Posted inଖେଳ

ମହାନ କ୍ରିକେଟର ହେବାକୁ ଚାହାଁନ୍ତି ଥୋମାସ୍‌

କିଙ୍ଗଷ୍ଟନ, ୮ା୬ (ପି.ଟି.)-ଓ୍ବେଷ୍ଟଇଣ୍ଡିଜର ସ୍ବଳ୍ପ ବୟସ୍କ ପେସ୍‌ ବୋଲର ଓଶାନେ ଥୋମାସ୍‌ ଉଚ୍ଚ ଅଭିଳାଷ ରଖିଛନ୍ତି। ସେ ଜଣେ ମହାନ କ୍ରିକେଟର ହେବାକୁ ଚାହାଁନ୍ତି। ଇଂଲଣ୍ଡ ଟୁର୍‌ ପାଇଁ ଘୋଷଣା କରାଯାଇଥିବା ୨୫ ଜଣିଆ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳରେ ଜଣେ ରିଜର୍ଭ ଖେଳାଳି ଭାବେ ତାଙ୍କୁ ନିଆଯାଇଛି। ୨୦୧୮ରେ ନଜରକୁ ଆସିବାପରଠାରୁ ୨୩ବର୍ଷୀୟ ଥୋମାସ ଓ୍ବେଷ୍ଟଇଣ୍ଡିଜ ତରଫରୁ ହ୍ବାଇଟ୍‌ ବଲ୍‌ କ୍ରିକେଟ ଖେଳି ଆସୁଛନ୍ତି। ଏପର୍ଯ୍ୟନ୍ତ ସେ ଟେଷ୍ଟ ମ୍ୟାଚ ଖେଳିବା ସୁଯୋଗ ପାଇ ନାହାନ୍ତି। ସେ ଇତିମଧ୍ୟରେ ୨୦ ଅନ୍ତର୍ଜାତୀୟ ଦିନିକିଆ ଓ ୧୨ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ସାରିଛନ୍ତି। ଇଂଲଣ୍ଡରେ ତାଙ୍କୁ ଟେଷ୍ଟ ପଦାର୍ପଣର ସୁଯୋଗ ମିଳିବ ବୋଲି ସେ ଆଶା ରଖିଛନ୍ତି। ଥୋମାସ୍‌ କହିଛନ୍ତି, ମୁଁ ଜଣେ ଆଭରେଜ କ୍ରିକେଟର ହେବାକୁ ଚାହେନା ବରଂ ତିନୋଟି ଫର୍ମାଟରେ ଭଲ ପ୍ରଦର୍ଶନ କରି ଭବିଷ୍ୟତରେ ମହାନ କ୍ରିକେଟର ହେବାକୁ ମୋର ଇଚ୍ଛା। ଥୋମାସ୍‌ ଗତ ବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ। ମାତ୍ର ଏହି ଯୁବ ଖେଳାଳିଙ୍କୁ ସୁଯୋଗ ମିଳି ନ ଥିଲା। ଓ୍ବେଷ୍ଟଇଣ୍ଡିଜ ୨-୧ରେ ସରିଜ ବିଜୟୀ ହୋଇଥିଲା। ଆସନ୍ତା ସପ୍ତାହରେ ଇଂଲଣ୍ଡ ଟୁର ପାଇଁ ଓ୍ବେଷ୍ଟଇଣ୍ଡିଜ ୧୪ ଜଣିଆ ଦଳ ଘୋଷଣା କରିଥିବାବେଳେ ୧୧ଜଣିଆ ରିଜର୍ଭ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। କରୋନାଭାଇରସ୍‌ ସଂକ୍ରମଣ ରିସ୍କ ଥିବାରୁ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୈବ-ସୁରକ୍ଷିତ ପରିବେଶ ସହ ରୁଦ୍ଧଦ୍ୱାରରେ ଖେଳାଯିବା ଲାଗି ପ୍ରସ୍ତାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ବିଶ୍ୱ ରେକର୍ଡ କଲେ ରୋହିତ ଶର୍ମା, ମାର୍ଟିନ- ଗେଲଙ୍କୁ ପଛରେ ପକାଇଲେ

ଚେନ୍ନାଇ,୧୩।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ହିଟ୍‌ମ୍ୟାନ୍‌ ଜବରଦସ୍ତ ବ୍ୟାଟିଂ କରୁଛନ୍ତି। ୧୩୦ ବଲ୍‌ ଖେଳି ସେ ନିଜ କ୍ୟାରିୟରର ୭ମ ଶତକ...

ଗୋଟିଏ ଓଭରରେ ୩୪ ରନ୍‌: ଟି୨୦ରେ ଭାରତର ସବୁଠୁ ମହଙ୍ଗା ବୋଲର ହେଲେ ଶିବମ ଦୁବେ

ମାଉଣ୍ଟ ମାଉଁଗନୁଇ,୨।୨: ଅନ୍ତିମ ଟି୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ପାଞ୍ଚମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୫-୦ରେ ମୂଳପୋଛ କରିଛି। ଯଦିଓ...

ଅଲିମ୍ପିକ୍ସ ଖେଳିବା ପାଇଁ ସର୍ତ୍ତ ରଖିଲେ ନମ୍ବର ଓ୍ବାନ୍‌ ଟେନିସ ଖେଳାଳି

ବେଲଗ୍ରେଡ, ୨୭।୫: ଟୋକିଓ ଅଲିମ୍ପିକ୍ସରେ ଖେଳିବା ଲାଗି ସର୍ତ୍ତ ରଖିଛନ୍ତି ବିଶ୍ୱର ନମ୍ବର ଓ୍ବାନ୍‌ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌। ଫ୍ୟାନ୍ସଙ୍କୁ ଷ୍ଟାଡିୟମରେ...

ପନ୍ତ କଲେ ଏମିତି କାମ, ଡରିଗଲେ ବିରାଟ କୋହଲି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବୁଧବାରଠାରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଦିବାରାତ୍ର...

ବାରବାଟୀ ଷ୍ଟାଡିୟମ: ସୁଧୁରିନି ଫନୀ ପ୍ରକୋପ

କଟକ ଅଫିସ,୨୯।୯- ବାରବାଟୀ ଷ୍ଟାଡିୟମରେ ନ ହୋଇପାରେ ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌। ଏବେ ସୁଦ୍ଧା ଫନୀ ପ୍ରଭାବର କ୍ଷୟକ୍ଷତି ପୂରଣ ହୋଇନି। ଭଙ୍ଗାରୁଜା...

ଓଡିଆ କରୋନା ଯୋଦ୍ଧାଙ୍କ ନାଁ ଜର୍ସିରେ ଲେଖିଲେ ଏହି କ୍ରିକେଟର୍‌

ଆଇପିଏଲର ୨୦୨୦ ତୃତୀୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଏକ କାସ୍‌ ମ୍ୟାଚ୍‌ ଥିଲା। କାରଣ...

୧୯ ବର୍ଷରୁ କମ୍‌ କ୍ରିକେଟ: ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଭାରତ ସିରିଜ ବିଜୟୀ

ଇଷ୍ଟ ଲଣ୍ଡନ, ୨୮ା୧୨ (ପି.ଟି.)- ସ୍ଥାନୀୟ ବଫାଲୋ ପାର୍କଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଯୁବ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଯଶସ୍ବୀ ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ...

ଜୁନିୟର ବ୍ୟାଡ୍‌ମିଣ୍ଟନ: ତାମିଲନାଡ଼ୁ ଚାମ୍ପିୟନ

ଭୁବନେଶ୍ୱର, ୨୨।୧୨ (କ୍ରୀଡ଼ା ପ୍ରତିନିଧି): କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର (୧୯ ବର୍ଷରୁ କମ୍‌) ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଦଳଗତ ପ୍ରତିଯୋଗିତା...

Advertisement
Archives

Model This Week