ମହାନଦୀରେ ନିର୍ମାଣ ହେବ ଆଉ ୭ ବ୍ୟାରେଜ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ମହାନଦୀର ନିମ୍ନସ୍ରୋତରେ ପ୍ରସ୍ତାବିତ ୭ ବ୍ୟାରେଜ୍‌ ମଧ୍ୟରୁ ୫ ବ୍ୟାରେଜ ପାଇଁ ପ୍ରାରମ୍ଭିକ ଅନୁସନ୍ଧାନ କାର୍ଯ୍ୟ ସମାପ୍ତ କରାଯାଇ ତାହାର ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସେହିପରି ଅନ୍ୟ ୨ ବ୍ୟାରେଜ ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଥିବା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ୨୦୧୮ ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ ୭ ବ୍ୟାରେଜ ଏବଂ ମହାନଦୀର ଉପ ଓ ଶାଖା ନଦୀଗୁଡ଼ିକରେ ୨୩ ସେଚ ପ୍ରକଳ୍ପ ନିର୍ମାଣ ନେଇ କୁହାଯାଇଥିଲା। ଏହିସବୁ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା କେତେ ମାତ୍ରାରେ ଅଗ୍ରଗତି ହୋଇଛି, ସେ ନେଇ ଆସିଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ରଘୁନନ୍ଦନ ଏହା କହିଛନ୍ତି। ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନ ନଂ ୭୬୩ର ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି।
ବିଜେପୁର ଲିଫ୍ଟ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। କୁସୁମିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ସାନ୍ଦୁଲ, ଅହିରାଜୋର,ରାନଜୋର,ଜୀରା ଲୋୟର ଲାନ୍ଥ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ପାଇଁ କାର୍ଯ୍ୟ ଚାଲିଛି। କୁଟୁଳିସିଘାଂ ପୁନର୍ବସତି ଓ ପୁନଃ ଥଇଥାନ, ପରିବେଶ ମଞ୍ଜୁରୀ ଓ ଜଙ୍ଗଲ ମଞ୍ଜୁରୀ ପାଇଁ କାର୍ଯ୍ୟ ଚାଲୁଛି। ଅଙ୍ଗ ସେଚ ପ୍ରକଳ୍ପ ପାଇଁ ସମସ୍ତ ବୈଧାନିକ ମଞ୍ଜୁର ପ୍ରାପ୍ତ ହୋଇଛି। ହେଲେ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକ ଏହାକୁ ବିରୋଧ କରୁଥିବା ଜଣାପଡିଛି। ଇବ୍‌ ପ୍ରକଳ୍ପ କେନ୍ଦ୍ରୀୟ ଜଳ ଆୟୋଗଙ୍କ ବୈଷୟିକ ଅନୁମୋଦନ ମିଳିଛି। ଗ୍ରାମବାସୀଙ୍କ ବିରୋଧ ଯୋଗୁ ଗ୍ରାମ ସଭା ହୋଇନାହିଁ। ତେଣୁ ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରୁନାହିଁ। ଅପରଲାନ୍ଥ ପ୍ରକଳ୍ପର ପରିବେଶ ମଞ୍ଜୁରୀ ଓ ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ପ୍ରାପ୍ତ ହୋଇଛି। ଅପର-ଉଦନ୍ତୀ ଡିପିଆର କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟକୁ ଅନୁମୋଦନ ପାଇଁ ଯାଇଥିବା ଜଣାପଡିଛି। ସେହିଭଳି ଖଡାଗୋ ଏବଂ ଲୋୟର ଉଦନ୍ତୀ ଫିଜିବିଲିଟି ରିପୋର୍ଟ ଅନୁମୋଦନ ଅପେକ୍ଷାରେ ରହିଛି। ମହାନଦୀ ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବାରୁ ତେଲ-ଇଣ୍ଟିଗ୍ରେଟେଡ୍‌ ଏବଂ ତେଲିଜୋର ପ୍ରକଳ୍ପ ଡିପିଆର ଅନୁମୋଦନ ହୋଇନାହିଁ। ବ୍ରାହ୍ମଣୀପଦ, ଉତ୍ତେଇ ଏବଂ ଲକ୍ଷ୍ମୀପଥର ସର୍ଭେ ଓ ଅନୁସନ୍ଧାନ ଚାଲୁଅଛି। ଲମ୍ବୋଦରା ଓ ସୁରୁବାଲିଜୋରରେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଟିକାକରଣ ପୂର୍ବରୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଶୁକ୍ରବାରଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ...

ପରଲୋକରେ ଭାଜପା ନେତା ଅଶୋକ ସାହୁ: ଶୋକପ୍ରକାଶ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୭।୯(ବ୍ୟୁରୋ): ବରିଷ୍ଠ ଭାଜପା ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅଶୋକ ସାହୁଙ୍କ ଗୁରୁବାର ପରଲୋକ ଘଟିଛି। କଟକ ପିଠାପୁରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ...

କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ଚିଠିରେ...

ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍‌କୁ କାଏମ୍‌ ରଖିଲେ ହାଇକୋର୍ଟ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍‌କୁ ହାଇକୋର୍ଟ କାଏମ୍‌ ରଖିଛନ୍ତି। ସଂଶୋଧିତ ଆଇନ୍‌କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତିି। ତେବେ ରାଜ୍ୟ ସରକାର...

ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା

ବୋରିଗୁମ୍ମା,୩୧ା୧(ଡି.ଏନ୍‌.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ...

ସାମିଲ ହେବ ସବୁ ସ୍କୁଲ

ଅନୁଗୋଳ ଅଫିସ, ୪।୧୨ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ ଯୋଜନା ଉପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏବେ ଜୋର୍‌ ଦିଆଯାଉଛି। ଜିଲାର ମୋଟ୍‌ ୧,୬୬୬...

କୁନି ଛାତ୍ରଙ୍କ ଭିଡିଓ ଭାଇରାଲ ପରେ ଖୋଲୁଛି ସରକାରୀ ବିଦ୍ୟାଳୟର ଗୁମର

ବାଲେଶ୍ୱର ଅଫିସ,୧୯ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଗୁମର ଖୋଲିଛନ୍ତି  ତୃତୀୟ ଶ୍ରେଣୀ ଛାତ୍ର। ବିଦ୍ୟାଳୟକୁ ପଢ଼ିବାକୁ ଆସିଥିବା କୁନି ଛାତ୍ରଙ୍କୁ ପ୍ରଧାନଶିକ୍ଷକ ପ୍ରତ୍ୟେକ ଦିନ...

ବଙ୍ଗୀୟ ମହିଳା ଗ୍ୟାଙ୍ଗ୍‌ର ୯ ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରର ବିଭିନ୍ନ ମଲ୍‌ରେ ସ୍ମାର୍ଟ ଉପାୟରେ ଚୋରି କରୁଥିଲା ବଙ୍ଗୀୟ ମହିଳା ଗ୍ୟାଙ୍ଗ୍‌। ଲଜ୍‌ ଓ ହୋଟେଲରେ ରହିବା ସହ ମଲ୍‌ରୁ ମଲ୍‌...

Advertisement
Archives

Model This Week