ମହିଳାଙ୍କୁ ଅସଦାଚରଣ : ୨ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨।୯: ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରାଯାଇଥିବା ମାମଲାରେ ଗଞ୍ଜାମ ଜିଲା ସଦର ଥାନା ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଦିନେଶ ସାହୁ (୨୫), ଗଣେଶ ସାହୁ (୨୪)। କେସ୍‌ ନମ୍ବର ୨୪୫/୧୯ରେ ଅଭିଯୁକ୍ତ ଦ୍ୱୟଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ, ଦିନେଶ ଜଣେ ଛାତ୍ରୀ ସ୍କୁଲ ଯିବା ବେଳେ ତାଙ୍କୁ କମେଣ୍ଟ ମାରୁଥିଲେ। ଶନିବାର ଛାତ୍ରୀ ଜଣଙ୍କ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦିନେଶ ତାଙ୍କୁ ଅଟକାଇ ଟଣାଓଟରା କରିଥିଲେ। ପରେ ଛାତ୍ରୀ ଜଣଙ୍କ ଏନେଇ ତାଙ୍କ ମା’ଙ୍କୁ କହିଥିଲେ। ଏନେଇ ମହିଳା ଜଣଙ୍କ ଦିନେଶଙ୍କୁ ପଚାରିଥିଲେ। ଶନିବାର ରାତିରେ ଦିନେଶ ଓ ତାଙ୍କର ଅନ୍ୟଜଣେ ସାଙ୍ଗ ଗଣେଶ ଦୁହେଁ ମିଶି ଉକ୍ତ ମହିଳାଙ୍କ ଘରେ ପଶି ଉଭୟ ମା’ ଓ ତାଙ୍କ ଝିଅଙ୍କୁ ଅସଦାଚରଣ କରିଥିଲେ। ପରେ ଏନେଇ ସଦର ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ନିଖୋଜ ଛାତ୍ର ଜଙ୍ଗଲରୁ ଉଦ୍ଧାର

ଦାରିଙ୍ଗବାଡ଼ି,୨୮।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଦଡ଼ିବାଡ଼ି ପ୍ରାଥମିକ ବିଦ୍ୟାଳୟର ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ର ବୁଧବାର ଭୋରରୁ ନିଖୋଜ ହୋଇଯାଇଥିଲେ। ସକାଳୁ ସେ ହଷ୍ଟେଲରେ ନଥିବା ପ୍ରଧାନ ଶିକ୍ଷକ...

୫ ଏକର ଜଙ୍ଗଲ କାଟିଦେଲା ବନ ବିଭାଗ

ନୟାଗଡ଼ ଅଫିସ,୧୭।୬: ନୟାଗଡ଼ ବନଖଣ୍ଡ ନୟାଗଡ଼ ରେଞ୍ଜ ପକ୍ଷରୁ ଖେଡପଡ଼ା ସେକ୍ସନ କୋସକା ବିଟ୍‌ର ରାଜଗିରି ଡୁବୁରି ମୁଣ୍ଡିଆରୁ ୨ ଏକର ଓ ମାଳିସାହି ଜାଆଡା...

ଦୀର୍ଘ ୭ ମାସ ପରେ ଖୋଲିଲା ଆହାର କେନ୍ଦ୍ର

ବେଲପାହାଡ଼,୨ା୧୧(ଡି.ଏନ୍‌.ଏ.): ଦୀର୍ଘ ୭ ମାସ ଧରି କରୋନା ସଂକ୍ରମଣ ଯୋଗୁ ବନ୍ଦ ରହିଥିବା ବେଲପାହାଡ଼ ଆହାରକେନ୍ଦ୍ର ସୋମବାରରୁ ପୁନଃ ଖୋଲିଛି। ଏହି ଅବସରରେ ଝାରସୁଗୁଡ଼ା ଉପଜିଲାପାଳ...

ନକଲି ପାନମସଲା କାରଖାନା ଠାବ: ମାଲିକ ଗିରଫ

କଟକ ସଦର, ୧୬।୧(ଡି.ଏନ୍‌.ଏ.): କଟକ ଜିଲା ସଦର ଥାନା ଅଧୀନ ଆମଣ ପଞ୍ଚାୟତର ଶାସୋଳ ଗ୍ରାମରେ ଶୁକ୍ରବାର ପୋଲିସ ଚଢାଉ କରି ନକଲି ପାନମସଲା କାରଖାନା...

ସେବାରେ ସମରପିତ ଗୁଞ୍ଜ ମା’ର ଜୀବନ୍‌

ଲାଠୋର,୧୫।୫ (ଡି.ଏନ.ଏ.): ବଏସ୍‌ ପାଖାପାଖି ଶହେ। ଜୀବନ୍‌ର ଶେଷ ମୁଡ଼ସାକେ ଛିଁ ସାରିଛନ୍‌। ହେଲେ ଆଏଜ୍‌ ବି ସେ ସେବା ମନ୍‌ବୁରତିକେ ଛାଡ଼ି ନାଇଁପାରି। ଆସେପାସେ...

ସାତପଡ଼ାରେ ପ୍ରତିଷ୍ଠା ହେବ ବରଫକଳ

ପୁରୀ ଅଫିସ,୨୮ା୧୨: ପୁରୀ ଉପକୂଳ ମତ୍ସ୍ୟ ଓ ଚିଙ୍ଗୁଡ଼ି ଚାଷ ସମ୍ପର୍କିତ ନିୟମ ଏବଂ କାର୍ଯ୍ୟକାରିତା ସଂକ୍ରାନ୍ତ କର୍ମଶାଳା ରବିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା...

ସାହାରପଡ଼ା ଅଞ୍ଚଳର ଟିକ୍‌ଟକ୍‌ ଭିଡିଓ କଳାକାରଙ୍କ ଓଡ଼ିଆ ସିନେମାରେ ପ୍ରବେଶ

ପାଟଣା, ୧।୮(ସ୍ବ.ପ୍ର.)-ଟିକ୍‌ଟିକ୍‌ କେତେକ କ୍ଷେତ୍ରରେ ଲୋକଙ୍କୁ ବଦନାମ କରିଥିବାବେଳେ କେତେକଙ୍କ ପାଇଁ ଖୁସିର ସମାହାର ଆଣିଦେଇଛି। ତେବେ ସବୁର ବ୍ୟବହାର ଜାଣିଲେ ହେଲା। ଭଲ କାମ...

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଗଲା

ଫୁଲବାଣୀ ଅଫିସ,୯।୬: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପଟାଙ୍ଗି ପଞ୍ଚାୟତର ପଦାସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।...

Advertisement
Archives

Model This Week