ପ୍ୟାରିସ,୨୩ା୬(ଏଏଫ୍ପି): ମହିଳା ଫିଫା ବିଶ୍ୱକପ୍ ଆୟୋଜକ ଫ୍ରାନ୍ସ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍ର ଅତିରିକ୍ତ ମିନିଟ୍ରେ ଆମାଣ୍ଡିନେ ହେନ୍ରୀଙ୍କ ଗୋଲ ଯୋଗୁ ଫ୍ରାନ୍ସ ୨-୧ ଗୋଲରେ ବ୍ରାଜିଲକୁ ହରାଇ ବିଶ୍ୱକପ୍ରୁ ବିଦା କରିଛି। ଆୟୋଜକ ଦଳ ପାଇଁ ଭାଲେରି ଗଭିନ (୫୨ ତମ ମିନିଟ୍) ଗୋଲ କରିଥିବାବେଳେ ଥାଇସା(୬୩ତମ)ଙ୍କ ଗୋଲ ବଳରେ ବ୍ରାଜିଲ ମ୍ୟାଚ୍କୁ ଫେରିଥିଲା। ମ୍ୟାଚ୍ ବରାବର ରହିବା ପରେ ଏକ୍ସେଟ୍ରା ଟାଇମ୍ର ସହାୟତା ନିଆଯାଇଥିଲା। ଏଥିରେ ଅଧିନାୟିକା ହେନ୍ରୀ (୧୦୬ତମ) ଗୋଲ ଦେଇ ବ୍ରାଜିଲକୁ ବିଜୟୀ କରାଇଥିଲେ। ଅନ୍ୟ ଏକ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ୩-୦ ଗୋଲରେ କାମେରୁନକୁ ହରାଇ ଦେଇଛି। ବିଜୟୀ ଦଳ ଲାଗି ଅଧିନାୟିକା ଷ୍ଟେଫ ହଗଟନ (୧୪ତମ), ଇଲେନ ହ୍ବାଇଟ୍ (୪୫+୪) ଓ ଆଲେକ୍ସ ଗ୍ରୀନଉଡ୍ (୫୮ତମ) ସ୍କୋର କରିଥିଲେ। ଏହି ମ୍ୟାଚ୍ରେ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ କାମେରୁନ ଖେଳାଳିମାନେ ଅସ୍ବାଭାବିକ ପ୍ରତିକ୍ରିୟା ଦେଇଥିଲେ। ଏକଦା ଖେଳାଳିମାନେ ରେଫରିଙ୍କୁ ପଡ଼ିଆରୁ ଚାଲିଯିବାକୁ ଧମକାଇଥିଲେ।
ଏହି ୫ ଧୁରନ୍ଧର ଖେଳାଳିଙ୍କ ଏହା ଶେଷ IPL ସିଜିନ, ତାଲିକାରେ ଅଛନ୍ତି ଏମାନେ…
ନୂଆଦିଲ୍ଲୀ, ୧୮।୫: IPL ୨୦୨୬ ଅନେକ ପ୍ରମୁଖ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ। ପାଞ୍ଚଟି ଟ୍ରଫି ଜିତିଥିବା ପୂର୍ବତନ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଏମଏସ…
ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା
ଚେନ୍ନାଇ,୧୮।୫: ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…
ଦିଲ୍ଲୀର ପ୍ଲେଅଫ୍ ଆଶା ଉଜ୍ଜୀବିତ
ଦିଲ୍ଲୀ,୧୭ା୫: ଆଇପିଏଲର ଏକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ୧୨ ପଏଣ୍ଟ ସହ…
ପଞ୍ଜାବକୁ ହରାଇ ପ୍ଲେଅଫ୍ରେ ସ୍ଥାନ ପକ୍କା କଲା ଆର୍ସିବି
ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…
ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ
ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…
ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!
ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…
IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…
କାନାଡାକୁ ବଡ଼ ଝଟ୍କା: ମିଳିବନାହିଁ ଆଇସିସି ପାଣ୍ଠି
ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍…
Archives

