Posted inଫୁରସତ

ମାଆଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କଲେ ପୁଅ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରାଜିଲ୍‌: ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଟେଷ୍ଟରେ ଗାଡ଼ି ଚଳାଇ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ବ୍ରାଜିଲ୍‌ର ଜଣେ ମହିଳାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ତେଣୁ ତାଙ୍କ ପୁଅ ଏକ ଅଜବ ଉପାୟ ଆପଣାଇ ହରଡ଼ଘଣାରେ ପଡ଼ିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଯୁବକଙ୍କ ନାମ ହେଇଟର୍‌। ସେ ବ୍ରାଜିଲ୍‌ର ପୋର୍ଟ ବେଲ୍‌ହୋରେ ରୁହନ୍ତି। ତାଙ୍କର ୬୦ ବର୍ଷର ମାଆ ମେରିୟା ଶ୍ଚିୟାଭେ ତିନିଥର ଡ୍ରାଇଭିଂ ଟେଷ୍ଟ ଦେଇସାରିଥିଲେ। ମାତ୍ର କୌଣସି ସଫଳତା ପାଇ ପାରି ନ ଥିଲେ। ତାଙ୍କର ୩୫ବର୍ଷୀୟ ପୁଅ ହେଇଟର୍‌ ମାଆଙ୍କ ବେଶରେ ସଜେଇ ହୋଇ ଡ୍ରାଇଭିଂ ଟେଷ୍ଟ ଦେବା ପାଇଁ ନିଷ୍ପତ୍ତି ନେଇ ନିଜକୁ ପୂରା ବଦଳାଇ ଦେଲେ। ପରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପହଞ୍ଚିଗଲେ। ଚେହେରା ସିନା ମାଆଙ୍କ ପରି ଦେଖାଯାଉଥିଲା ମାତ୍ର ତାଙ୍କର ଚାଲିଚଳଣ, ହାବଭାବ ଏବଂ କଣ୍ଠସ୍ବର ସବୁ ଅଡୁଆ ଅଡୁଆ ଲାଗୁଥିଲା।
ଯୁବକଙ୍କଠାରେ ଏସବୁ ଲକ୍ଷଣ ଦେଖିବା ପରେ ରେଣ୍ଡୋନିୟା ଟେଷ୍ଟ ଟ୍ରାଫିକ୍‌ ଡିପାର୍ଟମେଣ୍ଟର ପରୀକ୍ଷକ ଏଲିନ୍‌ ମେଣ୍ଡୋନ୍‌କା ପୋଲିସକୁ ଖବର ଦେଇଥିଲେ। ଯେତେବେଳେ ପରୀକ୍ଷକ ଯୁବକଙ୍କ କାର୍‌ରେ ବସିଲେ ସେତେବେଳେ ସେ ନିଶ୍ଚିତ ହୋଇଗଲେ ଇଏ ମହିଳା ନୁହନ୍ତି। ତେଣୁ ଯୁବକଙ୍କୁ ଧୋକାବାଜ୍‌ ଅଭିଯୋଗରେ ଶେଷରେ ପୋଲିସ ହାତରେ ଧରାଇଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୩୮ କୋଟିର ବଙ୍ଗଳା ଦାନ

ଆମେରିକୀୟ ଫିଲାନ୍ଥ୍ରୋପିଷ୍ଟ୍‌ (ଗରିବ/ଅସହାୟଙ୍କୁ ସହାୟତା କରୁଥିବା ବ୍ୟକ୍ତି) ତଥା ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମ୍ୟାକେଞ୍ଜି ସ୍କଟ୍‌ ୫୫ ବିଲିୟନ ଡଲାର (ପ୍ରାୟ...

