ମାଓବାଦୀ ନେତା ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ, ୧୮।୫: ୨୦୧୪ ଜୁଲାଇ ୧୭ ତାରିଖ ବିଳମ୍ବିତ ରାତିରେ ବଡ଼ବଜ଼ାର ଥାନା ଅନ୍ତର୍ଗତ ମଙ୍ଗଲବରମ ପେଟାସାହିର ଏ. ଚନ୍ଦ୍ରା ରାଓଙ୍କ ଘରୁ ମାଓବାଦୀ ନେତା ସବ୍ୟସାଚୀଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଶୁକ୍ରବାର ଏହି (ଏସ୍‌ଟି -୩୩/୧୫) ମାମଲାର ବିଚାର କରି ଅତିରିକ୍ତ ଜିଲା ଦୌରା ଜଜ୍‌ -୧(ଏଡିଜେ) ସଞ୍ଜୟ ସାହୁ ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିବାରୁ ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୫ ବର୍ଷ ମଧ୍ୟରେ ଏହି ମାମଲାର ବିଚାର ହୋଇଛି। ଗୋଟିଏ ପଟେ ସବ୍ୟସାଚୀ ଗୋଟିଏ ପରେ ଗୋଟିଏ ମାମଲାରେ ନିର୍ଦ୍ଦୋଷ ହୋଇ ଚାଲିଥିବାବେଳେ ଶନିବାର ଏଥିରେ ରୋକ୍‌ ଲାଗିଥିବା ଆଲୋଚନା ହେଉଛି।
ଘଟଣା ପରଠାରୁ ସବ୍ୟସାଚୀ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ଏହି ମାମଲାରେ ପର୍ଯ୍ୟାୟକ୍ରମେ ମୋଟ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ସେଥିମଧ୍ୟରେ ତଦନ୍ତକାରୀ ଅଧିକାରୀ, ପୋଲିସ, ଘର ମାଲିକ ପ୍ରମୁଖ ସାକ୍ଷୀ ରହିଥିଲେ।
ସୂଚନାଯୋଗ୍ୟ, ସବ୍ୟସାଚୀ ନିଜକୁ ଚାଉଳ ବ୍ୟବସାୟୀ ବୋଲି କୋର୍ଟରେ ବୟାନ ଦେଇଥିଲେ। ଗତ ମାସ ୨୫ ତାରିଖରେ ଏହି ମାମଲାର ଦୁଇଜଣ ଅନ୍ତିମ ସାକ୍ଷୀ ଭଡାଘର ମାଲିକ ଏ. ଚନ୍ଦ୍ରା ରାଓଙ୍କ ମା’ ଏ. ମହାଲକ୍ଷ୍ମୀ ଓ ତତ୍କାଳୀନ ଥାନା ଏସ୍‌ଆଇ ଦୀପକ ଲେଙ୍କା କୋର୍ଟରେ ବୟାନ ଦେଇଥିଲେ। ସାକ୍ଷୀମାନଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିବାରୁ ଏଡ଼ିଜେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଅନିଲ କୁମାର ସାହୁ ଓ ଜ୍ଞାନ ଜେନା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୨୪.୪% ସଂକ୍ରମଣ: କେନ୍ଦ୍ର

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ଆନ୍ଧ୍ର ପଦେଶ, ରାଜସ୍ଥାନ, ହରିୟାଣା, ଛତିଶଗଡ଼, ବିହାର ଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। କିନ୍ତୁ ଓଡ଼ିଶା...

ଦିନେ ବଢ଼ୁଛି ଦିନେ କମୁଛି: ରାଜ୍ୟରେ ପୁଣି ୧୧,୧୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଶୁକବ୍ରାର କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଶନିବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୧୦୮ ନୂଆ କରୋନା...

ଏଣିକି ୫୦ କିମିରୁ ଅଧିକ ବେଗରେ ଗଲେ ଗଣିବେ ୭ ହଜାର ଜରିମାନା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଏଣିକି ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଜରିମାନା। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର...

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଡକାୟତି ଉଦ୍ୟମ : ପୋଲିସ,ସାଇଣ୍ଟିଫିକ୍‌ ଟିମର ତନାଘନା ତଦନ୍ତ

ଆସିକା,୨୪ା୮(ଡି.ଏନ୍‌.ଏ.)- ଆସିକା – ଭଞ୍ଜନଗର ମୁଖ୍ୟରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁରଠାରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ...

ଫୁଲନଖରାରୁ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

ଭୁବନେଶ୍ୱର/କଟକ ଅଫିସ/ ଫୁଲନଖରା/ ମଙ୍ଗୁଳି,୪ା୧୧(ବ୍ୟୁରୋ/ଡି.ଏନ୍‌.ଏ.):ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମନ୍ଦିରଠାରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ କଂଗ୍ରେସର ଭାରତ ଯୋଡ଼ୋ-ଓଡ଼ିଶା...

କାର୍ଯ୍ୟରେ ଅବହେଳା, ୭ ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ

ଭଞ୍ଜନଗର, ୬ା୧୨(ଡି.ଏନ୍‌.ଏ): ଭଞ୍ଜନଗର ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସୋମବାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜଳସମ୍ପଦ ବିଭାଗ ଡାକ ବଙ୍ଗଳାଠାରେ...

ନାବାଳିକା ବଳାତ୍କାରୀଙ୍କୁ ୬ ବର୍ଷ ଜେଲ୍‌

ସୁନ୍ଦରଗଡ଼,୨୭।୧୧(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ନାବାଳିକା ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଜଜ୍‌ ତଥା...

ମନୀଷ ଅନୁରାଗ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ବରିଷ୍ଠ ଖବରଦାତା ନବୀନ ଦାସଙ୍କ ବଡ଼ ପୁଅ ମନୀଷଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟୁଇଷ୍ଟ ସବୁ ପଦାକୁ ଆସୁଛି। ପୂର୍ବରୁ ମନୀଷଙ୍କ...

Advertisement
Archives

Model This Week