Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ
ପରିବାରର ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ବନ୍ଧୁମାନଙ୍କ ସହଯୋଗରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବ। ଆନୁଷ୍ଠାନିକ କାମରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ ପାଇଁ ପ୍ରସ୍ତୁତି ଚଳାଇ ପାରନ୍ତି। ଜମିଜମା କାରବାର, ନୂତନ ଘର ତିଆରି, ଯାନ ବାହାନ ମରାମତି, ଦୋକାନର ଉନ୍ନତୀକରଣ ଓ ସଭାସମିତିରୁ ଉପକୃତ ହେବେ। ଆନୁଷ୍ଠାନିକ କାମରେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ। ବିଗତ ଦିନରେ ଘଟି ଯାଇଥିବା ଘଟଣାର ମୋଡ ବଦଳି ଯାଇପାରେ।
ମିଥୁନ
ମିଥୁନ
ଆଜି କୌଣସି ଆନୁଷ୍ଠାନିକ କାମରେ ନିଜକୁ ନିୟୋଜିତ କରିବାକୁ ପଡିପାରେ। ଦିନ ମଧ୍ୟରେ ଘର କିମ୍ବା ଜମିଜମା, ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ। ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଡୋଶୀଙ୍କ ସହ ସମସ୍ୟା ମୂଳକ ପରିସ୍ଥିତି ସୃଷ୍ଟି ହେବ। ଆଜି ଯାହା କରିବେ ଅବଶ୍ୟ କ୍ଷତି ହେବନି।
କର୍କଟ
କର୍କଟ
ଆପଣଙ୍କ କାର୍ଯ୍ୟକଳାପରେ ସାମୟିକ ଅସନ୍ତୁଷ୍ଟ ହୋଇ ସମ୍ମୁଖରେ କିଏ କିଛି ସିନା କହିବେ ନାହିଁ ପଛରେ ବହୁତ ସମାଲୋଚନା ହେବ। କାଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିନପାରେ ଏବଂ ଘର କାମକୁ ମଧ୍ୟ ଅଣହେଳା କରିବେ। କଚେରି ମାମଲା ମନ୍ଥର ହେବା କାରଣରୁ ଉଦବେଗ ବୃଦ୍ଧି ପାଇବ। ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅଳସୁଆମି ଅବହେଳା ଯୋଗୁ କାମଟି ବିଗିଡି ଯାଇପାରେ। ପାରିବାରିକ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବାରୁ ସାମୟିକ ଖୁସୀ ରହିବେ। ବ୍ୟବସାୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ। ମନ ଭିତରର ଅକୁହା କଥାକୁ ବନ୍ଧୁଙ୍କ ନିକଟରେ ବଖାଣି ସାମୟିକ ସହାନୁଭୂତି ଲାଭ କରିବେ।
କନ୍ୟା
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଗୁଡିକ ଠିକ୍‌ ଭାବେ ସମ୍ପନ୍ନ ହେବା କଷ୍ଟକର ହୋଇ ପଡିବ। ପରୋକ୍ଷ ଭାବରେ ଶତ୍ରୁତା କରୁଥିବା ଲୋକମାନଙ୍କ ପ୍ରତି ସତର୍କ ରହିବା ଭଲ ହେବ। ଗୁରୁଜନଙ୍କ ପରାମର୍ଶରେ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। କୈାଶଳ ପ୍ରୟୋଗ କରି କାମ ହାସଲ କରି ପାରିବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଆନୁସଙ୍ଗିକ ସାହାଯ୍ୟ ସହଯୋଗ ପାଇ କାମ ହାସଲ କରିବାରେ କୈାଣସି ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କାମରେ ଗଠନମୂଳକ ପରାମର୍ଶ ଦେଇ ବନ୍ଧୁ ମାନଙ୍କ ପ୍ରିୟପାତ୍ର ହେବେ। ଦୀର୍ଘ ଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟ ଭିତିକ କାମଗୁଡିକ ସୁରୁଖୁରୁରେ ହୋଇ ଯିବ। କଳା, ସାହିତ୍ୟ, ସାମାଜିକ କ୍ଷେତ୍ରରେ ପ୍ରଂଶସିତ ହେବେ।
ବିଛା
ବିଛା
ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଥିଲେ ମଧ୍ୟ ଆଜି କେବଳ ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାର କରି ପାରିବେ। ସାଧାରଣ କଥାକୁ ନ ବୁଝି ମଧ୍ୟ ଘଟଣାକୁ ଅତିରତ୍ତ କରି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମ କ୍ଷେତ୍ରରେ ଜଣେ ସହକର୍ମୀଙ୍କ ସହ କଳହ ଲାଗିପାରେ।
ଧନୁ
ଧନୁ
ନିଜ ଲୋକ ମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭସମ୍ବାଦ ପାଇ ଉଲ୍ଲସିତ ହେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ମନ ଠିକ୍‌ ରହିବାରେ ବନ୍ଧୁଙ୍କ ପରାମର୍ଶ ମୁଖ୍ୟ ଭୂମିକା ଗ୍ରହଣ କରିବ।
ମକର
ମକର
ପାରିବାରିକ ସମସ୍ୟାକୁ ନେଇ ବନ୍ଧୁ ମାନଙ୍କ ସହ ଆଲୋଚନା କରିପାରନ୍ତି। ଜମିଜମା କ୍ରୟ ବିକ୍ରୟ କିମ୍ବା ନୂତନ ବାଣିଜ୍ୟାରମ୍ଭ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। କିଛିଟା ଲୋଭନୀୟ ପ୍ରତଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
କେତେକ ଆକସ୍ମିକ ସମସ୍ୟାକୁ ନେଇ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିବେ। ନୀଚ୍ଚ ସଂସର୍ଗରୁ ଦୂରେଇ ରୁହନ୍ତୁ, ନତୁବା ସମାଲୋଚିତ ହେବାକୁ ପଡିପାରେ। ଚେଷ୍ଟା କରୁଥିବା କାମରେ ଆନୁସଙ୍ଗତ୍କ ସାହାଯ୍ୟ ନିଶ୍ଚିତ ଲାଭ କରିବେ।
ମୀନମୀନ
ମାନସିକ ଅସ୍ଥିରତା କାରଣରୁ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପରିବାରର ଖର୍ଚ୍ଚ ଭାର କ୍ରମଶଃ ବଢି ବଢି ଯିବା କାରଣରୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୈତିକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। ଆନୁଷ୍ଠାନିକ କାମରୁ କିମ୍ବା ସଭାସମିତିରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri