ମହାନଦୀରେ ବୁଡ଼ି ହାତୀ ଶାବକ ମୃତ

 

ସୋନପୁର/ଉଲୁଣ୍ଡା, ୮।୧୨(ନି.ପ୍ର./ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ମହାନଦୀର ବାଘପାଲି ଘାଟ ନିକଟ ପାଣିରେ ବୁଡ଼ି ଏକ ହାତୀ ଶାବକର ମୃତ୍ୟୁ ହୋଇଛି। ଶନିବାର ସକାଳ ୬ଟାରେ ଏହି ଘଟଣା ଘଟିଛି । ମୃତ ଅଣ୍ଡିରା ହାତୀ ଶାବକଟି ୪୫ରୁ ୬୦ ଦିନର। ତା’ର ଲମ୍ବ ୧୬୨ ସେଣ୍ଟିମିଟର ଓ ଉଚ୍ଚତା ୮୦ ସେଣ୍ଟିମିଟର ବୋଲି ବନ ବିଭାଗ କହିଛି ା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ ପରେ ବନ ବିଭାଗ ଗାତ ଖୋଳି ମୃତଦେହକୁ ନଦୀବନ୍ଧରେ ପୋତି ଦେଇଛି। ହାତୀ ଶାବକଟି ନଦୀ ପାର ହେବାକୁ ଚେଷ୍ଟା କରିଥିଲା ା ହେଲେ ପାଣିରେ ବୁଡି ଶାବକର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ମୃତ୍ୟୁର ଠିକ୍‌ କାରଣ ଜାଣିବା ପାଇଁ ମୃତଦେହର ବିଭିନ୍ନ ଅଂଶକୁ କାଟି ସଂରକ୍ଷିତ କରି ରଖାଯାଇଛି । ଏହା ବନ୍ୟଜନ୍ତୁ ଫୋରେନସିକ୍‌ ଲାବୋରେଟୋରିକୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ କହିଛନ୍ତି ।
ପ୍ରକାଶ ଯେ, ଖାଦ୍ୟ ଅନ୍ବେଷଣରେ ସମ୍ବଲପୁର ଜିଲା ରେଢାଖୋଲ ଜଙ୍ଗଲରୁ ଏକ ହାତୀପଲ ସୁବର୍ଣ୍ଣପୁର ବନଖଣ୍ଡକୁ ଚାଲି ଆସିଥିଲେ। ସେମାନେ ଗତ ଦେଢମାସ ହେବ ଜିଲାର ବିନିକା ଓ ଉଲୁଣ୍ଡା ଜଙ୍ଗଲ ଅଞ୍ଚଳରେ ରହି ବ୍ୟାପକ ପାଚିଲା ଧାନ ଫସଲ ଖାଇ ଓ ପାଦରେ ଦଳି ନଷ୍ଟ କରୁଥିଲେ। ବନବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ଶୁକ୍ରବାର ହାତୀପଲ ସୋନପୁର ବନାଞ୍ଚଳର କୀର୍ତ୍ତିପୁର ଜଙ୍ଗଲରେ ଥିଲେ । ରାତିରେ ଅଙ୍ଗନଦୀ ପାର ହୋଇ ବିନିକା ପଟକୁ ଯାଇଥିଲେ। ଶନିବାର ସକାଳେ ଏହି ପଲ ମହାନଦୀ ପାର ହୋଇ ଉଲୁଣ୍ଡା ଜଙ୍ଗଲକୁ ଯାଉଥିଲେ। ପଲରେ ମୋଟ ୨୪ଟି ହାତୀ ଥିଲେ। ସେଥିମଧ୍ୟରୁ ୨୦ଟି ମାଈ, ୨ଟି ଅଣ୍ଡିରା(ଦନ୍ତା) ଓ ୨ଟି ଶାବକ । ଗୋଟିଏ ଶାବକର ଶନିବାର ମୃତ୍ୟୁ ହୋଇଛି । ଶାବକଟି ନଦୀରେ ବୁଡି ଯିବା ପରେ ବଡ ହାତୀମାନେ ତାକୁ ଶୁଣ୍ଢରେ ଟାଣି ନଦୀ ଆଡିକୁ ଆଣିଥିଲେ। ଟାଣିବା ସମୟରେ ଶାବକର ଶୁଣ୍ଢରେ କ୍ଷତ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ବହୁ ସମୟ ଧରି ହାତୀପଲ ନଦୀ କୂଳରେ ଅଟକି ରହିଥିଲେ । ପରେ ସେମାନେ ସ୍ଥାନୀୟ ବଡାଲି ପାହାଡକୁ ଚାଲି ଯାଇଛନ୍ତି। ଖବର ପାଇ ବନଖଣ୍ଡ ଅଧିକାରୀ ସାମନ୍ତରାୟ, ସହକାରୀ ବନ ସଂରକ୍ଷକ ସୁଶୀଲ କୁମାର ତ୍ରିପାଠୀ, ବନପାଳ ଦୀନେଶ ମାଝି ପ୍ରମୁଖ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଡିଏଫ୍‌ଓ ଘଟଣା ସମ୍ପର୍କରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟଜନ୍ତୁ)ଙ୍କୁ ରିପୋର୍ଟ କରିଛନ୍ତି । ଉଲୁଣ୍ଡା ବ୍ଲକ ପ୍ରାଣୀ ଅଧିକାରୀ(ବିଭିଓ) ଡାକ୍ତର ସତ୍ୟନାରାୟଣ ସାହୁ ହାତୀ ଶାବକର ମୃତଦେହ ବ୍ୟବଚ୍ଛେଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନକିରାସିରା ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ: ଉଡିଗଲା ଆଜବେଷ୍ଟସ ଛପର, ଯୁବକ ମୃତ

ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ବୀରମହରାଜପୁର ବ୍ଲକ ସାନକିରାସିରା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଇନ୍ଧନ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟି ସିନୁ ପଧାନ(୨୪)ଙ୍କ...

୨୦ ଦିନ ହେଲା ଶଙ୍କରା ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ପ୍ୟାକ୍ସରେ ତାଲା

ବିନିକା,୧୧ା୬(ଡି.ଏନ୍‌.ଏ.)-ବିନିକା ବ୍ଲକର ଶଙ୍କରା ଧାନମଣ୍ଡିଠାରେ ଗତ ୨୦ ଦିନ ହେଲା ୭ ହଜାର ପ୍ୟାକେଟ୍‌ ଧାନ ବିକ୍ରି ପାଇଁ ଖୋଲା ଆକାଶ ତଳେ ପଡି ରହିଛି...

ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ସୋନପୁର,୨୧।୧(ନି.ପ୍ର.) ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ...

ଭସାଣି ପାଇଁ କମ୍ପୁଛି ବୀରମହାରାଜପୁର

ଅମରପାଲି, ୯।୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ବ୍ଲକ ବୀରମହାରାଜପୁର ଅଞ୍ଚଳରେ ହେଉଥିବା ଦଶହରା ପୂଜା ଉଦ୍‌ଯାପିତ ହୋଇଛି। ସଦର ବୀରମହାରାଜପୁରରେ ତିନୋଟି ସ୍ଥାନରେ ପୂଜା ହୋଇଥିଲା। ସ୍ଥାନୀୟ ତ୍ରିବେଣୀ...

ଭୂମିପୂଜାରେ ସୀମିତ ପାତାଳି ଶ୍ରୀକ୍ଷେତ୍ରର ବିକାଶ

ସୋନପୁର,୨୫।୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ୨୦୦୩ ମସିହାରେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର...

ଗାଁରୁ ସହର ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ

ସୋନପୁର,୩୦।୫(ନି.ପ୍ର.)-କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ଦେଶ ବିଦେଶରେ ଥିବା ସବୁ ଓଡିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ...

ବନ୍ୟାରେ ୧୨ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ

ସୋନପୁର,୧୮।୮(ନି.ପ୍ର.):ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ବ୍ୟାପକ କ୍ଷତି ଘଟିଛି। ପାଣି ଜମି ରହିବା ଫଳରେ ହଜାର ହଜାର ଏକର...

କୁଆପଥର ମାଡରେ ଝଡିଲା ରବିଧାନ

ବିନିକା,୨୪ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଜାରି ରହିଛି। ଏହାର ପ୍ରଭାବ ଜନସାଧାରଣଙ୍କ ଜୀବନଜୀବିକା ଉପରେ ପଡିଛି। ଏହି ପରିସ୍ଥିତିରେ ଗତ ତିନିଦିନର ବର୍ଷା...

Coronavirus Update


Archives

Model This Week

Why Dharitri