Posted inଜାତୀୟ

ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ଯାଏ ସ୍ଥଗିତ

ନୂଆଦିଲ୍ଲୀ,୨୪।୪(ପି.ଟି.): କୋଭିଡ୍‌-୧୯ ଜନିତ ସଙ୍କଟକୁ ନେଇ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନଧାରୀମାନଙ୍କୁ ମହଙ୍ଗା ଭତ୍ତା ବୃଦ୍ଧି ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଗୁରୁବାର ନିଷ୍ପତ୍ତି ନେଇଛି। ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇବା ପାଇଁ କେନ୍ଦ୍ର କ୍ୟାବିନେଟ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିବାରୁ ଦେଶର ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୧ ଲକ୍ଷ ପେନ୍‌ସନଧାରୀ ପ୍ରଭାବିତ ହେବେ। ୨୦୨୦ ଜାନୁୟାରୀ ୧ରୁ ଲାଗୁ ହେବାକୁ ଥିବା ବର୍ଦ୍ଧିତ ମହଙ୍ଗା ଭତ୍ତା (ଡିଏ) ସମେତ ମହଙ୍ଗା ସହାୟତା (ଡିଆର୍‌) ପ୍ରଦାନ ନ କରିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବର୍ଦ୍ଧିତ ଡିଏ ଏବଂ ଡିଆର୍‌ ବାବଦକୁ ୩୭,୫୩୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ରାଜ୍ୟଗୁଡ଼ିକ ମଧ୍ୟ ଅନୁରୂପ ନିଷ୍ପତ୍ତି ନେବେ। ଫଳରେ ୮୨,୫୬୬ କୋଟି ଟଙ୍କା ସଞ୍ଚୟ ହେବ। ଏହିପରି ଉଭୟ କେନ୍ଦ୍ର ଓ ରାଜ୍ୟ ରାଜକୋଷରେ ମୋଟ ୧.୨୦ ଲକ୍ଷ କୋଟି ଟଙ୍କା ବଳକା ରହିପାରିବ, ଯାହା କୋଭିଡ୍‌-୧୯ ମୁକାବିଲାରେ ବିନିଯୋଗ ହେବ ବୋଲି ଏକ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରୟାନ-୩ ସଫଳ ହେବାପରେ ଇସ୍ରୋ ମୁଖ୍ୟଙ୍କୁ ଫୋନରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୮: ଚନ୍ଦ୍ରୟାନ-୩ ବୁଧବାର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ଭାରତ ଇତିହାସ ସୃଷ୍ଟି କରିଛି। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ଠିକ୍‌ ୬ଟା...

ନିର୍ଭୟା ଅପରାଧୀଙ୍କୁ ଚୂଡ଼ାନ୍ତ ନୋଟିସ

ନୂଆଦିଲ୍ଲୀ,୧୯।୧୨(ଆଇଏଏନ୍‌ଏସ୍‌): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ବୁଧବାର ରାତିରେ ତିହାର ଜେଲ୍‌ ପ୍ରଶାସନ ଚୂଡ଼ାନ୍ତ ନୋଟିସ ଜାରି କରିଛନ୍ତି। ଯଦି ସେମାନେ...

ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ଇଡିର ସମନ

ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି।...

ଶିକ୍ଷାଦାନରେ ଲିଙ୍ଗଗତ ତାରତମ୍ୟ: ପ୍ରାଇମେରୀରେ ମହିଳା ଆଗୁଆ-କଲେଜରେ ପଛୁଆ

ନୂଆଦିଲ୍ଲୀ, ୫।୯: ଦେଶରେ ଶିକ୍ଷାଦାନ କ୍ଷେତ୍ରରେ ଲିଙ୍ଗଗତ ତାରତମ୍ୟ ପରିଲକ୍ଷିତ ହେଉଛି। ପ୍ରାଇମେରୀ ଶିକ୍ଷାଦାନ କ୍ଷେତ୍ରରେ ୧୦୦ ଜଣ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୮୩...

୨୧ ବର୍ଷର ରେକର୍ଡ: ଯେଉଁ ଦଳ ଦିଲ୍ଲୀ ଜିତିଛି ସେହି ଦଳ କେନ୍ଦ୍ରରେ ଗଢ଼ିଛି ସରକାର !

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ୭ ଲୋକ ସଭା ଆସନ ଅତି ଗୁରୁତ୍ୱପୂର୍ଣ୍ଣ। ଗତ ୨୧ ବର୍ଷ ଧରି ଏସବୁ ଆସନ ନେଇ ଏକ ରେକର୍ଡ ରହିଛି। ଏସବୁ...

ଧୋନିଙ୍କୁ ମିଳିଲା ନୂଆ ସମ୍ମାନ

ରାଞ୍ଚିି,୬।୩: କ୍ରିକେଟ ପଡ଼ିଆରେ ଚଉକା ଛକା ମାରି ବହୁ ପୁରସ୍କାର ଜିଣିଥିବା ମହେନ୍ଦ୍ର ସିଂ ଧୋନିଙ୍କୁ ଏବେ ନୂଆ ସମ୍ମାନ ମିଳିଛି। ଗୋ-ପାଳନ କ୍ଷେତ୍ରରେ ଉଲ୍ଲେଖନୀୟ...

ଜମି ବିବାଦ: କଲୋନେଲ୍‌ଙ୍କ ଦାଦାଗିରି; ୪୦ ଯବାନଙ୍କୁ ନେଇ ଟ୍ରାକ୍ଟରରେ ଚାଷ କଲେ

ପୁଣେ,୨୫।୬: ମହାରାଷ୍ଟ୍ର ଖେଦ୍‌ ଜିଲାରେ ଜମି ବିବାଦକୁ ନେଇ ଜଣେ କଲୋନେଲ୍‌ଙ୍କ ଦାଦାଗିରି ଘଟଣା ଲୋକଲୋଚନକୁ ଆସିଛି। ସ୍ଥାନୀୟ ଗୁଲାନି ଗାଁରେ ୬୫ ଏକର ଜମିକୁ...

ନିଜ ଦରମା ଟଙ୍କା ବି ଦାନ କରିଦେଉଥିଲେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ସମାଜ ପାଇଁ ଗୁରୁଙ୍କ ଅବଦାନ ଅତୁଳନୀୟ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳନ ହୋଇଆସୁଛି।...

Advertisement
Archives

Model This Week