ମହଙ୍ଗା ଭତ୍ତାକୁ ନେଇ ସଚିବାଳୟରେ ଅସନ୍ତୋଷ: ନିଷ୍ପତ୍ତିକୁ ପୁନର୍ବିଚାର କରା ନ ଗଲେ ଆନ୍ଦୋଳନ

ଭୁବନେଶ୍ୱର,୧୬।୨(ବ୍ୟୁରୋ): କେନ୍ଦ୍ର ସରକାର ଗତବର୍ଷ ଜୁଲାଇ ମାସରୁ୫% ମହଙ୍ଗା ଭତ୍ତା ପ୍ରଦାନ ନେଇ ଘୋଷଣା ହୋଇସାରିଛି। ତେଣୁ ଗତ ଜୁଲାଇମାସରୁ କେନ୍ଦ୍ର ସରକାରୀ କର୍ମଚାରୀମାନେ ଏହି ମହଙ୍ଗା ଭତ୍ତା ପାଇ ଆସୁଛନ୍ତି। ଅପରପକ୍ଷେ ରାଜ୍ୟ ସରକାର ଗତ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ୫% ମହଙ୍ଗା ଭତ୍ତା ଦେଇନାହାନ୍ତି। ହେଲେ ତରବରିଆ ଭାବେ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅର୍ଥ ବିଭାଗ ଏକ ବିଜ୍ଞପ୍ତିରେ ଏହି ଭତ୍ତା ଦେବାକୁ ଘୋଷଣା କଲେ। ହେଲେ ଏହାକୁ ଜୁଲାଇ ୨୦୧୯ରୁ ନ ଦେଇ ଚଳିତ ବର୍ଷ ଜାନୁୟାରୀ ମାସରୁ ଦେବାକୁ କୁହାଯାଇଛି। ଏପରିକି ଗତ ବର୍ଷର ଛଅମାସର ବକେୟା ଭତ୍ତା ସଂକ୍ରାନ୍ତରେ ଉକ୍ତ ବିଜ୍ଞପ୍ତିରେ କିଛି କୁହାଯାଇନାହିଁ। ଫଳରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଅପରାହ୍ନରେ ସଚିବାଳୟର ବିଭିନ୍ନ ବର୍ଗର ତିନି ହଜାରରୁ ଅଧିକ କର୍ମଚାରୀ ଏକ ସମାବେଶ କରି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ୧୯୭୫ରୁ ପ୍ରଚଳିତ ପ୍ରଥାରେ ସରକାର ଏଭଳି ନିଷ୍ପତ୍ତି ନେଇ କର୍ମଚାରୀଙ୍କୁ ଆଘାତ ଦେଇଛନ୍ତି। ମହଙ୍ଗା ଭତ୍ତାର ୬୦% କେନ୍ଦ୍ର ସରକାର ବହନ କରୁଥିବା ବେଳେ ରାଜ୍ୟ ସରକାର କାହିଁକି ଏଭଳି ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି ବୋଲି କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି। ସରକାର ଉପରୋକ୍ତ ନିଷ୍ପତ୍ତିକୁ ପୁନର୍ବିଚାର ନ କଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ୩ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ: ପର୍ଯ୍ୟଟନ ଶିଳ୍ପ ହରାଇବ ୭୦% ନିଯୁକ୍ତି

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଦେଶ ଓ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରକୁ ପୂରାପୂରି ବଦଳାଇ ଦେଇଛି କୋଭିଡ୍‌-୧୯। ପର୍ଯ୍ୟଟନ ଶିଳ୍ପ ସହ ଏହାସହ ଜଡ଼ିତ ମାନବସମ୍ଭଳ କରୋନା ପାଇଁ ସବୁଠାରୁ...

ପ୍ରେମ, ଜେଲ ଓ ପରେ ବିବାହ

ଭଦ୍ରକ ଅଫିସ,୧।୩- ପ୍ରଥମେ ପ୍ରେମ ଓ ପରେ ବିବାହ ନିଷ୍ପତ୍ତି। କିନ୍ତୁ ରାଜି ହେଲେ ନାହିଁ ପରିବାର ଲୋକେ। ବାଧ୍ୟହୋଇ ପ୍ରେମିକଙ୍କ ବିରୋଧରେ ଅଭିଯୋଗ ଆଣିଲେ...

ଲଗାଣ ବର୍ଷାରେ ନିରାକାରପୁର ଅଞ୍ଚଳ ଜଳାର୍ଣ୍ଣବ: ରାସ୍ତା ଉପରେ ଚାଲିଛି ୩ ଫୁଟରୁ ଅଧିକ ପାଣି, ବୁଡ଼ିଲା ଚାଷଜମି

ନିରାକାରପୁର,୨୫।୧୦(ଡି.ଏନ୍‌.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ଜିଲା ନିରାକାରପୁର ଲେଣ୍ଡୁ ଏବଂ ରାମେଶ୍ୱର ପଞ୍ଚାୟତର ଅନେକ ଗ୍ରାମ ଏବେ...

୧୪ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ୱର,୧।୧(ବ୍ୟୁରୋ): ଆଜି ହେଉଛି କମିଶନରେଟ ପୋଲିସର ପ୍ରତିଷ୍ଠା ଦିବସ। କମିଶନରେଟ ପୋଲିସ ୧୩ ପୂରି ୧୪ ବର୍ଷରେ ପାଦ ଥାପିଛି । ୨୦୦୮ ଜାନୁୟାରୀ ୧ରେ...

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ପୌର ନିର୍ବାଚନ ଲାଗି ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁବାର ସକାଳ ୮ରୁ ପୌର ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ...

କାମରେ ଲାଗୁନି ସୋଲାର ପ୍ୟାନେଲ

କେନ୍ଦୁଝର, ୭।୬ (ସ୍ବ.ପ୍ର.) ଅନ୍ଧାରରେ କେହି ରହିବେ ନାହିଁ। ଏଣୁ ସମସ୍ତ ଗ୍ରାମକୁ ବିଭିନ୍ନ ଯୋଜନାରେ ବିଦ୍ୟୁତ୍‌ ବ୍ୟବସ୍ଥା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ଯେଉଁଠି ବିଦ୍ୟୁତ...

ଓଡ଼ିଶାରୁ ରାମମନ୍ଦିର ଲାଗି ୪୨ କୋଟି ନିଧି ସଂଗ୍ରହ

ଭୁବନେଶ୍ୱର, ୧୫ା୩(ବ୍ୟୁରୋ):ଦୀର୍ଘ ୫୦୦ ବର୍ଷର ସଂଘର୍ଷମୟ କାଳଖଣ୍ଡର ଅବସାନ ଘଟାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଥ...

୯ ମାସ ଅପେକ୍ଷାର ଅନ୍ତ: ଆଜିଠୁ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.), ୨୭ା୧୨: ପୁରୀ ଶ୍ରୀମନ୍ଦିର ପରେ ରବିବାରଠାରୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର। ଏଥିପାଇଁ ଏକାମ୍ରକ୍ଷେତ୍ର ପୂରା ପ୍ରସ୍ତୁତ ରହିଥିବାବେଳେ ଦୀର୍ଘମାସ ପରେ...

Advertisement
Archives

Model This Week