ୍କରୁ ଉଭାନ ହୋଇଯାଏ ୯୫ପ୍ରତିଶତରୁ ଅଧିକ ସ୍ବପ୍ନ

ଏମିତି କେହି ନାହିଁ ଯିଏ ସ୍ବପ୍ନ ଦେଖେନାହିଁ। ମଣିଷ ତ ଶୋଇବା ମାତ୍ରେ ସ୍ବପ୍ନ ଦେଖେ। ତେବେ ପଶୁପକ୍ଷୀଙ୍କ ମସ୍ତିଷ୍କରେ ମଧ୍ୟ ସ୍ବପ୍ନର ଆଭାସ ଦେଖା ଦେଇଥାଏ। ସେମାନେ ମନେରଖିପାରନ୍ତି ନାହିଁ କିମ୍ବା ପ୍ରକାଶ କରିପାରନ୍ତି ନାହିଁ। ମାତ୍ର ମଣିଷ ତାହାକୁ ମନେ ରଖିପାରେ। ପ୍ରକାଶ କରିପାରେ। ପୁଣି ସ୍ଥଳ ବିଶେଷରେ ସ୍ବପ୍ନର ବିଶ୍ଳେଷଣ କରି ସେଥିରୁ ଭଲମନ୍ଦ ନିରୂପଣ କରିପାରେ। ଏବେ ନିକଟରେ ସ୍ବପ୍ନକୁ ନେଇ ଏକ କୌତୂହଳପ୍ରଦ ତଥ୍ୟ ପଦାକୁ ଆସିଛି। ଅନେକେ ଅଛନ୍ତି କହନ୍ତି ଯେ, ଆମେ କିଛି ସ୍ବପ୍ନ ଦେଖୁନାହୁଁ। ଆମକୁ ଭଲ ନିଦ ହୋଇଯାଉଛି। ତେଣୁ ଆମ ପାଖକୁ ସ୍ବପ୍ନ ଆସୁନାହିଁ। ସ୍ବପ୍ନ ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭୁଲ। ସ୍ବପ୍ନ ସମସ୍ତେ ଦେଖନ୍ତି। ଆଉ ଦେଖିବାକୁ ବି ବାଧ୍ୟ। କାରଣ ଆମର ମସ୍ତିଷ୍କ ସବୁ ବେଳେ କ୍ରିୟାଶୀଳ। ଆମେ ଶୋଇଥିବା ବେଳେ ବି ମସ୍ତିଷ୍କ ତା’ର କାର୍ଯ୍ୟ କରୁଥାଏ। ପୁଣି ମସ୍ତିଷ୍କରେ ଭିନ୍ନଭିନ୍ନ ପର୍ଯ୍ୟାୟ ରହିଛି; ଯେଉଁଠାରେ ମସ୍ତିଷ୍କ ସବୁବେଳେ କିଛି ନା କିଛି ଫାଣ୍ଟାସୀ ବା କାଳ୍ପନିକ ଚିତ୍ର ପ୍ରସ୍ତୁତ କରୁଥାଏ। ତେଣୁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ତେବେ ମଜାର କଥା ହେଉଛି ଏଇଆ ଯେ, ୯୫ପ୍ରତିଶତରୁ ଅଧିକ ସ୍ବପ୍ନ ମାତ୍ର ପାଞ୍ଚମିନିଟ୍‌ ଭିତରେ ମସ୍ତିଷ୍କରୁ ଉଭାନ ହୋଇ ଯାଇଥାନ୍ତି। ସେସବୁକୁ ସ୍ବପ୍ନ ଦେଖୁଥିବା ଲୋକଟି ମନେ ରଖିପାରି ନ ଥାଏ। ସେଥିଲାଗି ଆମେ ବେଳେ ବେଳେ କହୁ ଯେ, ଆମେ କାଲିରାତିରେ ସ୍ବପ୍ନ ଦେଖିନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?