ମାଡ଼ ଭୟରେ ସ୍କୁଲ ଛାଡ଼ି ଦେଇଥିଲେ

(ଉପେନ୍ଦ୍ର ରାଉତ) ବଅଁରପାଳ,୨୭ା୫: ଜନ୍ମରୁ ଭିନ୍ନକ୍ଷମ। ମାଡ଼ ଭୟରେ ସ୍କୁଲ ଛାଡ଼ିଥିବାରୁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶୀ ନାହିଁ। ହେଲେ ଜୀବନ ସଂଗ୍ରାମରେ ସେ ହାରି ଯାଇନାହାନ୍ତି। ନିଷ୍ଠା, କଠୋର ପରିଶ୍ରମ ବଳରେ ଜଣେ ସଫଳ ବାଇକ୍‌ ମିସ୍ତ୍ରି ହୋଇପାରିଛନ୍ତି। ଅନୁଗୋଳ କାଞ୍ଚନ ଟକିଜ୍‌ ନିକଟରେ ଗ୍ୟାରେଜ୍‌ କରି ନିଜ ପରିବାର ଚଳାଇବା ସହ ଅନ୍ୟ ୪/୫ଜଣଙ୍କୁ ବି କର୍ମନିଯୁକ୍ତି ଦେଇଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ଉଦାହରଣ।
ଏହି ସଫଳ ବାଇକ୍‌ ମିସ୍ତ୍ରି ହେଲେ ଅନୁଗୋଳ ବ୍ଲକ କାଙ୍ଗୁଲା ଗ୍ରାମର ପ୍ରକାଶ ସେଠ (୪୩)। ପୋଲିଓ ଆକ୍ରାନ୍ତ ଯୋଗୁ ପିଲାବେଳେ ବହୁ କଷ୍ଟରେ ଗଁା ସ୍କୁଲକୁ ଯାଉଥିଲେ। ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଥରେ ଶିକ୍ଷକଙ୍କଠାରୁ ଜୋରଦାର ମାଡ଼ ଖାଇଥିଲେ। ସେହିଦିନଠାରୁ ମାଡ଼ ଭୟରେ ସେ ଆଉ ସ୍କୁଲ ଯାଇ ନ ଥିଲେ। ପାଠରେ ଡୋରି ବନ୍ଧା ହେବା ପରେ କିଛି ରୋଜଗାର କରିବାକୁ ସେ ଇଚ୍ଛା କରିଥିଲେ। କିନ୍ତୁ ଭିନ୍ନକ୍ଷମ ଯୋଗୁ ଭଲ କାମଟିଏ ମିଳିଲା ନାହିଁ। ତେଣୁ ବଡ଼ ଭାଇଙ୍କ ଗ୍ୟାରେଜରେ କାମ କରିବାକୁ ନିଷ୍ପତ୍ତି ନେଲେ। ପ୍ରଥମେ ଗ୍ୟାରେଜ ସଫାସୁତୁରା କରୁଥିଲେ। ପରେ ବାଇକ୍‌ ମରାମତି କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କଲେ। ଭାଇଙ୍କଠାରୁ କିଛି ଦିନ କାମ ଶିଖିବା ପରେ ସେ ଭଲ ମିସ୍ତ୍ରିଟିଏ ହୋଇଗଲେ। ଏହାପରେ କାଞ୍ଚନ ଟକିଜ୍‌ ନିକଟରେ ନିଜର ଏକ ଗ୍ୟାରେଜ ଖୋଲି ମରାମତି କାର୍ଯ୍ୟ ଆରମ୍ଭ କଲେ। ଦୀର୍ଘ ୩୦ ବର୍ଷ ହେଲା ସେ ମେକାନିକ କାମ କରୁଛନ୍ତି। ଭଲ କାମ ଜାଣିଥିବାରୁ ତାଙ୍କ ନିକଟକୁ ଆଖ ପାଖ ଅଞ୍ଚଳରୁ ବହୁ ଗାଡ଼ି ମରାମତି ପାଇଁ ଆସୁଛି। ନିଜେ ଏତେ କାର୍ଯ୍ୟ କରିପାରୁ ନ ଥିବାରୁ ପାଖରେ ୪/୫ଜଣଙ୍କୁ ରଖି କାମ କରାଉଛନ୍ତି। ଗ୍ୟାରେଜ୍‌ରୁ ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳାଇବା ସହ ଝିଅ ପୁଅଙ୍କୁ ପଢ଼ାଉଛନ୍ତି। ଭିନ୍ନକ୍ଷମ ହୋଇଥିଲେ ବି କାହାର ଦୟାର ପାତ୍ର ହୋଇ ସେ ବଞ୍ଚତ୍ବାକୁ ଚାହାନ୍ତି ନାହିଁ ବୋଲି ପ୍ରକାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri