ମା’ଠୁ ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇଛି

ବ୍ରହ୍ମପୁର ଅଫିସ୍‌,୨ା୧୨-ବ୍ରହ୍ମପୁର ପ୍ରଜ୍ଞାନ ହଲ୍‌ରେ ରବିବାର ଜିଲାସ୍ତରୀୟ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିଲେ। ଚଳିତ ବର୍ଷର ବାର୍ତ୍ତା ‘ଗୋଷ୍ଠୀ ହିଁ ପରିବର୍ତ୍ତନର ନିର୍ମାତା’ ଉପରେ ନିଜର ମତ ରଖିଥିଲେ । ଏଡ୍‌ସକୁ ନେଇ ଆମ ସମାଜରେ ଭୟ ରହିଛି।
ଆକ୍ରାନ୍ତଙ୍କୁ ଏକ ପ୍ରକାର ସାମାଜିକ ବାସନ୍ଦ କରାଯାଉଛି। ଏଣୁ ଥରେ କିଏ ଯଦି ଆକ୍ରାନ୍ତ ହେଉଛନ୍ତି, ତେବେ ଭୟରେ କାହାକୁ କହୁନାହାନ୍ତି କି ଚିକିତ୍ସିତ ହେଉନାହାନ୍ତି। ଫଳରେ ତାଙ୍କର ମୃତ୍ୟୁ ହେଉଛି। ଏଡ୍‌ସକୁ ନେଇ ନକରାତ୍ମକ ଭାବନାକୁ ବଦଳାଇବାକୁ ପଡ଼ିବ। ଆକ୍ରାନ୍ତଙ୍କୁ ଭଲ ବ୍ୟବହାର ଦେଖାଇବା।
ରୋଗର କାରଣ ଏବଂ ନିରାକରଣ ବିଷୟରେ ଜାଣିବା। ତେବେ ଯାଇ ଆମ ଦେଶରୁ ଏଡ୍‌ସକୁ ହଟେଇ ଦେଇପାରିବ।
କେବଳ ସରକାର କିମ୍ବା ସ୍ବେଚ୍ଛାସେବୀ ସଂଗଠନ ନୁହଁ, ସମାଜର ପ୍ରତ୍ୟେକ ବର୍ଗର ଏ ଦିଗରେ କର୍ତ୍ତବ୍ୟ ରହିଛି ବୋଲି ସେ ପ୍ରକାଶ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଥିଲେ, ଗଞ୍ଜାମ ଏକ ଏଡ୍‌ସ ପ୍ରବଣ ଜିଲା। ଗର୍ଭବତୀଙ୍କଠାରୁ ଶିଶୁଙ୍କୁ ଆକ୍ରାନ୍ତ ହାର ଏକଦା ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ଥିଲା। କିନ୍ତୁ ଗଞ୍ଜାମ ଜିଲାରେ ଗର୍ଭବତୀଙ୍କ ଏଚ୍‌ଆଇଭି ପରୀକ୍ଷାକୁ କଡ଼ାକଡ଼ି କରାଗଲା। ଗର୍ଭାବସ୍ଥାରେ ରୋଗ ଚିହ୍ନଟ ହେଲେ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏଣୁ ନବଜାତକ ଆଉ ଏଚ୍‌ଆଇଭି ସଂକ୍ରମିତ ହେଉନାହାନ୍ତି। ମା’ ଠାରୁ ଶିଶୁଙ୍କୁ ସଂକ୍ରମଣ, ଗଞ୍ଜାମରେ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ଜିଲାରେ ଏଡ୍‌ସ ଏବଂ ଟିବି ନିରାକରଣ ଏବଂ ସଚେତନତା ଦିଗରେ ଅବଦାନ ପାଇଁ ଡାକ୍ତର ଏବଂ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଯଥା ଡା. ରବି କୁମାର ଶତପଥୀ, ଡା. ପ୍ରତାପ ଚନ୍ଦ୍ର ମଣ୍ଡଳ, ଡା. ଗୋପାଳକୃଷ୍ଣ ବେହେରା, ବିଦେଶୀ ଜେନା, ସନ୍ତୋଷ କୁମାର, ଶ୍ରଦ୍ଧାଞ୍ଜଳି ମିଶ୍ର, ମନୋଜ କୁମାର ସାହୁ, ରଞ୍ଜନା ପଣ୍ଡା, ସନୋଜ କୁମାର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଡ୍‌ସ ସଚେତନତା ରଥ ‘ପରିବର୍ତ୍ତନ ଯାତ୍ରା’କୁ ଜିଲାପାଳ କୁଲାଙ୍ଗେ ଶୁଭାରମ୍ଭ କରିଥିଲେ। ଉପଜିଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଜିଲା ମ୍ୟାଲେରିଆ ଅଧିକାରୀ ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଜିଲା ଯକ୍ଷ୍ମା ଅଧିକାରୀ ଡା. ମନୋଜ କୁମାର ପଣ୍ଡା, ଡିଏପିସିୟୁ ଜିଲା ପ୍ରକଳ୍ପ ଅଧିକାରୀ ହେମନ୍ତ କୁମାର ଦାଶ, ଜିଲା ଟିଭି ସେଲ୍‌ର ବିଦେଶୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ: ୪ ଗିରଫ

ବ୍ରହ୍ମପୁର ଅଫିସ,୨୯ା୧୦: ଅବକାରୀ ଗୁଇନ୍ଦା ଟିମ୍‌ ଶନିବାର ଅପରାହ୍ନ ୩ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଲିପଢ଼ା ଛକରୁ ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ...

ଗୁରୁତର ହେବା ପରେ ହସ୍ପିଟାଲରେ ପହଞ୍ଚୁଛନ୍ତି କରୋନା ରୋଗୀ, ବଞ୍ଚାଇ ହେଉନାହିଁ: ଜିଲାପାଳ

ଛତ୍ରପୁର, ୨୯।୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଭୟାବହତାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଦୈନିକ ଶତାଧିକ ଲୋକେ କରୋନାରେ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା...

ହିଞ୍ଜିଳି ପୋଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟ ଠାବ: ୨ବସ୍ତା ଗଞ୍ଜେଇ ଜବତ, ୩ ଗିରଫ

ହିଞ୍ଜିଳିକାଟୁ,୨୨ା୭(ଡି.ଏନ୍‌.ଏ): କନ୍ଧମାଳଠାରୁ ରାଜଧାନୀ ନୂଆଦିଲୀ ପର୍ଯ୍ୟନ୍ତ ଲମ୍ବିଥିବା ଏକ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟକୁ ରବିବାର ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ଠାବ କରିବା ସହ ଗ୍ୟାଙ୍ଗର...

ପଦ୍ମନାଭପୁର ପଞ୍ଚାୟତରେ ଚାଲିଥିଲା ଶୁଦ୍ଧିକ୍ରିୟା ଭୋଜି: ଚଢ଼ାଉ କରି ଖାଦ୍ୟ ସମେତ ସରଞ୍ଜାମ ଜବତ କଲା ପ୍ରଶାସନ

ଦିଗପହଣ୍ଡି,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୁଶୁଣ୍ଡା ଗ୍ରାମର ରତନା ପ୍ରଧାନଙ୍କ ମୃତ୍ୟୁପରେ ଶୁକ୍ରବାର ପରିବାର ଲୋକଙ୍କ ପକ୍ଷରୁ ଦ୍ୱାଦଶାହ ଭୋଜି ଚାଲିଥିଲା।...

ପ୍ରହଲ୍ଲାଦନଗରରେ ବୋମା ମାଡ଼: ଗାଈ ସହ ଜଣେ ଆହତ

ବ୍ରହ୍ମପୁର, ୫।୪: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦନଗରରେ ସୋମବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି । ୪ଟି ବୋମା ଫୁଟି ଏକ...

କେ.ତ୍ରିଲୋଚନ ଦୋରା ହେଲେ ବୁଗୁଡ଼ା ଏନ୍‌ଏସି ବିଜେଡି ସଭାପତି

ବୁଗୁଡ଼ା,୨୮।୭(ଡି.ଏନ୍‌.ଏ.): ବିଜୁ ଜନତା ଦଳ(ବିଜେଡି)ର ବୁଗୁଡ଼ା ଏନ୍‌ଏସି ସଭାପତି ଭାବେ କେ.ତ୍ରିଲୋଚନ ଦୋରାଙ୍କୁ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୟନ କରିଛନ୍ତି...

ଛତ୍ରପୁର ବ୍ଲକରୁ ୪ କରୋନା ପଜିଟିଭ ଚିହ୍ନଟ: ନରେନ୍ଦ୍ରପୁର ପଞ୍ଚାୟତ, ଘଡ଼ଘଡ଼ାପଲି ଗାଁ ୧୭ ପର୍ଯ୍ୟନ୍ତ ଶଟ୍‌ଡାଉନ

ଛତ୍ରପୁର, ୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକରୁ ଶନିବାର ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡ଼ଘଡ଼ାପଲି ଗାଁର...

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ

ପୁରୁଷୋତ୍ତମପୁର,୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଧୋବାପଲ୍ଲୀ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଲୋଭୀ ସ୍ବାମୀ ସ୍ତ୍ରୀଙ୍କ ତଣ୍ଟିଚିପି ହତ୍ୟା...

Advertisement
Archives

Model This Week