ମା’ଠୁ ଶିଶୁଙ୍କୁ ସଂକ୍ରମଣରୁ ରୋକାଯାଇଛି

ବ୍ରହ୍ମପୁର ଅଫିସ୍‌,୨ା୧୨-ବ୍ରହ୍ମପୁର ପ୍ରଜ୍ଞାନ ହଲ୍‌ରେ ରବିବାର ଜିଲାସ୍ତରୀୟ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇଥିଲେ। ଚଳିତ ବର୍ଷର ବାର୍ତ୍ତା ‘ଗୋଷ୍ଠୀ ହିଁ ପରିବର୍ତ୍ତନର ନିର୍ମାତା’ ଉପରେ ନିଜର ମତ ରଖିଥିଲେ । ଏଡ୍‌ସକୁ ନେଇ ଆମ ସମାଜରେ ଭୟ ରହିଛି।
ଆକ୍ରାନ୍ତଙ୍କୁ ଏକ ପ୍ରକାର ସାମାଜିକ ବାସନ୍ଦ କରାଯାଉଛି। ଏଣୁ ଥରେ କିଏ ଯଦି ଆକ୍ରାନ୍ତ ହେଉଛନ୍ତି, ତେବେ ଭୟରେ କାହାକୁ କହୁନାହାନ୍ତି କି ଚିକିତ୍ସିତ ହେଉନାହାନ୍ତି। ଫଳରେ ତାଙ୍କର ମୃତ୍ୟୁ ହେଉଛି। ଏଡ୍‌ସକୁ ନେଇ ନକରାତ୍ମକ ଭାବନାକୁ ବଦଳାଇବାକୁ ପଡ଼ିବ। ଆକ୍ରାନ୍ତଙ୍କୁ ଭଲ ବ୍ୟବହାର ଦେଖାଇବା।
ରୋଗର କାରଣ ଏବଂ ନିରାକରଣ ବିଷୟରେ ଜାଣିବା। ତେବେ ଯାଇ ଆମ ଦେଶରୁ ଏଡ୍‌ସକୁ ହଟେଇ ଦେଇପାରିବ।
କେବଳ ସରକାର କିମ୍ବା ସ୍ବେଚ୍ଛାସେବୀ ସଂଗଠନ ନୁହଁ, ସମାଜର ପ୍ରତ୍ୟେକ ବର୍ଗର ଏ ଦିଗରେ କର୍ତ୍ତବ୍ୟ ରହିଛି ବୋଲି ସେ ପ୍ରକାଶ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଥିଲେ, ଗଞ୍ଜାମ ଏକ ଏଡ୍‌ସ ପ୍ରବଣ ଜିଲା। ଗର୍ଭବତୀଙ୍କଠାରୁ ଶିଶୁଙ୍କୁ ଆକ୍ରାନ୍ତ ହାର ଏକଦା ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ଥିଲା। କିନ୍ତୁ ଗଞ୍ଜାମ ଜିଲାରେ ଗର୍ଭବତୀଙ୍କ ଏଚ୍‌ଆଇଭି ପରୀକ୍ଷାକୁ କଡ଼ାକଡ଼ି କରାଗଲା। ଗର୍ଭାବସ୍ଥାରେ ରୋଗ ଚିହ୍ନଟ ହେଲେ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏଣୁ ନବଜାତକ ଆଉ ଏଚ୍‌ଆଇଭି ସଂକ୍ରମିତ ହେଉନାହାନ୍ତି। ମା’ ଠାରୁ ଶିଶୁଙ୍କୁ ସଂକ୍ରମଣ, ଗଞ୍ଜାମରେ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ଜିଲାରେ ଏଡ୍‌ସ ଏବଂ ଟିବି ନିରାକରଣ ଏବଂ ସଚେତନତା ଦିଗରେ ଅବଦାନ ପାଇଁ ଡାକ୍ତର ଏବଂ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଯଥା ଡା. ରବି କୁମାର ଶତପଥୀ, ଡା. ପ୍ରତାପ ଚନ୍ଦ୍ର ମଣ୍ଡଳ, ଡା. ଗୋପାଳକୃଷ୍ଣ ବେହେରା, ବିଦେଶୀ ଜେନା, ସନ୍ତୋଷ କୁମାର, ଶ୍ରଦ୍ଧାଞ୍ଜଳି ମିଶ୍ର, ମନୋଜ କୁମାର ସାହୁ, ରଞ୍ଜନା ପଣ୍ଡା, ସନୋଜ କୁମାର ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଡ୍‌ସ ସଚେତନତା ରଥ ‘ପରିବର୍ତ୍ତନ ଯାତ୍ରା’କୁ ଜିଲାପାଳ କୁଲାଙ୍ଗେ ଶୁଭାରମ୍ଭ କରିଥିଲେ। ଉପଜିଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଜିଲା ମ୍ୟାଲେରିଆ ଅଧିକାରୀ ଡା. ଆର୍‌. ଜଗଦୀଶ ପଟ୍ଟନାୟକ, ଜିଲା ଯକ୍ଷ୍ମା ଅଧିକାରୀ ଡା. ମନୋଜ କୁମାର ପଣ୍ଡା, ଡିଏପିସିୟୁ ଜିଲା ପ୍ରକଳ୍ପ ଅଧିକାରୀ ହେମନ୍ତ କୁମାର ଦାଶ, ଜିଲା ଟିଭି ସେଲ୍‌ର ବିଦେଶୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?