ମାଡ଼ିଆସୁଛି ମହାଜାଗତିକ ବସ୍ତୁ: ଧ୍ୱଂସପାଇପାରେ ଗୋଟିଏ ଦେଶ

ନୂଆଦିଲ୍ଲୀ: ମହାକାଶରେ ଥିବା ବହୁ ମହାଜାଗତିକ ବସ୍ତୁର ଟାର୍ଗେଟରେ ରହିଆସିଛି ପୃଥିବୀ। ବହୁ ସମୟରେ ଏହିସବୁ ବସ୍ତୁ ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଛି। ସୌଭାଗ୍ୟକୁ ଅନେକ କ୍ଷେତ୍ରରେ ତାହା ଘଟିନାହିଁ, ପୃଥିବୀ ରକ୍ଷା ପାଇଯାଇଛି। କିନ୍ତୁ ଏବେ ନାସାର ବୈଜ୍ଞାନିକମାନେ ଏକ ମହାଜାଗତିକ ବସ୍ତୁର ସନ୍ଧାନ କରିଛନ୍ତି, ଯାହା ଅଗଷ୍ଟ ୧୦ରେ ପୃଥିବୀର ଯେଉଁ ସ୍ଥାନକୁ ଏହା ଧକ୍କା ଦେବ ତାହା ଧ୍ୱଂସ ହୋଇପାରେ ବୋଲି କହିଛନ୍ତି । ଏହି ମହାଜାଗିତିକ ବସ୍ତୁର ନାମ ରଖାଯାଇଛି ୨୦୦୬ କ୍ୟୁକ୍ୟୁ୨୩ । ଚିଲିସ୍ଥିତ ବିଶ୍ୱର ସବୁଠାରୁ ବଡ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହାର ଗତିବିଧିକୁ ନିରୀକ୍ଷଣ କରାଯାଉଛି। ଏହାର ଆକାର ଓ ପ୍ର୍ରକାରକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।
ଏହି ମହାଜାଗତିକ ବସ୍ତୁକୁ ଅଗଷ୍ଟ୨୧, ୨୦୦୬ରେ ପ୍ରଥମେ ବୈଜ୍ଞାନିକମାନେ ଠାବ କରିଥିଲେ। ସେତେବେଳେ ଏହା ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଥିଲା । କିନ୍ତୁ ତାହା ମହାକାଶରେ କେଉଁଆଡେ ଅପସରିଯାଇଥିଲା। ଏବେ ପୁଣି ଦେଖାଦେଇଛି। ଏହାର ବ୍ୟାସ ୨୫୪ରୁ ୫୬୮ ମିଟର। ଏହା ୨୬୩ ଦିନରେ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ପୃଥିବୀ ନିକଟ ଦେଇ ଗତିକରୁଥିବା ଅନେକ ମହାଜାଗତିକ ବସ୍ତୁ ମଧ୍ୟରେ ଏହା ଅନ୍ୟତମ। ଅଗଷ୍ଟ ୧୦ରେ ପୃଥିବୀଠାରୁ ୦.୦୪୯୭୭ ଆଷ୍ଟୋ୍ରନୋମିକାଲ ୟୁନିଟ ଦୂରରେ ରହି ଏହା ଗତି କରିବ ଓ ପୃଥିବୀକୁ ଧକ୍କା ଦେବାର ଆଶଙ୍କା ୭୦୦୦ରୁ ଏକଭାଗ ରହିଛି ବୋଲି ନାସାର ସେଣ୍ଟର ଫର୍‌ ନିଅର ଆର୍ଥ ଅର୍ବିଟ ଷ୍ଟଡିଜ ପକ୍ଷରୁ ପ୍ରକାଶ କରାଯାଇଛି। ତଥାପି କିଛି ବିପଦ ନାହଁ କହି ଏଡାଇଯିବା ଠିକ୍‌ ନୁହେଁ ବୋଲି ଗବେଷକମାନେ କହିଛନ୍ତି। କାରଣ, ୨୦୧୩ରେ ରୁଷର ଚେଲିଆମ୍ବିସ୍କରେ ଏକ ମହାଜାଗତିକ ବସ୍ତୁ ପୃଥିତ୍ବୀକୁ ଆଘାତ ଦେଇ ୬୬ ଫୁଟର ଏକ ଗର୍ତ୍ତ କରିଦେଇଥିଲା , ଯାହାଫଳରେ ୧୫ଶହ ଲୋକ ଆହତ ହୋଇଥିଲେ ଓ ବହୁ କ୍ଷତି ଘଟାଇଥିଲା । ୬.୬ ଲକ୍ଷ କୋଟି ବର୍ଷ ପୂର୍ବେ ୧୦ କିଲୋମିଟର ଆକାରର ଏକ କ୍ଷୁଦ୍ର ଗ୍ରହ ପୃଥିବୀକୁ ଧକ୍କା ଦେଇ ଡାଇନୋସର ବଂଶ ଧ୍ୱଂସ କରିଦେଇଥିଲା। ୨୦୧୫ରେ ବସ୍‌ ଆକାରର ଏକ ମହାଜାଗତିକ ବସ୍ତୁ ପୃଥିତ୍ବୀର ଖୁବ୍‌ ନିକଟରେ ଗୁଳିର ବେଗଠାରୁ ଦଶଗୁଣ ଅଧିକ ବେଗରେ ଗତିକରିଯାଇଥିଲା, କିନ୍ତୁ ଧକ୍କା ଦେଇନଥିଲା। ଜୁଲାଇ୧୯ରେ ୨୦୧୯ଏନଜେ୨ ପୃଥିତ୍ବୀ ପାଖରେ ଗତିକରୁଥିବା ଲକ୍ଷ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୧୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ପଚରା ଉଚରା ପାଇଁ ସିବିଆଇ ନୋଟିସ ଜାରି କରିଛି। କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ରବିବାର ୧୬ ଏପ୍ରିଲ ସକାଳ...

ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ,୧୮।୨: ପ୍ରାୟ ସମୟରେ ନିଜ ଦଳ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହୁଥିବା ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପୁଣି ଥରେ ଚର୍ଚ୍ଚାର...

ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍‌ କରନ୍ତୁ ନାହିଁ

ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍‌ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ...

୨ ହଜାର ଟଙ୍କିଆ ଯିବାର ଅନ୍ତରାଳେ

ନୂଆଦିଲ୍ଲୀ,୨୨ା୫: ୧୯ ମେ’ ୨୦୨୩ରେ କେନ୍ଦ୍ର ସରକାର ୨ ହଜାର ଟଙ୍କିଆ ନୋଟ୍‌ର ପ୍ରଚଳନକୁ ବନ୍ଦ କରିଦେଇଛନ୍ତି। ୨୩ ମେ’ରୁ ୩୦ ସେପ୍ଟେମ୍ବର ମଧ୍ୟରେ ୨...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ ମୃତ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶର ଫତେହପୁର ଜିଲାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁ...

ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…

କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି...

ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ଡେରାଡୁନ,୫।୭: ଉତ୍ତରାଖଣ୍ଡ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ କୌଣସି...

‘ହିନ୍ଦୀକୁ ଇଂଲିଶର ବିକଳ୍ପ କରାଯାଉ’

ନୂଆଦିଲ୍ଲୀ,୯।୪: କେନ୍ଦ୍ର କ୍ୟାବିନେଟ କାର୍ଯ୍ୟସୂଚୀର ୭୦ ପ୍ରତିଶତ ଏବେ ହିନ୍ଦୀରେ ପ୍ରସ୍ତୁତ ହେଉଛି। ସ୍ଥାନୀୟ ଭାଷା ନୁହେଁ, ହିନ୍ଦୀକୁ ଇଂଲିଶର ବିକଳ୍ପ ଭାବେ ଗ୍ରହଣ କରାଯିବା...

Advertisement
Archives

Model This Week