ମହାନଦୀ ଜଳ ବିବାଦର ଚାହାନ୍ତି ସମାଧାନ : ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇବାକୁ କଟକରୁ ସାଇକେଲ ଯାତ୍ରା

ଅନୁଗୋଳ ଅଫିସ,୪ା୭ – ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ଲକ୍ଷ୍ୟରେ ଦୁଇ ଛାତ୍ର କଟକ ମାହାଙ୍ଗା ଅଞ୍ଚଳର କ୍ରିଷ୍ଣାକାନ୍ତ ଷଡ଼ଙ୍ଗୀ ଓ କେନ୍ଦୁଝର ଆନନ୍ଦପୁରର ଶୁଭ୍ରଜିତ ବାରିକ କଟକରୁ ସାଇକେଲ୍‌ରେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଗତ ୧ ତାରିଖରୁ ଯାତ୍ରା ଆରମ୍ଭ କରିଥିବା ଏହି ଦୁଇ ଛାତ୍ର ବୁଧବାର ଅନୁଗୋଳ ଜିଲା ବଇଣ୍ଡାଠାରେ ପହଞ୍ଚି ରାତ୍ରିଯାପନ କରିଛନ୍ତି। ଅଗଷ୍ଟ ୪ ତାରିଖ ମଧ୍ୟରେ ଦୁହେଁ ୧୬ଶହ କିମି ରାସ୍ତା ଅତିକ୍ରମ କରି ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ଦେବାକୁ ସ୍ଥିର କରିଥିବା ପ୍ରକାଶ କରିଛନ୍ତି।
ନିଜର ଏହି ଯାତ୍ରା ସମ୍ପର୍କରେ ବିଟେକ ଛାତ୍ର କ୍ରିଷ୍ଣାକାନ୍ତ ଓ ସ୍ନାତକ ଛାତ୍ର ଶୁଭ୍ରଜିତ କହିଛନ୍ତି ଯେ, ଓଡ଼ିଶାର ଜୀବନ ରେଖା ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇପାରୁ ନାହିଁ। ଏହି ଆନ୍ତଃରାଜ୍ୟ ମାମଲା ଏବେ ଟ୍ରିବ୍ୟୁନାଲ୍‌ରେ ବିଚାରାଧୀନ ରହିଛି। ଏଣେ ମହାନଦୀରେ ଜଳପ୍ରବାହ ଦ୍ରୁତଗତିରେ ହ୍ରାସ ପାଉଥିବାରୁ ଏହାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ିବାରେ ଲାଗିଛି। ମହାନଦୀ ସହ କୋଟି କୋଟି ଲୋକଙ୍କ ଜୀବନ ଜୀବିକା ଜଡ଼ିତ ଥିବାରୁ ଏହି ବିବାଦର ସମାଧାନ ଶୀଘ୍ର ହେଉ ବୋଲି ଓଡ଼ିଶାବାସୀ ଚାହାନ୍ତି। ହେଲେ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାର ଯେପରି ତ୍ୱରିତ ପଦକ୍ଷେପ ନେବା କଥା ତାହା ନେଇ ନ ଥିବା ବେଳେ କେନ୍ଦ୍ର ସରକାର ଧୃତରାଷ୍ଟ୍ରଙ୍କ ପରି କାର୍ଯ୍ୟ କଲା ଭଳି ଅନୁଭବ ହେଉଛି। ତେଣୁ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେମାନେ ସାଇକେଲରେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ସେମାନଙ୍କ ଏପରି ଉଦ୍ୟମକୁ ବିଭିନ୍ନ ସ୍ଥାନରେ ବିପୁଳ ସମର୍ଥନ ମିଳୁଛି। ଅନୁଗୋଳରେ ମଧ୍ୟ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ବୋଲି କ୍ରିଷ୍ଣାକାନ୍ତ ଓ ଶୁଭ୍ରଜିତ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାରେ ଅବହେଳା ଅଭିଯୋଗ

ଅନୁଗୋଳ ଅଫିସ, ୨୪।୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ରୋଗୀଙ୍କ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ ଆସିଛି। ଡାକ୍ତରଖାନାର ୩ ମହଲା ବିଲ୍ଡିଂରେ ଥିବା ବେଡ...

ଆଜି ବନ୍ଦ ହେବ ରେଙ୍ଗାଳି ଡ୍ୟାମ୍‌ ଗେଟ୍‌

କଣିହାଁ,୪।୧୦(ଡି.ଏନ.ଏ.): କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମ୍‌ରୁ ୩ୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ପାଇଁ ମଙ୍ଗଳବାର ପୂର୍ବାହ୍ନଠାରୁ ୮ ନଂ. ଗେଟ ଖୋଲାଯାଇଥିଲା।...

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ : ଡାକ୍ତରଖାନା ପରିସରରେ ଉତ୍ତେଜନା

ଅନୁଗୋଳ ଅଫିସ,୨୬।୯: ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଗୁରୁବାର ଜଣଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ଘର ବଅଁରପାଳ ବ୍ଲକ...

ହାତରୁ ବନ୍ଧୁକ ଛଡ଼ାଇଲା ପ୍ରେମ

ବନ୍ତଳା, ୨୧।୧୧ – ଏକଦା ଲାଲ୍‌ଗଡ଼ରେ ଥିଲା ସେମାନଙ୍କ ରାଜୁତି। ଦୁର୍ନୀତି ବିରୋଧରେ ଉଠାଇଥିଲେ ବନ୍ଧୁକ। ମାଓବାଦୀ ସଙ୍ଗଠନ ବିଷୟରେ ମତାଉଥିଲେ ଲୋକଙ୍କୁ। ହେଲେ ହିଂସା...

ନରହନ୍ତା ଦନ୍ତାକୁ କରାଯିବ ଟ୍ରାଙ୍କୁଲାଇଜ

ବନ୍ତଳା,୧୭ା୧(ଡି.ଏନ.ଏ.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଶୁକ୍ରବାର ଟ୍ରାଙ୍କୁଲାଇଜ୍‌ କରାଯିବାକୁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି...

ଏଟିଏମ୍‌ ତାଡ଼ି ଟଙ୍କା ଲୁଟ୍‌

ଛେଣ୍ଡିପଦା,୧ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଲକ୍ଷ୍ମୀ ବଜାରଠାରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ତାଡ଼ି ଶନିବାର ରାତିରେ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌...

ଚାଷଜମିରେ ମାଟି ଦବି ବିରାଟ ଗର୍ତ୍ତ: ଲୋକେ ଆତଙ୍କିତ

ତାଳଚେର,୧୫।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ପୌରପରିଷଦ ୧୮ନଂ. ୱାର୍ଡ ଦେଉଳବେଡ଼ା ତେଲିସାହି ଅକ୍ଷୟ କୁମାର ସାହୁଙ୍କ ଚାଷଜମିରେ ମାଟି ଦବି ଏକ ବିରାଟ ଗର୍ତ୍ତ ସୃଷ୍ଟି...

କାର୍ଯ୍ୟକ୍ଷମ ହେଉନି ଜେଏମ୍‌ଏଫ୍‌ସି କୋର୍ଟ

ବଇଣ୍ଡା,୧୧।୯(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ଲୋକଙ୍କୁ ନ୍ୟାୟିକ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୨୦୧୮ରେ ବିଭିନ୍ନ ବ୍ଲକରେ ଜେଏମ୍‌ଏଫ୍‌ସି (ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ...

Advertisement
Archives

Model This Week