Posted inଖେଳ

ମହିଳା ଟି୨୦ ବିଶ୍ୱକପ୍‌: ସେମି ପାଇଁ ରିଜର୍ଭ ଡେ’କୁ ଆଇସିସିର ପ୍ରତ୍ୟାଖ୍ୟାନ

ସିଡନୀ,୫।୩(ପି.ଟି.)- ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରେ ଗୁରୁବାର ଆୟୋଜନ ହେବାକୁ ଥିବା ଦୁଇଟି ଯାକ ସେମିଫାଇନାଲ ପାଇଁ ରିଜର୍ଭ ଡେ ରଖିବାକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଅନୁରୋଧ କରିଛି। ତେବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଗୁରୁବାର ଅପରାହ୍ନରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ବିଶ୍ୱକପ୍‌ ଆୟୋଜକ କ୍ରିକେଟ ଅଷ୍ଟ୍ରେଲିଆ ଦୁଇଟି ସେମିଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ରଖିବାକୁ ଅନୁରୋଧ କରିଥିଲା। ଆଇସିସି ଏହାକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ସିଏ ମୁଖ୍ୟ କେଭିନ ରବଟର୍‌ସ କହିଛନ୍ତି। ବର୍ଷା ପାଇଁ ଡ୍ରେନେଜ ବ୍ୟବସ୍ଥା ରହିଛି। ବିଶେଷ ପରିସ୍ଥିତିରେ ଆଇସିସି ନିୟମ ଅନୁସାରେ ଅତିକମ୍‌ରେ ୨୦ ଓଭର ଖେଳାଯିବ। ଏ କ୍ଷେତ୍ରରେ ଦୁଇ ଦଳ ୧୦ ଓଭର ଲେଖାଏ ଖେଳିବେ।
ଯଦି ବର୍ଷା ଯୋଗୁ ଦୁଇଟି ଫାଇନାଲ ବାତିଲ ହୁଏ, ତେବେ ଗ୍ରୁପ୍‌ ବିଜେତା ଭାବେ ଭାରତ ଓ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିବେ। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଗତ ମଙ୍ଗଳବାର ଗ୍ରୁପ୍‌ ବି’ର ଅନ୍ତିମ ମ୍ୟାଚ୍‌ ବର୍ଷା ଯୋଗୁ ଗୋଟିଏ ହେଲେ ବି ବଲ୍‌ ବୋଲିଂ କରାଯାଇ ନ ଥିଲା ଓ ମ୍ୟାଚ୍‌ ବାତିଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫର୍ମକୁ ଫେରି ସମସ୍ତଙ୍କ ମୁହଁ ବନ୍ଦ କଲେ ଏହି ଭାରତୀୟ କ୍ରିକେଟର: ଦୀର୍ଘ ବର୍ଷେ ପରେ…

ପୁଣେ,୨୬।୩: ଭାରତ-ଇଂଲଣ୍ଡ ମଧ୍ୟରେ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଶନିବାର ଖେଳାଯାଉଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସମାଲୋଚନା ଉପରେ ପୂର୍ଣ୍ଣଚ୍ଛେଦ...

ଶୀର୍ଷ ସ୍ଥାନ ହରାଇଲେ ଶେଫାଳି

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳି ଶେଫାଳି ବର୍ମା ଶୀର୍ଷ ସ୍ଥାନ ହରାଇଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ଆସି...

କଙ୍କଡା ଖାଇବାକୁ ଭଲ ପାଆନ୍ତି ଏହି ମହାନ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି...

ଆର୍‌ସିବିକୁ ଡବଲ୍‌ ଝଟ୍‌କା

ଆଇପିଏଲ ୨୦୨୧ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଓପନର୍‌ ଦେବଦତ୍ତ ପଡିକ୍କଲଙ୍କ ପରେ ଏବେ...

ଷ୍ଟଟଗାର୍ଟ ଓପନରୁ ଜେଭରେଭ ବିଦା

ଷ୍ଟଟଗାର୍ଟ,୧୪।୬(ଏଏଫ୍‌ପି): ବିଶ୍ୱର ୫ମ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଆଲେକ୍ସଜାଣ୍ଡାର ଜେଭରେଭ ଏଠାରେ ଚାଲିଥିବା ଷ୍ଟଟଗାର୍ଟ ଏଟିପି ଇଭେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ...

ଦେଶ ଛାଡ଼ିଲେ ଇରାନ୍‌ର ଏକମାତ୍ର ମହିଳା ଅଲିମ୍ପିକ୍‌ ମେଡାଲିଷ୍ଟ

ନିକୋସିଆ,୧୨।୧(ଏଏଫ୍‌ପି)- ଇରାନର ଏକମାତ୍ର ମହିଳା ଅଲିମ୍ପିକ ପଦକ ହାସଲକାରୀ ଆଥଲେଟ୍‌ କିମିଆ ଅଲିଜାଦେ ଦେଶ ଛାଡି ଚାଲିଯାଇଛନ୍ତି। ଶନିବାର ଏ ନେଇ ସେ ଘୋଷଣା କରିଛନ୍ତି।...

ରୋହିତ-କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: ଓ୍ବେଷ୍ଟଇଣ୍ଡିଜ୍‌କୁ ୧୯୧ ରନ୍‌ର ଟାର୍ଗେଟ

ଟାରୌବା,୨୯।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବ୍ରାଏନ୍‌ ଲାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ୍‌କୁ ଭାରତ ୧୯୧...

ଆର୍‌ଆର୍‌ ୮ ଓଭରରେ ୭୫…

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍‌ଏଚ୍‌) ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ମଧ୍ୟରେ ମୁକାବିଲ ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ...

Advertisement
Archives

Model This Week