ଜୀବନକାଳ ମଧ୍ୟରେ ୨ କିଲୋ ଲିପ୍‌ଷ୍ଟିକ ଲଗାନ୍ତି ମହିଳା

ନାରୀ ସର୍ବଦା ରହସ୍ୟମୟୀ। ଆଉ ନାରୀର ଏହି ରହସ୍ୟ ବିଷୟରେ ଅନେକଙ୍କୁ ହୁଏତ କିଛି କଥା ଜଣା ନ ଥିବ। ଅନେକ ଗୁଣରେ ନାରୀ ପୁରୁଷଙ୍କଠାରୁ...

କେବେ ସ୍କୁଲର ମୁହଁ ଦେଖିନାହାନ୍ତି କିନ୍ତୁ ୩ଟି ବହି ଲେଖିଛନ୍ତି, ଜାଣନ୍ତୁ କିଏ ଏହି ବୃଦ୍ଧା

ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହେବେ ସମସ୍ତ ଅସମ୍ଭବ ସମ୍ଭବ ହୋଇଯିବ। ଏମିତି କିଛି ଅସମ୍ଭବ ସମ୍ଭବ ହୋଇଛି ଶାରଦା ଦେବୀଙ୍କ କ୍ଷେତ୍ରରେ। ଯିଏ କି ଆଦୌ...

ମୋତେ ଶୀଘ୍ର ବାହା କର, ଏମିତି ଜିଦ୍‌ ଧରିଲେ ଯୁବତୀ; ଆଉ ତା’ ପରେ…

ଭୋପାଳ,୧୯।୫: ସମଗ୍ର ଦେଶରେ କରୋନା ମହାମାରୀ ଚାଲିଥିବାରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କୁ କିଛି ଜରୁରୀ କାମରେ ଅସୁବିଧାର ସାମ୍ନା କରିବାକୁ...

ଗୀତ ପାଇଁ ବଦଳିଲା ଗାଁର ନାଁ

ପ୍ରତ୍ୟେକ ଗାଁର ପରିଚୟ ତା’ ନାଁ କୁ ନେଇ। କିନ୍ତୁ କେବେ କେବେ କୌଣସି ପରିସ୍ଥିତିରେ ବଦଳିଯାଏ ସେ ଗାଁର ନାଁ। ତାସହ ଯୋଡି ହୋଇଯାଏ...

୫୦ ଟଙ୍କା ଥିଲା ମୋର ପ୍ରଥମ ରୋଜଗାର: ମାନସ କୁମାର ଷଡ଼ଙ୍ଗୀ

ପୁରୀ ଜିଲା ବିଶ୍ୱନାଥପୁର ଗାଁରେ ମୋ ଜନ୍ମ। ପିଲାଦିନେ ଯେବେ ମ୍ୟୁଜିକ୍‌ କ’ଣ ଜାଣି ନଥିଲି କି ତବଲା ବଜାଇବା କ’ଣ ବୁଝି ନଥିଲି ସେବେଠୁ...

ଧନୀ ପେଟ୍‌: ଲାଇଫ୍‌ ଷ୍ଟାଇଲ୍‌ ଦେଖିଲେ କରିବେ ଇର୍ଷା…

ବଡ ବଙ୍ଗଳାରେ ରହିବା, ଦାମୀ ପୋଷାକ ପିନ୍ଧିବା, ସୁସ୍ବାଦୁ ଖାଦ୍ୟ ଖାଇ ଅୟସରେ ଜୀବନ ବିତେଇବାର ସ୍ବପ୍ନ ସମସ୍ତେ ଦେଖନ୍ତି। ହେଲେ ଏ ସ୍ବପ୍ନ କେବଳ...

ମା’ ଗର୍ଭରୁ ବାହାରିବା ପରେ ଡାକ୍ତରଙ୍କ ମୁହଁରୁ ମାସ୍କ ଖୋଲିଦେଲା ନବଜାତ

କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିସାରିଛି। ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ଏକମାତ୍ର ବିକଳ୍ପ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଟିକା ଆସିନାହିଁ।...

Advertisement
Archives

Model This Week