ମହାରାଷ୍ଟ୍ରରେ ୧୨୭୩ ପୋଲିସ କରୋନା ପଜିଟିଭ୍‌

ମୁମ୍ବାଇ,୧୮।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା କରୋନା ଯୋଦ୍ଧା, ପୋଲିସଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ଏଭଳି କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ରାଜ୍ୟର ୧୨୭୩ ପୋଲିସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପିଜିଟିଭ୍‌ ଆସିଛି। ଏନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସୋମବାର ଏକ ସୂଚନା ଜାରି ହୋଇଛି। ସେମାନଙ୍କ ମଧ୍ୟରେ ୧୩୧ ଜଣ ଅଧିକାରୀ ଥିବାବେଳେ ୧୧୪୨ ଜଣ ପୋଲିସ ବାହିନୀର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ରାଜ୍ୟ ପୋଲିସ ବାହିନୀରେ କାର୍ଯ୍ୟ କରୁଥିବା ୧୧ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୯୧ ସଂକ୍ରମିତ କର୍ମଚାରୀ ସୁସ୍ଥ ହୋଇ ଘରକୁ ଫେରିଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଯୋଡୋ ଯାତ୍ରା ଅଧାରୁ ଛାଡ଼ିବାକୁ ଚାହୁଁଥିଲେ ରାହୁଲ: ଭେନୁଗୋପାଲ…

ନୂଆଦିଲ୍ଲୀ,୧୨।୨ : ଏଆଇସିସି ମହାସଚିବ  କେ.ସି ଭେନୁଗୋପାଲ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ଦେଇଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଏହି ଯାତ୍ରାର...

ମିଡ଼ିଆ ରିପୋର୍ଟକୁ ଖଣ୍ଡନ କଲେ ସରକାର: କରୋନା ଟିକାର ଖରାପ ପ୍ରଭାବ ନାହିଁ…

ନୂଆଦିଲ୍ଲୀ,୧୭।୧ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିଛି। ଯେଉଁଥିରେ କୁହାଯାଇଛି ଯେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌)...

ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା: ୨୦୨୧ରେ ଜିଓ ଆଣିବ ୫-ଜି

ନୂଆଦିଲ୍ଲୀ,୮।୧୨: ଦେଶର ଜିଓ ଉପଭୋକ୍ତା ୨୦୨୧ରେ ୫-ଜି ସୁବିଧା ପାଇପାରିବେ। ଏନେଇ ମୁକେଶ ଅମ୍ବାନି ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଭାରତୀୟ ମୋବାଇଲ କଂଗ୍ରେସର ଉଦ୍‌ଘାଟନୀ...

ଏଲ୍‌ଏସିର ସ୍ଥିତି ପରଖିବେ ପ୍ରତିରକ୍ଷା ମନ୍ତ୍ରୀ, ସେନାମୁଖ୍ୟ

ନୂଆଦିଲ୍ଲୀ,୧।୭: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ଭାରତୀୟ ସେନା ଖୁବ୍‌ ସଜାଗ ରହିଛି। ଚାଇନାକୁ କଡା ଜବାବ ଦେବାକୁ ସବୁ ସମୟରେ ପ୍ରସ୍ତୁତ ରହିଛି...

ଆଇନ ଶୃଙ୍ଖଳାରେ ବାଧା ସୃଷ୍ଟି କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୩।୪: ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂ ଗିରଫ ହେବା ପରଠାରୁ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇତିମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ...

ଆଜି ଆଉ ୧୦ ଜୀବନ ନେଲା କରୋନା, ୫୫୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୭ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୦ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୫୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ...

କର୍ନାଟକ ବିଦ୍ରୋହୀ ବିଧାୟକଙ୍କ ଜୀବନ ପ୍ରତି ବିପଦ: ମୁମ୍ବାଇ ପୋଲିସ କମିଶନରଙ୍କୁ ଲେଖିଲେ ଚିଠି

ମୁମ୍ବାଇ,୧୦।୭: କର୍ନାଟକର ୧୦ ବିଦ୍ରୋହୀ ବିଧାୟକ ମୁମ୍ବାଇର ରୋନିସଂସ୍‌ ହୋଟେଲରେ ରହିଛନ୍ତି। ତେବେ ଜୀବନ ପ୍ରତି ବିପଦ ଥିବା ନେଇ ସେମାନେ ମୁମ୍ବାଇ ପୋଲିସ କମିଶନରଙ୍କୁ...

‘ଅଢେଇ ବର୍ଷ ମୁଁ, ଅଢେଇ ବର୍ଷ ତୁମେ ହେବ ମୁଖ୍ୟମନ୍ତ୍ରୀ’

ପାଟନା,୧୭।୩: ବିହାରର ରାଜନୀତି ପୁଣି ଥରେ ରୋଚକ ମୋଡ଼ ନେଉଛି। ଏଥର ପ୍ରସଙ୍ଗ ଭାଜପା ଏବଂ ଜେଡିୟୁ ମଧ୍ୟରେ ନୁହେଁ, ବରଂ ବିକାଶଶୀଳ ଇନସାନ ପାର୍ଟି...

Advertisement
Archives

Model This Week