Posted inଖେଳ

ମହାନ କ୍ରିକେଟର ହେବାକୁ ଚାହାଁନ୍ତି ଥୋମାସ୍‌

କିଙ୍ଗଷ୍ଟନ, ୮ା୬ (ପି.ଟି.)-ଓ୍ବେଷ୍ଟଇଣ୍ଡିଜର ସ୍ବଳ୍ପ ବୟସ୍କ ପେସ୍‌ ବୋଲର ଓଶାନେ ଥୋମାସ୍‌ ଉଚ୍ଚ ଅଭିଳାଷ ରଖିଛନ୍ତି। ସେ ଜଣେ ମହାନ କ୍ରିକେଟର ହେବାକୁ ଚାହାଁନ୍ତି। ଇଂଲଣ୍ଡ ଟୁର୍‌ ପାଇଁ ଘୋଷଣା କରାଯାଇଥିବା ୨୫ ଜଣିଆ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳରେ ଜଣେ ରିଜର୍ଭ ଖେଳାଳି ଭାବେ ତାଙ୍କୁ ନିଆଯାଇଛି। ୨୦୧୮ରେ ନଜରକୁ ଆସିବାପରଠାରୁ ୨୩ବର୍ଷୀୟ ଥୋମାସ ଓ୍ବେଷ୍ଟଇଣ୍ଡିଜ ତରଫରୁ ହ୍ବାଇଟ୍‌ ବଲ୍‌ କ୍ରିକେଟ ଖେଳି ଆସୁଛନ୍ତି। ଏପର୍ଯ୍ୟନ୍ତ ସେ ଟେଷ୍ଟ ମ୍ୟାଚ ଖେଳିବା ସୁଯୋଗ ପାଇ ନାହାନ୍ତି। ସେ ଇତିମଧ୍ୟରେ ୨୦ ଅନ୍ତର୍ଜାତୀୟ ଦିନିକିଆ ଓ ୧୨ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ସାରିଛନ୍ତି। ଇଂଲଣ୍ଡରେ ତାଙ୍କୁ ଟେଷ୍ଟ ପଦାର୍ପଣର ସୁଯୋଗ ମିଳିବ ବୋଲି ସେ ଆଶା ରଖିଛନ୍ତି। ଥୋମାସ୍‌ କହିଛନ୍ତି, ମୁଁ ଜଣେ ଆଭରେଜ କ୍ରିକେଟର ହେବାକୁ ଚାହେନା ବରଂ ତିନୋଟି ଫର୍ମାଟରେ ଭଲ ପ୍ରଦର୍ଶନ କରି ଭବିଷ୍ୟତରେ ମହାନ କ୍ରିକେଟର ହେବାକୁ ମୋର ଇଚ୍ଛା। ଥୋମାସ୍‌ ଗତ ବର୍ଷ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ। ମାତ୍ର ଏହି ଯୁବ ଖେଳାଳିଙ୍କୁ ସୁଯୋଗ ମିଳି ନ ଥିଲା। ଓ୍ବେଷ୍ଟଇଣ୍ଡିଜ ୨-୧ରେ ସରିଜ ବିଜୟୀ ହୋଇଥିଲା। ଆସନ୍ତା ସପ୍ତାହରେ ଇଂଲଣ୍ଡ ଟୁର ପାଇଁ ଓ୍ବେଷ୍ଟଇଣ୍ଡିଜ ୧୪ ଜଣିଆ ଦଳ ଘୋଷଣା କରିଥିବାବେଳେ ୧୧ଜଣିଆ ରିଜର୍ଭ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। କରୋନାଭାଇରସ୍‌ ସଂକ୍ରମଣ ରିସ୍କ ଥିବାରୁ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୈବ-ସୁରକ୍ଷିତ ପରିବେଶ ସହ ରୁଦ୍ଧଦ୍ୱାରରେ ଖେଳାଯିବା ଲାଗି ପ୍ରସ୍ତାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ପୈତୃକ ଗାଁରେ ଘର କାମ ଆରମ୍ଭ କଲେ ରିଷଭ ପନ୍ତ

ପିଥୋରାଗଡ଼(ଉତ୍ତରାଖଣ୍ଡ),୧୦ା୮: ରିଷଭ ପନ୍ତଙ୍କ ମା’ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲାରେ ନିଜ ପୈତୃକ ଗାଁକୁ ଫେରିବା ପରେ ସେମାନଙ୍କ ଘରର ପୁନଃ ନିର୍ମାଣ କାମ ଆରମ୍ଭ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri