ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚାଇନା

ବେଜିଂ,୨୨।୫: ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନକୁ ଚାଇନା ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଧି ତଳେ ଜେଏଫ-୧୭ ଯୁଦ୍ଧ ବିମାନ ନିର୍ମାଣକୁ ନେଇ ଚାଇନା ଓ ପାକିସ୍ତାନ ମଧ୍ୟରେ ରାଜିନାମା ହୋଇଥିଲା। ଚାଇନା ୨୦୦୭ରେ ପାକିସ୍ତାନକୁ ଜେଏଫ-୧୭ର ପ୍ରଥମ ବ୍ୟାଚ ପ୍ରଦାନ କରିଥିଲା। ସେବେଠାରୁ ପାକିସ୍ତାନ ବାୟୁସେନା ଏଫ-୧୭ ଯୁଦ୍ଧ ବିମାନକୁ ବ୍ୟବହାର କରିଆସୁଛି। ପ୍ରାୟ ଏକ ଦଶନ୍ଧି ପରେ ଚାଇନା ଜେଏଫ-୧୭ରେ ଆବଶ୍ୟକ ମରାମତି ଓ ଅପଗ୍ରେଡେସନ କାର୍ଯ୍ୟ କରିଛି। ୨୦୧୭ ନଭେମ୍ବରରୁ ଏହି ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏନେଇ ଚାଇନା ଓ ପାକିସ୍ତାନ ମଧ୍ୟରେ ୨୦୧୬ରେ ଏକ ଚୁକ୍ତି ହୋଇଥିଲା। ଏଫ-୧୭ ଏକ ବହୁମୁଖୀ ଯୁଦ୍ଧ ବିମାନ। ମରାମତି ଓ ଅପଗ୍ରେଡେସନ ପରେ ଏହା ଅଧିକ ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ଏହି ବିମାନ ସାମିଲ ହେବା ପରେ ପାକିସ୍ତାନ ବାୟୁସେନା ଅଧିକ ମଜଭୁତ ହେବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କଲେ କିମ୍‌ ଜୋଙ୍ଗ୍‌

ପୋୟାଙ୍ଗ୍‌ୟଙ୍ଗ, ୧୧।୧୦: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କିମ୍‌ ଏଭଳି କରିଛନ୍ତି।...

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଭାରତ ପ୍ରେମ: କହିଲେ, ମୋଦି ଅଛନ୍ତି ତ ସବୁ ସମ୍ଭବ

ନ୍ୟୁୟର୍କ, ୧୩।୬: ଭାରତ ଏବଂ ଆମେରିକା ମଧ୍ୟରେ ଆଗକୁ ସମ୍ପର୍କ ଦୃଢ ହେବା ନେଇ ଆଶାବାଦୀ ଅଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମପିଓ। ଇଣ୍ଡିଆ...

ଆରଏସ୍‌ଏସ୍‌କୁ ନାଜିବାଦୀ ବୋଲି କହିଲେ ଇମ୍ରାନ

ଇସଲାମାବାଦ,୧୫ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ କଶ୍ମୀର ପ୍ରସଙ୍ଗକୁ ଟାର୍ଗେଟ କରିଛନ୍ତି । ସେ ଏଥର କହିଛନ୍ତି ଭାରତ-ପାକିସ୍ତାନ ସମ୍ପର୍କରେ ବାଧା ସଷ୍ଟି...

କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ

ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ...

ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି: କଳାତାଲିକାରେ ଚାଇନା,ଭାରତ

ଓ୍ବାଶିଂଟନ,୨୭ା୪(ଆଇଏଏନ୍‌ଏସ୍‌): ବୌଦ୍ଧିକ ସମ୍ପତ୍ତି (ଆଇପି) ଚୋରି ଏବଂ ପେଟେଣ୍ଟ ଉଲ୍ଲଂଘନକୁ ନେଇ ଆମେରିକା ସରକାର ପକ୍ଷରୁ ପ୍ରସ୍ତୁତ କଳାତାଲିକାରେ ଭାରତ ଓ ଚାଇନା ରହିଛି। ୧୧...

ସଂଖ୍ୟାଗରିଷ୍ଠତା ହରାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୪ା୯: ଆଗକୁ ବ୍ରେକ୍‌ଜିଟକୁ ନେଇ ଭୋଟ ହେବାକୁ ଥିବାବେଳେ କଞ୍ଜରଭେଟିଭ ପାର୍ଟିର ଜଣେ ବିଦ୍ରୋହୀ ଏମ୍‌ପି ମଙ୍ଗଳବାର ଲିବେରାଲ ଡେମୋକ୍ରାଟ୍ସ ପାର୍ଟିରେ ଯୋଗଦେବା ଫଳରେ ବ୍ରିଟେନ...

ରନ୍‌ ଓ୍ବେରେ ୩ ଖଣ୍ଡ ହେଲା ବିମାନ: ୧ ମୃତ, ୧୨୦ ଆହତ

ଅଙ୍କାରା,୬।୨: ତୁର୍କିର ପେଗାସସ ଏୟାର ଲାଇନ୍ସର ଏକ ବିମାନ ବୁଧବାର ଇସ୍ତାନବୁଲର ସବିହା ଗୋକେନ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ସମୟରେ ରନ୍‌ ଓ୍ବେରେ ଖସି ଯିବାରୁ...

ମେଘାନ ପୁଣି ଗର୍ଭବତୀ

ଲଣ୍ଡନ,୧୫।୨: ବ୍ରିଟିଶ୍‌ ରାଜବଂଶରେ ଏବେ ଖୁସିର ସମୟ ଆସିଛି। ପ୍ରିନ୍ସ୍‌ ହ୍ୟାରି ଆଉ ଜଣେ ସନ୍ତାନର ପିତା ପାଲଟିବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ...

Advertisement
Archives

Model This Week